ଦେଶ ବିଦେଶ

ଏପରି ଜଣେ କଣ୍ଡକ୍ଟର ଯିଏ ୧୩ ବର୍ଷ ହେଲା ନେଇ ନାହାନ୍ତି ଛୁଟି !

ହିମାଚଳ ପ୍ରଦେଶରେ ୧୩ ବର୍ଷ ହେଲା ବସ୍ କଣ୍ଡକ୍ଟର ଭାବେ କାମ କରନ୍ତି ଜଗେନ୍ଦର ସିଂ। ନିଜର ଚାକିରି ବର୍ଷ ଭିତରେ ସେ ଗୋଟିଏ ଦିନ ଛୁଟି ନନେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ୨୮ ଜୁନରେ ସିରମୋରେ କଳା ସଂଗମ ସଂସ୍ଥା ତରଫରୁ ସମ୍ମାନିତ କରାଯାଉଛି।ଆଶ୍ଚର୍ୟ୍ୟର କଥା ହେଉଛି, ସେ ଏଇ ଆୱାର୍ଡ ପାଇଁ ନିଜକୁ ଅସମର୍ଥ ମନେ କରୁଛନ୍ତି। ସେ କହନ୍ତି ଆୱାର୍ଡ ନେବାପାଇଁ ତାଙ୍କୁ ଛୁଟି ନେବାକୁ ପଡ଼ିବ। ଯାହା ସେ ଚାହାନ୍ତି ନାହିଁ ଏଣୁ ପୁରସ୍କାର ନେବା ପାଇଁ ତାଙ୍କ ପିତା ଡ.ଯଶବନ୍ତ ସିଂ ଯିବେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ୪ ଜୁନ୍ ୨୦୧୫ ମସିହାରୁ ଜଗେନ୍ଦର ହିମାଚଳରେ ବସ୍ କଣ୍ଡକ୍ଟର ଭାବେ କାମ କରୁଛନ୍ତି। ଏତେ ବର୍ଷ ମଧ୍ୟରେ ସେ କେବଳ ଥରେ ହରତାଳ ଏବଂ ଦିପାବଳୀ ରାତିରେ ଛୁଟିରେ ଥିଲେ। ବାକି ରାତି ସେ ବସ୍ ଭିତରେ ଶୋଇଥିବା ବେଳେ କେବେ ମଧ୍ୟ ଛୁଟି ନେବାକୁ ଚେଷ୍ଟା କରିନାହାନ୍ତି। ସରକାରୀ ଛୁଟି ଦିନ ଗୁଡ଼ିକରେ ମଧ୍ୟ ସେ କାମ କରନ୍ତି। ୨୦୧୧ ମସିହାରେ ମଧ୍ୟ ଏଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button