ମନୋରଞ୍ଜନ

ହମାସ ଆତଙ୍କବାଦୀଙ୍କ ରକେଟ ଆକ୍ରମଣର ଭୟାବହ ଦୃଶ୍ୟ ସେୟାର କରି ଅଭିନେତା କଲେ ଏଭଳି ପୋଷ୍ଟ – Utkal Mail


ନୂଆଦିଲ୍ଲୀ: ଆଜି ବି ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ ଜାରି ରଖିଛନ୍ତି। ସେମାନେ ଶତାଧିକ ଇସ୍ରାଏଲ ନାଗରିକଙ୍କ ମୁଣ୍ଡଜାମିନ କରି ରଖିବା ସହିତ ହତ୍ୟା କରିବାକୁ ଧମକ ଦେଉଛନ୍ତି। ଇସ୍ରାଏଲ ମଧ୍ୟ ଗାଜା ଷ୍ଟ୍ରିପ ଉପରେ ପାଲଟା ଆକ୍ରମଣ କରି ହମାସର ଆଡ୍ଡାଗୁଡ଼ିକୁ ଧ୍ବଂସସ୍ତୂପରେ ପରିଣତ କରୁଛି। ଇସ୍ରାଏଲର ପ୍ରତିରକ୍ଷା ବିଭାଗ ଆଜି ଗାଜାକୁ ସଂପୂର୍ଣ୍ଣ ଘେରାବନ୍ଦୀ କରିବା ପାଇଁ ନି‌ର୍ଦ୍ଦେଶ ଦେଇଛି।

ଏଭଳି ଯୁଦ୍ଧ ସମୟରେ ବାସ୍ତବ ହି‌ରୋ ହୋଇ ସାମ୍ନାକୁ ଆସିଛନ୍ତି ଇସ୍ରାଏଲର ରିଲ ହିରୋ। ଯାହାଙ୍କ ନାମ ହେଉଛି ଲିଓର ରାଜ। ଲିଓର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ହମାସ ଇସ୍ରାଏଲ ଉପରେ କରୁଥିବା ରକେଟ ଆକ୍ରମଣର ଭୟାବହ ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

 

ଏହି ଭିଡିଓ ସେୟାର କରି ଲିଓର ରାଜ ଲେଖିଛନ୍ତି, ‘ ୟୋହାନନ ପ୍ଲେସନର୍‌ ଏବଂ ଆଭି ୟିସରୋଭଙ୍କ ସହିତ ମିଶି ଶହଶହ ଲୋକଙ୍କୁ ବଞ୍ଚାଇବା ପାଇଁ ମୁଁ ‘ବ୍ରଦର୍ସ ଇନ ଆର୍ମସ’ ସ୍ବେଚ୍ଛାସେବୀ ଟିମ୍‌ରେ ଯୋଗଦେଇଛି। ଦୁଇ ପରିବାରକୁ ସ୍ଥାନାନ୍ତର କରିବା ପାଇଁ ଆମକୁ ବୋମା ବିସ୍ଫୋରଣ ହୋଇଥିବା ଷ୍ଟେରୋଟ ସହରକୁ ପଠାଯାଇଛି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button