ବର୍ଷାଦିନେ ପିଅନ୍ତୁ ସଜନା ପତ୍ରର ଚା, ମିଳିବ ଏହି ସବୁ ଫାଇଦା

ଓଡିଆ ଘରର ଖାଦ୍ୟରେ ସଜନା ଶାଗର ସ୍ଥାନ ଏକ ସ୍ବତନ୍ତ୍ର କାରଣ ଏହା ଖାଇବାକୁ ଯେତିକି ରୁଚିକର ସେତିକ ସ୍ବାସ୍ଥ୍ୟପ୍ରତି ହିତକର ହୋଇଥାଏ। କିନ୍ତୁ ଏହି ସଜନା ଶାଗର ଚା ଯେ ଆମ ଶରୀର ପାଇଁ ଅନେକ ଲାଭଦାୟକ ଏକଥା ଅନେକଙ୍କୁ ଜଣା ନଥିବ। ଏହି ସଜନା ଶାଗ ଚାରେ ଏଭଳି ଔଷଧୀୟ ଗୁଣ ରହିଛି ଯାହାକି କୌଣସି ବରଦାନ ଠାରୁ କମ ନୁହେଁ। ତେବେ ଏହି ସଜନା ପତ୍ର ଚାରେ କେଉଁ କେଉଁ ରୋଗରୁ ମୁକ୍ତି ମିଳିପାରିବ ଆସନ୍ତୁ ଜାଣିବା। ସଜନା ପ୍ରତର ଶିଖଲା ଗୁଣ୍ଡ ଏବେ ବଜାରରେ ମିଳିଲାଣି। ଯଦି ଏହା ଆପଣଙ୍କ ଅଞ୍ଚଳକୁ ଆସିନାହିଁ ତେବେ ନିଜେ ମଧ୍ୟ ଏହାକୁ ଘରେ ପ୍ରସ୍ତୁତ କରିପାରିବେ।
କେମିତି କରିବେ ପ୍ରସ୍ତୁତ
ସଜନା ପତ୍ରକୁ ଖରାରେ ଶୁଖାଇ ଦିଅନ୍ତୁ। ପରେ ଏହି ଶୁଖିଲା ଗୁଣ୍ଡକୁ ଗ୍ରାଇଣ୍ଡରରେ ପେସି ଏକ ପବନ ଚଳାଚଳ କରୁନଥିବା ଡବାରେ ରଖିଦିଅନ୍ତୁ। ସଜନା ପତିରେ ଚା ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ସଜନା ଗୁଣ୍ଡକୁ ପାଣିରେ ଫୁଟାଇ ତାକୁ ପ୍ରସ୍ତୁତ କରନ୍ତୁ । ଆପଣ ଚାହିଁଲେ ପ୍ରତିଦିନ କିମ୍ବା ଦିନେ ଛଡା ଦିନେ ପିଇପାରିବେ। ଏହି ସଜନା ପତିରେ ପ୍ରୋଟିନ, ଭିଟାମିନ ବି-୬,ଭିଟାମିନ-ଏ, ଭିଟାମିନ-ଇ, ଆୟରନ, ମ୍ୟାଗ୍ନେସିୟମ, ପୋଟାସିୟମ, ଜିଙ୍କ ଭଳି ଉପାଦାନ ରହିଛି।
କଲଷ୍ଟ୍ରୋଲ ଲେବୁଲକୁ କଣ୍ଟ୍ରୋଲ କରିଥାଏ।
ଶରୀରରେ କଲୋଷ୍ଟ୍ରୋଲ ଲେବୁଲ ଏହି ସଜନା ପତିର ଚା ପିଇବା ଦ୍ବାରା କଣ୍ଟ୍ରୋଲ ରହିଥାଏ। ଶରୀରରେ ହେବାକୁଥିବା ହୃଦଘାତ ରୋଗର ଆଶଙ୍କାକୁ କମ୍ କରିଥାଏ।
ଡାଇବେଟିସ ଠିକ୍ ହୋଇଥାଏ
ଶରୀରରେ ସୁଗାର ଲେବୁଲ ଏହି ସଜନା ପତିର ଚା ପିଇବା ଦ୍ବାରା କଣ୍ଟ୍ରୋଲରେ ରହିଥାଏ। ଏହା ବ୍ୟତିତ ଶରୀରରେ ପ୍ରୋଟିନ ମାତ୍ରାକୁ କଣ୍ଟ୍ରୋଲ କରି ହିମୋଗ୍ଲୋବିନର ସ୍ଥର ସଠିକ ରଖିଥାଏ।
ଓଜନ କମ କରିଥାଏ
ସଜନା ପତିର ଚା ଶରୀରର କୋଷିକା ଗୁଡିକର ଅନାବଶ୍ୟକ ଜଳକୁ କମ କରିଥାଏ। ଏଥିରେ ଥିବା Anti inflammatory ଗୁଣ ଶରୀରର ପିଡାକୁ କମ କରିବାରେ ସହାଯ୍ୟ କରିଥାଏ। ଇଂସ୍ୟୁଲିନ ରେଜିଷ୍ଟାଣ୍ଟ କମ କରି ସଜନା ପତିର ଚା ଶରୀରର ଅନାବଶ୍ୟକ ଫ୍ୟାଟ ଜମିବାରୁ ରୋକିଥାଏ।
ଇମ୍ୟୁନିଟି ପାୱାର ବଢାଇଥାଏ।
ବର୍ଷାଦିନେ ଏହି ଚା ରୋଗ ପ୍ରତିରୋଧକ କ୍ଷମତା ବଢାଇ ଥଣ୍ଟା ଜର ହେବାରୁ ରୋକିଥାଏ। ଆହୁରି ମଧ୍ୟ ଏହାକୁ ଏଡସ ରୋଗୀ ମାନଙ୍କ ଚିକିତ୍ସା ସମୟରେ ବ୍ୟବହାର ହେଉଥିବା ଔଷଧରେ ଏହାକୁ ବ୍ୟବହାର କରାଯାଇଥାଏ।
ହଜମ ପ୍ରକ୍ରିୟାକୁ ବଢାଇଥାଏ
ସଜନା ପତ୍ରର ଚା ପେଟର ସବୁ ସମସ୍ୟାକୁ ଦୂର କରିଥାଏ। ଫାଇବର କାରଣରୁ ଏହା କୁଷ୍ଠକାଠିନ୍ୟ ଦୂର କରିବାରେ ମଧ୍ୟ ଉପାଦେୟ ହୋଇଥାଏ। ଯେଉଁ ଶିଶୁଙ୍କ ପେଟରେ କୃମି ହୋଇଥାଏ ସେମାନଙ୍କୁ ମଧ୍ୟ ଏହି ଚା ପିଇବାକୁ ଦେଇପାରିବେ।
ଶ୍ବାସରୋଗୀଙ୍କୁ ବି ଦେଇଥାଏ ଫାଇଦା
ଶ୍ବାସରୋଗର ସମସ୍ୟା ମଧ୍ୟ ସଜନା ଚା ପିଇବା ଦ୍ବାରା ଠିକ ହୋଇଥାଏ। ଏହା ସହିତ ଫୁସଫୁସ ମଧ୍ୟ ସଠିକ ରହିଥାଏ। ଏହା କ୍ଷମତା ପ୍ରଣାଳୀକୁ ମଧ୍ୟ ଷ୍ଟ୍ରଙ୍ଗ କରିଥାଏ।
ହାଇ ବ୍ଲଡପ୍ରେସରକୁ କମ କରିଥାଏ
ଇସୋଥିଓସିଏନେଟ ଓ ନିଓଜିମିନିଂ ତତ୍ବ ସଜନାରେ ରହିଥାଏ ଯାହା ଧମନୀକୁ ମୋଟା ହେବାରୁ ରକ୍ଷା କରିଥାଏ। ଶରୀରରେ ଉଚ୍ଚ ରକ୍ତଚାପ ସମସ୍ୟାକୁ ମଧ୍ୟ କମ କରିଥାଏ।
ଡିଟକ୍ସ କରିଥାଏ ଶରୀରକୁ
ଶରୀରରେ ଥିବା ବିଶାକ୍ତ ଉପାଦାନ ସଜନା ପତିର ଚା ପିଇବା ଦ୍ବାରା ବାହାରକୁ ଚାଲିଆସିଥାଏ। ଏହା ସହିତ ଆପଣଙ୍କ ଶରୀର ମଧ୍ୟ ଡିଟକ୍ସ ହୋଇଯାଇଥାଏ।



