ବିଚାର

ଖରା ଦିନରେ ନିଅନ୍ତୁ ତରଭୁଜ ଜୁସର ମଜା, ସ୍ବାଦ ସହ ଶରୀର ରହିବ ସୁସ୍ଥ

କିଛି ଫଳ ଏପରି ହୋଇଥାଏ ଯାହା କେବଳ ନିର୍ଦ୍ଧିଷ୍ଟ ଋତୁରେ ହିଁ ମିଳିଥାଏ। ତାହା ମଧ୍ୟରେ ଏକ ହେଉଛି ତରଭୁଜ। ଆପଣଙ୍କୁ କହିବାକୁ ଚାହିଁବୁ ତରଭୁଜରେ ଭିଟାମିନ୍ ‘ଏ’ , ‘ସି’ ଏବଂ ପୋଟାସିୟମ୍ ଭରପୁର ମାତ୍ରାରେ ରହିଥାଏ । ଏହା ପାଟିକୁ ସୁଆଦ ଲାଗିବା ସହ ଖରା ପ୍ରକୋପରୁ ମଧ୍ୟ ଆସ୍ବସ୍ତି ଦେଇଥାଏ । ତରଭୁଜ ଫଳ ଆପଣ ଖାଇଥିବେ , ଆଜି ଆସନ୍ତୁ ଜାଣିବା ଏଥିରୁ ଜୁସ୍ ପ୍ରସ୍ତୁତି କରିବା ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ : ଏକ ଗିନା କଟା ତରଭୁଜ, ୬ରୁ ୭ଟି ପୁଦିନା ପତ୍ର, ଲେମ୍ବୁ ରସ, କଳା ଲୁଣ ଏବଂ ଏକ ଚାମଚ ଭଜା ଜୀରା ।

watermelon

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ତରଭୁଜ ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ସେଥିମଧ୍ୟରୁ ମଞ୍ଜି ବାହାର କରି ଦିଅନ୍ତୁ । ପରେ ତରଭୁଜ ଓ ପୁଦିନା ପତ୍ରକୁ ଗ୍ରାଇଣ୍ଡରରେ ପେସି ଦିଅନ୍ତୁ । ଜରଭୁଜ ଖଣ୍ଡ ପାଣି ହେବା ପର‌୍ୟ୍ୟନ୍ତ ପେସି ଦିଅନ୍ତୁ । ପରେ ସେଥିରେ ଲେମ୍ବୁ ରସ, କଳା ଲୁଣ ଓ ଭଜା ଜୀରା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏକ ଗ୍ଲାସକୁ କାଢି ଆଣି ସେଥିରେ ପୁଦିନା ପତ୍ର ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ତରଭୁଜ ଜୁସ୍ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button