ମନୋରଞ୍ଜନ

TV ଇଣ୍ଡଷ୍ଟ୍ରି ର ଏହି 5 ଜଣ Child Actress ଏବେ ହେଇ ଯାଇଛନ୍ତି ବଡ, ଯାହାଙ୍କୁ ବର୍ତ୍ତମାନ ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାଁନଙ୍କୁ ଆଜି ଆମେ କହିବାକୁ ଯାଉଛୁ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କିଛି ଛୋଟ ବେଳର ବାଲ୍ୟ ଅଭିନେତ୍ରୀ ଙ୍କ ବିଷୟରେ। ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କିଛି କଳାକାର ଯିଏ ନିଜର ଛୋଟ ବେଳେ ସିରିଏଲ ରେ ଅଭିନୟ କରୁଥିବାର ଆପଣ ମାନେ ଦେଖିଥିବେ।ଏହି ଅଭିନେତ୍ରୀ ମାନେ ବର୍ତ୍ତମାନ ବଡ଼ ହୋଇସାରିଛନ୍ତି ଏବଂ ସୋସିଆଲ ମିଡ଼ିଆ ରେ ତାଙ୍କ ଚର୍ଚ୍ଚା ବହୁ ମାତ୍ରାରେ ହେଉଛି। ବର୍ତ୍ତମାନ ସେମାନଙ୍କ ରଙ୍ଗ,ରୂପ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି।କିଛି କଳାକାର ଏଭଳି ମଧ୍ୟ ଅଛନ୍ତି ଯିଏ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁ ନାହାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ।

୧. ପ୍ରଥମେ ଆସନ୍ତୁ ଜାଣିବା ୨୦୧୯ ମସିହାର ସିରିଏଲ ‘ଫୁଲବା’ ନିଜର କ୍ୟାରିଅର ର ଆରମ୍ଭ କରିଥିବା ‘ଜନ୍ନତ ଜୁବେର’ ଙ୍କ ବିଷୟରେ। ଜନ୍ନତ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ଙ୍କ ମନକୁ କିଣି ନେଇଥିଲେ ଏବଂ ସଫଳତା ହାସଲ କରିଥିଲେ।

ବର୍ତ୍ତମାନ ସମୟରେ ସେ ସୋସିଆଲ ମିଡିଆରେ ପ୍ରାୟ ସମୟ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି।ଏହି ଅଭିନେତ୍ରୀ ଙ୍କୁ ଟିଭି ସିରିଏଲ ‘ଆସିକି’ ରେ ମୁଖ୍ୟ ଚରିତ୍ର ଭାବେ ଅଭିନୟ କରିଥିବାର ଦେଖୁବାକୁ ମିଳିଥିଲା।

୨. ବନ୍ଧୁଗଣ ଆପଣ ମାନେ ତ ଟିଭି ସିରିଏଲ ‘ବାଲିକା ବଧୂ’ ରେ ଆନନ୍ଦି ନାମକ ଚାରିତ୍ର ରେ ଅଭିନୟ କରିଥିବା ବାଲ୍ୟ ଅଭିନେତ୍ରୀ ‘ଅବିକା କୌର’ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ଏହି ସିରିଏଲ ମାଧ୍ୟମରେ ଅବିକା ନିଜର କ୍ୟାରିଆର ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ଟିଭି ସିରିଏଲ ‘ସସୁରାଲ ସୀମର କା’ ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଅବିକା ବଡ଼ ହୋଇସାରିଛନ୍ତି ଏବଂ ପୂର୍ବ ଅପେକ୍ଷା ଖୁବ ସୁନ୍ଦର ଦେଖା ଯାଉଛନ୍ତି। ବର୍ତ୍ତମାନ ଅବିକା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଏକ ଲୋକପ୍ରିୟ ଅଭିନେତ୍ରୀ ଭାବରେ ପରିଚିତ।

୩. ବନ୍ଧୁଗଣ ଅଭିନେତ୍ରୀ ‘ଉଲ୍କା ଗୁପ୍ତା’ ନିଜ କ୍ୟାରିଆର ର ଆରମ୍ଭ ଟିଭି ସିରିଏଲ ‘ଝାଂସି କି ରାନୀ’ ଜରିଆ ରେ ବାଲ୍ୟ କଳାକାର ରୂପରେ କରିଥିଲେ। ବର୍ତ୍ତମାନ ଉଲ୍କା ବହୁତ ବଡ଼ ହୋଇସାରିଛନ୍ତି ଏବଂ ସେ ଦେଖିବାକୁ ଖୁବ ସୁନ୍ଦର। ବର୍ତ୍ତମାନ ଏହି ଅଭିନେତ୍ରୀ ପ୍ରାୟ ସମୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରର ଆକ୍ଟିଭ ରହୁଛନ୍ତି ଏବଂ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ସମସ୍ତ ଫଟୋ କୁ ସେୟାର କରୁଥିବାର ଦେଖିବାକୁ ମିଳୁଛି।

୪. ବନ୍ଧୁଗଣ ଟିଭି ସିରିଏଲ ‘ବାଲବୀର’ ରେ ମେହେକ ନାମକ ଚରିତ୍ରରେ ଅଭିନୟ କରିଥିବା ବାଲ୍ୟ ଅଭିନେତ୍ରୀ ‘ଅନୁଷ୍କା ସେନ’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ।ବର୍ତ୍ତମାନ ଏହି ଅଭିନେତ୍ରୀ ବହୁତ ବଡ଼ ହୋଇ ସାରିଛନ୍ତି। ଏହି ଅଭିନେତ୍ରୀ କେବଳ ଟିଭି ସିରିଏଲ ହିଁ ନୁହେଁ ଟିଭି ଆଡ୍ସ ରେ ମଧ୍ୟ କାମ କରିଛନ୍ତି ଏବଂ କେବଳ ଏତିକି ହିଁ ନୁହେଁ ଏହି ଅଭିନେତ୍ରୀ ଜଣକ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଙ୍କ ସହ ମଧ୍ୟ ସ୍କ୍ରିନ ସେୟାର କରିଥିବାର ଦେଖିବାକୁ ମିଳିଛି।

୫. ବନ୍ଧୁଗଣ ଟିଭି ସିରିଏଲ ‘ଉତ୍ତରନ’ ରେ ତପସ୍ୟା ନାମକ ଚରିତ୍ର ରେ ଅଭିନୟ କରିଥିବା ବାଲ୍ୟ ଅଭିନେତ୍ରୀ ‘ଇସିତା ପଞ୍ଚାଲ’ ବର୍ତ୍ତମାନ ୨୧ ବର୍ଷ ବୟସର ହୋଇସାରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଅଭିନୟ କ୍ଷେତ୍ରରୁ ଦୂର ରେ ରହିବା ପରେ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ୩୮ ହଜାର ଫାନ ରହିଛନ୍ତି। ବର୍ତ୍ତମାନ ଇସିତା ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button