ଧର୍ମ

ମାସିକ ଧର୍ମର ଯନ୍ତ୍ରଣାରୁ ମୁକ୍ତି ପାଇଁ ଖାଇବାକୁ ପଡ଼ିବନି କୌଣସି ଔଷଧ, କେବଳ ଥରେ ମାତ୍ର ଟ୍ରାଏ କରନ୍ତୁ ଏହି ଚମତ୍କାରୀ ପେୟ

ମାସିକ ଧର୍ମ ବେଳର ସେହି ୫ ଦିନ ପ୍ରତ୍ୟେକ ମହିଳାଙ୍କ ପାଇଁ କଷ୍ଟକର ସମୟ ହୋଇଥାଏ। ମାସିକ ଧର୍ମ ବେଳେ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ, ଫଳରେ ଗର୍ଭଧାରଣ ବେଳେ ମହିଳାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ। ଏଥିସହ ଶରୀର ମଧ୍ୟ ସୁସ୍ଥ ରହେ। ତେବେ ଏହି ସମୟରେ ହେଉଥିବା ଶାରୀରିକ ପୀଡ଼ା ପ୍ରବଳ କଷ୍ଟଦାୟକ ହୋଇଥାଏ। ଋତୁସ୍ରାବ ବେଳେ ମହିଳାଙ୍କର ଅଣ୍ଟା ବିନ୍ଧିବା, ଗୋଡ଼ ହାତ ପୀଡ଼ା ହେବା, ପେଟ କାଟିବା ଭଳି ସମସ୍ୟା ଦେଖାଯାଏ। ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଡ୍ରିଙ୍କ ବିଷୟରେ କହିବୁ ଯାହା ମାସିକ ଧର୍ମ ବେଳେ ଦେଖାଯାଉଥିବା ସବୁ ସମସ୍ୟାକୁ ଚୁଟକିରେ ସମାଧାନ କରିବ। ଆସନ୍ତୁ ଜାଣିବା କଣ ତାହା…

ଏହି ଡ୍ରିଙ୍କ୍‌ ବା ପାନୀୟ ତିଆରି କରିବା ପାଇଁ ଆପଣଙ୍କୁ ହେଙ୍ଗୁ, ଜୁଆଣି, ମେଥି ପାଉଡର, କଳା ଲୁଣ ଓ ଘୋଳ ଦହି ଆବଶ୍ୟକ। ହେଙ୍ଗୁ ତଳି ପେଟର ମାଂସପେଶୀକୁ ମଜଭୁତ କରିଥାଏ ଓ ପିରିୟଡ୍‌ସ ବେଳେ ହେଉଥିବା ପୀଡ଼ା ସୃଷ୍ଟି କରୁଥିବା କାରଣକୁ ଦୂର କରିଥାଏ। ସେହିପରି ଜୁଆଣି କବ୍‌ଜ, ଅପଚ ଆଦି ସମସ୍ୟା ପାଇଁ ରାମବାଣ ଭଳି କାମ କରେ।

periods2

ଏମିତି ତିଆରି କରନ୍ତୁ ପାନୀୟ:

ପ୍ରଥମେ ଜୁଆଣିକୁ ତାଓ୍ଵାରେ ଧିମା ଆଞ୍ଚରେ ଅଳ୍ପ ଭାଜନ୍ତୁ। ଏଥିରେ ଗୋଟେ ଚୁଟ୍‌କି ହେଙ୍ଗୁ ପକାଇ ଅଳ୍ପ ଗରମ କରନ୍ତୁ। ଧ୍ୟାନ ରଖିବେ ହେଙ୍ଗୁ ଯେପରି ଅଧିକ ଭାଜି ନ ହୁଏ। ହେଙ୍ଗୁ ଓ ଜୁଆଣିର ଏହି ମିଶ୍ରଣକୁ ଏକ ଗ୍ଲାସ ଘୋଳ ଦହିରେ ମିଶାନ୍ତୁ। ଏବେ ଏହି ଘୋଳ ଦହିରେ ୧ ଚାମଚ ମେଥି ପାଉଡର ଓ କଳା ଲୁଣ ମିଶାଇ ଭଲ ଭାବେ ମିଶାନ୍ତୁ।

ଘୋଳ ଦହି ଥଣ୍ଡା ହୋଇଥିବାରୁ ଏହି ଡ୍ରିଙ୍କ୍‌କୁ ଆପଣ ଦ୍ୱିପ୍ରହର ସମୟରେ ପିଇପାରିବେ। ପିରିୟଡ୍‌ସ ବେଳେ ଅଧିକ ପୀଡ଼ା ହେଉଥିଲେ ମାସିକ ଧର୍ମର ଏକ ସପ୍ତାହ ପୂର୍ବରୁ ଏହାକୁ ପିଇବା ଆରମ୍ଭ କରନ୍ତୁ। ପୀଡ଼ାରୁ ମୁକ୍ତି ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button