ରାଶିଫଳ

Happy Propose Day : ପ୍ରପୋଜ କରିବା ପୂର୍ବରୁ ରାଶି ହିସାବରେ ଜାଣନ୍ତୁ ନିଜ ସାଥିଙ୍କ ସ୍ବଭାବ

ଯେଉଁଭଳି ସବୁ ଝିଅଙ୍କ ସ୍ବଭାବ ଭିନ୍ନ ହୋଇଥାଏ। ସେହିଭଳି ସବୁ ବ୍ୟକ୍ତିଙ୍କ ପ୍ରେମ କରିବାର ଷ୍ଟାଇଲ ମଧ୍ୟ ଭିନ୍ନ ହୋଇଥାଏ। ଅନେକ ବ୍ୟକ୍ତି ପ୍ରେମକୁ ନେଇ ବହୁତ ପଜେସିଭ ଥାଆନ୍ତି ତ ଆଉ କେହି ବହୁତ ଯତ୍ନଶୀଳ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ରାଶି ହିସାବରେ ଝିଅ ମାନଙ୍କର ସ୍ବଭାବ ବିଷୟରେ ଜଣାଇବୁ। ଯଦି ଆପଣ ମଧ୍ୟ କାହାକୁ ପ୍ରପୋଜ୍ କରିବାକୁ ଯାଉଛନ୍ତି ତେବେ ତାଙ୍କ ରାଶି ହିସାବରେ ତାଙ୍କ ସ୍ବଭାବ ପ୍ରଥମେ ଜାଣି ନିଅନ୍ତୁ।

ମେଷ ରାଶି

meshaଏହି ରାଶିର ଝିଅ ବହୁତ ଭାବୁକ ଏବଂ ବହୁତ ସ୍ବାଭିମାନୀ ହୋଇଥାନ୍ତି। ଏଥିପାଇଁ ଏମାନେ ନିଜ କଥା ଖୋଲିକି କହି ପାରନ୍ତି ନାହିଁ। କିନ୍ତୁ ଆପଣ ଏମାନଙ୍କ ସାମ୍ନାରେ ହ୍ରୁଦୟ ଖୋଲିକି ନିଜର ମନ କଥା କହି ପାରିବେ।

ବୃଷ ରାଶି

brushaବୃଷ ରାଶିର ଝିଅ ବହୁତ ଚୁଜି ହୋଇଥାନ୍ତି। ଏମାନେ ନିଜର ସାଥିଙ୍କୁ ବାଛିବା ପୂର୍ବରୁ ସେମାନଙ୍କ ଠାରୁ ତାଙ୍କ ଗୁଣ ଗୁଡିକୁ ଭଲଭାବେ ଦେଖିଥାନ୍ତି। ଏହି ରାଶିର ଝିଅଙ୍କୁ ଖୁସି କରିବା ପାଇଁ ଆପଣ ଯାହା ବି କରୁଛନ୍ତି ମନ ଦେଇ କରନ୍ତୁ।

ମିଥୁନ ରାଶି

mithunମିଥୁନ ରାଶିର ଝିଅମାନେ ବହୁତ ଶାନ୍ତ ସ୍ବଭାବର ହୋଇଥାନ୍ତି। କିନ୍ତୁ ପ୍ରେମ କଥାରେ ଏମାନେ ଦିମାଗରୁ ଚିନ୍ତା କରିଥାନ୍ତି। ଏହା ସତ୍ତ୍ବେ ମଧ୍ୟ ଏହି ରାଶିର ଝିଅମାନେ ଯାହାକୁ ଥରେ ନିଜର ମନ ଦେଇଥାନ୍ତି ତେବେ ସେମାନଙ୍କ ସାଥ୍ କେବେବି ଛାଡନ୍ତି ନାହିଁ।

କର୍କଟ ରାଶି

karkataଇମୋସନାଲ ହେବା କାରଣରୁ କର୍କଟ ରାଶିର ଝିଅମାନେ ଜଲଦି ହିଁ ସମସ୍ତଙ୍କୁ ନିଜର କରି ନିଅନ୍ତି। ଏମାନେ ଥରେ ହାତ ଧରିଲେ କେବେବି ଛାଡନ୍ତି ନାହିଁ।

ସିଂହ ରାଶି

shinghଏହି ରାଶିର ଝିଅ ମାନଙ୍କୁ ଇମ୍ପ୍ରେସ କରିବା ବହୁତ ମୁସକିଲ ହୋଇଥାଏ। ଏମାନେ ନିଜ ଛଡା କାହା କଥା ଶୁଣି ନଥାନ୍ତି। ଯଦି ଆପଣ ଏହି ରାଶିର ଝିଅକୁ ପ୍ରପୋଜ୍ କରିବାକୁ ଯାଉଛନ୍ତି ତେବେ ଆପଣଙ୍କୁ କିଛି ନୂଆ ଭାବିବା ଆବଶ୍ୟକ।

କନ୍ୟା ରାଶି

kanyaଏହି ରାଶିର ଝିଅଙ୍କର ସ୍ବଭାବ ତାଙ୍କ ମୁଡ୍ ଅନୁଯାୟୀ ବଦଳିଥାଏ। କେବେ କେବେ ଏମାନେ ବହୁତ ସାମନ୍ୟ ଜିନିଷକୁ ମଧ୍ୟ ନିଜର କରିଥାନ୍ତି।

ତୁଳା ରାଶି

tulaପ୍ରେମରେ ତୁଳା ରାଶିର ଝିଅମାନେ ବହୁତ ଅଧିକ ଭରଷାପୂର୍ଣ୍ଣ ହୋଇଥାନ୍ତି। ଯେତେ ପର‌୍ୟ୍ୟନ୍ତ ଏମାନଙ୍କୁ କାହା ଉପରେ ବିଶ୍ବାସ ନ ଆସିଛି ତେବେ ଏମାନେ ତାଙ୍କ ସହିତ କୌଣସି ସମ୍ପର୍କ ରଖି ନଥାନ୍ତି।

ବିଛା ରାଶି

bichaଏହି ରାଶିର ବ୍ୟକ୍ତି ବହୁତ ଜିଦ୍ଦି ସ୍ବଭାବର ହୋଇଥାନ୍ତି। ଯଦି ଆପଣ ଏହି ରାଶିର ବ୍ୟକ୍ତିଙ୍କୁ ପ୍ରପୋଜ୍ କରିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ସହନଶକ୍ତି ରଖିବା ଜରୁରୀ।

ଧନୁ ରାଶି

dhanuଏହି ରାଶିର ଝିଅ ସବୁବେଳେ ନୂଆ ଖୋଜି ଥାନ୍ତି। ଯଦି ଆପଣ ଧନୁ ରାଶିର ଝିଅଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ତାଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ କରିବାକୁ ପଡିବ।

ମକର ରାଶି

makarମକର ରାଶିର ଝିଅମାନେ ପ୍ରେମ ଏବଂ ବନ୍ଧୁତାରେ ବହୁତ ବିଶ୍ବାସ ରଖିଥାନ୍ତି। ଏଥିପାଇଁ ଏମାନେ ସମସ୍ତଙ୍କ ସହିତ ସହଜରେ ମିଶିଯାନ୍ତି। ଏମାନେ ସହଜରେ କାହାର ହାତ ଛାଡନ୍ତି ନାହିଁ।

କୁମ୍ଭ ରାଶି

kumbhଏହି ରାଶିର ଝିଅ ପ୍ରେମରେ ବହୁତ ରୋଣ୍ଟିକ ହୋଇଥାନ୍ତି। କିନ୍ତୁ ଏମାନେ ଚାହିଁଥାନ୍ତି ଯେ ତାଙ୍କ ସାଥି ହିଁ ପ୍ରେମ ପ୍ରଥମେ ଆରମ୍ଭ କରନ୍ତୁ।

ମୀନ ରାଶି

minaମୀନ ରାଶିର ଝିଅ ନିଜ ସ୍ବାଧିନତାକୁ ବହୁତ ପସନ୍ଦ କରନ୍ତି। ଏମାନେ ନିଜ ଲାଇଫଷ୍ଟାଇଲ ବହୁତ ଭଲ ପାଇଥାନ୍ତି। ସେମାନେ ନିଜ ପାଇଁ ନିଜ ଭଳି ହିଁ ସାଥି ଖୋଜିଥାନ୍ତି। ଏହି ରାଶିର ଝିଅ ଜଲଦି ରିଲେସନରେ ଆସିଯାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button