ମନୋରଞ୍ଜନ

ରଥଯାତ୍ରା ସ୍ପେଶାଲରେ ବନାନ୍ତୁ ‘ତରଭୂଜ ହାଲୁଆ’, ସ୍ୱାଦ ଏକଦମ୍‌ ନୂଆ ନୂଆ

ଗରମରେ ସବୁଠାରୁ ଅଧିକ ପୌଷ୍ଟିମ ଫଳ ହେଉଛି ତରଭୁଜ। ଯାହା ଶରୀରର ପାଣିର ଅଭାବକୁ ଦୂର କରେ। ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ କଣ ଆପଣ କେବେ ତରଭୂଜ ହାଲୁଆ ଖାଇଛନ୍ତି। ଆହୁରି ଖାସ୍‌ କଥା ହେଉଛି ଯେଉଁ ତରଭୂଜ ଚୋପାକୁ ଆପଣ ଫୋପାଡି ଦେଉଛନ୍ତି ସେଥିରେ ଆପଣ ତରଭୂଜ ହାଲୁଆ ବନାଇପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ତରଭୂଜ ହାଲୁଆ।

ଆବଶ୍ୟକ ସାମଗ୍ରୀ

ଚିନି – ୧/୨ କପ୍‌
କେସର – ୨ ଚିମୁଟା
ତରଭୂଜ ଚୋପା
ବେସନ – ୧/୪ କପ୍‌
ସୁଜି ଉପମା – ୧/୪ କପ୍‌
ଘିଅ – ୪ ଚାମଚ
ଅଳେଇଚ – ଗୋଟେ ଚାମଚ
କ୍ଷୀର – ଦେଢ଼ କପ୍‌

waterପ୍ରସ୍ତୁତି ପ୍ରଣାଳୀ

ତରଭୂଜର ଚୋପାକୁ ଭଲଭାବେ କାଟି ସଫା କରିଦିଅନ୍ତୁ। ଏହାପରେ ଏହାକୁ କଦ୍ଦୁକସ୍‌ କରିଦିଅନ୍ତୁ ବା କୋରି ଦିଅନ୍ତୁ। ନଚେତ ଏହାକୁ ଫୁଡ ପ୍ରୋସେସର ପକାଇ ବ୍ଲେଣ୍ଡ କରିଦିଅନ୍ତୁ। ଏବେ ମଧ୍ୟମ ଆଞ୍ଚରେ ଏକ କଡା ରଖନ୍ତୁ ଏଥିରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ବେସନ ଏବଂ ସୁଜି ପକାଇ ଦିଅନ୍ତୁ। ଏହାକୁ ସେତେ ପଯ୍ୟର୍ନ୍ତ ଭାଜନ୍ତୁ ଯେତେ ପଯ୍ୟର୍ନ୍ତ ବେସନର ବାସ୍ନା ନଆସିଛି। ଏହା ପାଖାପାଖି ଏକ ମିନିଟ୍‌ ସମୟ ଲାଗିବା ଦରକାର। ଏବେ ଏଥିରେ କଦ୍ଦୁକସ୍‌ କରାଯାଇଥିବା ତରଭୂଜକୁ ପକାନ୍ତୁ। ଘିଅ ଛାଡିବା ପାଇଁ ପାଖାପାଖି ୧୦ ମିନିଟ୍‌ ପଯ୍ୟର୍ନ୍ତ ଏହାକୁ ଫ୍ରାଏ କରନ୍ତୁ। ଏବେ ଏଥିରେ ଚିନି, କ୍ଷୀର କିମ୍ବା ଖୁଆ ପକାଇ ଭଲଭାବେ ମିକ୍ସ ହେବା ପଯ୍ୟର୍ନ୍ତ ଚଲାନ୍ତୁ। ଏବେ ଏଥିରେ ଅଳେଇଚ ପାଉଡର ମିଶାନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି। ତରଭୂଜ ହାଲୁଆ। ଏହାକୁ ଏକ ସର୍ଭିଂ ଡିସକୁ ବାହାର କରି ଡ୍ରାଇ ଫୃଟ୍ସରେ ସଜାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button