ସ୍ୱାସ୍ଥ୍ୟ

ଆଖିର ଥକ୍କାପଣ ଦୂର କରିବ ଏହି ଘରୋଇ ଉପାୟ, ମିଳିବ ଚମକ

ଆଜିକାଲି ଅଧିକାଂଶ ଲୋକ ଓ୍ଵାର୍କ ଫ୍ରମ ହୋମ କିମ୍ବା ପିଲାମାନେ ଅନଲାଇନ କ୍ଲାସ କରୁଛନ୍ତି। ଏମିତିରେ ଟିଭି, ମୋବାଇଲ ଏବଂ ଲାପଟପ ସ୍କ୍ରିନରେ ଅଧିକ ସମୟ ଚାହିଁ ରହିବାକୁ ପଡୁଛି। ଯାହା ଆଖି ଉପରେ ଖରାପ ପ୍ରଭାବ ପକାଉଛି। କେବଳ ଏତିକି ନୁହେଁ, ଆଖିର ଚମକ ଛଡାଇ ନେବା ସହିତ ଅନେକ ଲୋକଙ୍କ ଦେଖିବାର ଶକ୍ତି ଉପରେ ଖୁବ ପ୍ରଭାବ ପକାଉଛି। ଏମିତିରେ ଆପଣ ନିଜ ଆଖିର କିପରି ଯତ୍ନ ନେବେ, ଥକ୍କାପଣ ଦୂର କରିବେ, ତାହା ଘରୋ ଉପାୟ ଆପଣାଇ ଦୂର କରିପାରିବେ।

ଆଖି ପାଇଁ ବ୍ୟାୟାମ:

କିଛି ଘରୋଇ ଉପାୟ ଆପଣାଇ ଆଖିର ଯନ୍ତ୍ରଣା ଏବଂ ଥକ୍କାପଣରୁ ତୁରନ୍ତ ପାଇପାରିବେ। ପ୍ରଥମେ ଆପଣ ପାଟିରେ ପାଣି ଭରି ପାଣିକୁ ମୁହଁରେ ରୋକି ରଖନ୍ତୁ। ଏବେ ମୁହଁରେ ପାଣି ରୋକି ଆଖିରେ ଥଣ୍ଡାପାଣି ଛାଟନ୍ତୁ। ଏମିତି ଦିନକୁ ତିନିରୁ ଚାରି ଥର କଲେ ତୁରନ୍ତ ଆରାମ ମିଳିବ।

tulsi pani

ଅଧା ଗ୍ଲାସ ସଫା ପାଣିରେ ଏକ ଚାମଚ ଗୋଲାପ ଜଳ ମିଶାଇ ଫ୍ରିଜରେ ରଖିଦିଅନ୍ତୁ। ଏବେ ଏହି ପାଣିରେ ଭଲ ସଫା ସୂତା କପଡାକୁ ଭିଜାଇ ଚୁପୁଡି ଦିଅନ୍ତୁ। ଏହାକୁ ଦୁଇଟି ଯାକ ଆଖିରେ ରଖିଦିଅନ୍ତୁ। ୫ ମିନିଟ ବ୍ୟବଧାନରେ ଦୁଇରୁ ତିନି ଥର ଏପରି କରନ୍ତୁ। ଏମିତି କରିବା ଦ୍ୱାରା ମଧ୍ୟ ଲାଭ ମିଳିବ।

ଆଖିର ଥକ୍କାପଣ ଦୂର କରିବା ପାଇଁ ତୁଳସୀ ଏବଂ ପୋଦିନା ପତ୍ରର ବ୍ୟବହାର କରିପାରିବେ। ରାତିରେ ଶୋଇନା ପୂର୍ବରୁ ଏକ କପ୍‌ ପାତ୍ରରେ ତୁଳସୀ ଏବଂ ପୋଦିନାର କିଛି ପତ୍ରକୁ ଭିଜାଇ ରଖନ୍ତୁ। ସକାଳୁ ଉଠି ଏହି ପାଣିରେ ସଫା ସୂତା କପଡା ରୁମାଲ ଭିଜାଇ ଆଖିରେ ରଖନ୍ତୁ ଏବଂ କିଛି ସମୟ ବ୍ୟବଧାନରେ ଏମିତି କିଛି ଥର କରନ୍ତୁ। ଏମିତି କରିବା ଦ୍ୱାରା ମଧ୍ୟ ଆଖିକୁ ଆରାମ ଦେଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button