ଜୀବନଶୈଳୀ

ଏ ଅପମାନ ସବୁ ଦିନ ପାଇଁ ମନେ ପଡିବ ବାବୁ, ମୁଁ ଜଣେ ସିକ୍ଯୁରିଟି ଗାର୍ଡ ହେଲି ବୋଲି କଣ ତୁମେ ମତେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିହାର ଭାଗଲପୁରର କମଲ କିଶୋର ମଣ୍ଡଳଙ୍କ ସଂଘର୍ଷ ଉପରେ ଆଧାରିତ ଏକ ପରିକଳ୍ପନା । କମଲ କିଶୋର ଏବେ ପ୍ରଫେସର ଭାବେ ଯୋଗ ଦେଇଛନ୍ତି । ତେବେ ତାଙ୍କ ସହିତ କିଛି ଏଭଳି ଘଟିଥିଲା । ଗରିବ ହେତୁ ଅଭାବ ଅନାଟନ ସବୁବେଳେ ଲାଗି ରହୁଥିଲା । କମଲ ଙ୍କ ବାପା ବହୁଆ କଷ୍ଟରେ ନିଜ ପୁଅ କୁ ପାଠ ପଢାଇ ଗ୍ରାଜୁଏଟ କରିଥିଲେ । ଏହାପରେ ଘର ର ଆର୍ଥିକ ପରିସ୍ଥିତି ଠିକ ନଥିବା ବେଳେ କମଲ ଏକ କଲେଜରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ ।

ହଠାତ ଦିନେ ବର୍ଷା ହେଉଥିଲା ସ୍କୁଲ ଭିତରକୁ ଜଣେ ପ୍ରଫେସର ଙ୍କ ଆସିବା ସମୟ ହେଲା ତେବେ ସେ ଗାଡି ନେଇ ଆସିଲା ବେଳକୁ ଗେଟ ପାଖରେ କମଲ ନଥିଲେ । ଏହାପରେ ବାବୁ ଜଣଙ୍କ ବଡ ପାଟିରେ କମଲ ଙ୍କୁ ଡାକିବାରୁ ସେ ଆସିଲା । ଏବଂ ବଡ ବାବୁ ଜଣଙ୍କ କହିଲେ ଠିକ ଭାବରେ କାମ କରୁ ନାହୁଁ କାହିଁକି ? କମଲ କହିଲେ ଯେ ମୁଁ ଟିକିଏ ବହି ପଢୁଥିଲି ।

ମୋର ଆଗକୁ ପଢିବାର ବହୁତ ଇଚ୍ଛା, କଲେଜ ଷ୍ଟୁଡେଣ୍ଟ ଙ୍କୁ ଦେଖି ମତେ ମଧ୍ୟ ପାଠ ପଢିବାକୁ ଇଛା ହେଉଛି । ଏହା ପରେ ବାବୁ ଜଣଙ୍କ କୁହନ୍ତି ତୁ କାହାଣୀ ଶୁଣା ନାହିଁ, ନିଜ କାମ ଠିକ ସେ କରେ ଏମିତି ଯଦି ସବୁ ପାଠ ପାଢୀ ଚାକିରି କରିଥାନ୍ତୁ ତେବେ ଏଠି କଣ କରୁଛୁ ? ଏହିଭଳି ବହୁତ କଥା ଶୁଣି କମଲା କହିଲା ବାବୁ ସେମିତି କୁହନ୍ତୁନି ମୁଁ ମୋ କାମ ଠିକ ଭାବରେ କରୁଛି ।

ଏହା ପରେ ବାବୁ ଜଣଙ୍କ କହିଲେ ଠିକ ଭାବରେ ନ କରିଲେ ଚାକିରି ମଧ୍ୟ ଯିବ ତୋର । ଏଭଳି କହି ବାବୁ ଜଣଙ୍କ କଲେଜ ଭିତରକୁ ଚାଲିଗଲେ ମାତ୍ର କମଲ ଙ୍କୁ କିଛି ମାସ ପରେ ସେହି ଡିପାର୍ଟମେଣ୍ଟ ରେ ଲାଇବ୍ରେରୀ ରେ ଦେଖିବାକୁ ପାଇଲେ ବାବୁ ଜଣଙ୍କ ଏବଂ ପଚାରିଲେ ଯେ ତୁ ପରା ସିକ୍ୟୁରିଟି ଗାର୍ଡ, ତେବେ ତୁ ଏଠାରେ କ’ଣ କରୁଛୁ ?

ଏହା ଶୁଣି କମଲ କହିଲେ ଯେ ବାବୁ ସେଦିନ ଆପଣ ଯାହା ଯାହା ମତେ କହିଲେ ତାହା ମୋତେ ଆହୁରି ଅଧିକ ପ୍ରେରିତ କରିଲା ଶିକ୍ଷା ଆଡକୁ ଏଣୁ ମୁଁ ଆଗକୁ ବଢିଲି ବହୁତ ପରିଶ୍ରମ କରିଲି, ଏବଂ ଆଜି ମୁଁ ୟୁନିଭରସିଟିରେ ଯେଉଁ ବିଭାଗ ରେ ସିକ୍ୟୁରିଟି ଗାର୍ଡ ଥିଲି ସେଠାରେ ଆଜି ଆସିଷ୍ଟାଣ୍ଟ ପ୍ରୋଫେସର ଭାବରେ ଜଏନ କରିଛି ।

ତେବେ ଏହା ଶୁଣି ବାବୁ ଜଣଙ୍କ ନିଜ ଭୁଲ ବୁଝି ପାରି କ୍ଷମା ମାଗିଲେ କମଲ ଙ୍କୁ । ଇଛା ଶକ୍ତି ଏବଂ ଆତ୍ମବିଶ୍ଵାସ ଥିଲେ ମଣିଷ କିଛି ମଧ୍ୟ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରି ପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button