ଦେଶ ବିଦେଶ

ରିସର୍ଚ୍ଚରୁ ବଡ଼ ଖୁଲାସା, ବିବାହିତ ଦମ୍ପତ୍ତିଙ୍କ ମଧ୍ୟରେ କମୁଛି ଶାରୀରିକ ସମ୍ପର୍କ ଆଗ୍ରହ, ରଖୁ ନାହାଁନ୍ତି ସମ୍ବନ୍ଧ, ଜାଣନ୍ତୁ ପୁରା ଖବର

ପ୍ରେମ ପାଇଁ ଦୁଇ ମନର ମିଳନ ହେବା ଆବଶ୍ୟକ। ବିବାହ ପରେ କପଲ୍ସ ମାନଙ୍କ ମଧ୍ୟରେ ବୁଝାମଣା ରହିବା ନିହାତି ଆବଶ୍ୟକ, ଏଥିସହିତ ସେମାନଙ୍କ ସେକ୍ସ ଲାଇଫ ମଧ୍ୟ ଉନ୍ନତମାନର ହେବା ଜରୁରୀ ଅଟେ। ଏକ ଷ୍ଟଡି ଅନୁଯାଇ ଏବେକାର ବିବାହିତ ଯୋଡି ଏଥିପ୍ରତି ବିମୁଖ ହେଉଛନ୍ତି। ବିବାହ ବିଚ୍ଛେଦର ଅନେକ କାରଣ ଗୁଡିକ ମଧ୍ୟରେ ଏହା ଏକ ମୁଖ୍ୟ କାରଣ ଅଟେ।

Sex

ଏକ ଷ୍ଟଡି ଅନୁଯାଇ ୧୯୬୫ରୁ ୧୯୮୦ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଏକ୍ସ ଓ ୧୯୯୦ରୁ ୨୦୧୦ ମଧ୍ୟରେ ଜନ୍ମିତ ବ୍ୟକ୍ତିଙ୍କୁ ଜେଡ କାଟାଗୋରୀରେ ରଖାଯାଇଥିଲା। ଜେନେରେଶନ ଏକ୍ସରେ ୨୧.୨ ପ୍ରତିଶତ ଯୋଡି ଏଥିପ୍ରତି ରୁଚି ରଖିଥିବା ବେଳେ ଜେନେରେଶନ ଜେଡରେ ମାତ୍ର ୧୦.୫ ପ୍ରତିଶତ ରହିଛି। ବିବାହିତ ଯୋଡ଼ି ମାନଙ୍କ ମଧ୍ୟରେ କମ ପରିମାଣର ସେକ୍ସ ହେଉଥିଲେ ସେମାନଙ୍କ ମଧ୍ୟରେ ବୁଝାମଣାର ଅଭାବ ଦେଖା ଦେଇଥାଏ।

Sex

ସେକ୍ସ ଥେରାପିଷ୍ଟ କ୍ରିଷ୍ଟିନା ଲୋଜନାଙ୍କ କହିବା ଅନୁଯାଇ ଦୁଇଜଣଙ୍କ ମଧ୍ୟରେ ଜଣେ ସେକ୍ସ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ବେଳେ ଅନ୍ୟ ଜଣେ ଆଗ୍ରହ ପ୍ରକାଶ ନ କରିଲେ ଉଭୟଙ୍କର ଏଥିପ୍ରତି ଇଚ୍ଛା କମିଯିବା ଏକ ସାଧାରଣ କଥା ଅଟେ। ବ୍ୟସ୍ତବହୁଳ ଜୀବନ ଏବଂ ପ୍ରଫେସନାଲ୍ ଲାଇଫଷ୍ଟାଇଲ ଏହାର ମୁଖ୍ୟ କାରଣ ହୋଇପାରେ। ଅବଶ୍ୟ ରକ୍ଷଣଶୀଳ ଦେଶ ମାନଙ୍କରେ ଏଭଳି ସମସ୍ୟା ସେତେ ଦେଖା ଯାଉନଥିଲେ ହେଁ ପାଶ୍ଚାତ୍ୟ ଦେଶ ଗୁଡିକରେ ଏହାକୁ ଏକ ଗମ୍ଭୀର ସମସ୍ୟା ଭାବରେ ଗ୍ରହଣ କରାଯାଉଅଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button