ମନୋରଞ୍ଜନ

Adipurusha ଚଳଚିତ୍ର ଦେଖି ରାଗିଲେ ରାମ, କିଛି ଏଭଳି କହିଲେ Arun Govil

ନମସ୍କାର ବନ୍ଧଗଣ । ସୂଚନା ମୁତାବକ ବଲିଉଡ ର ଆଦିପୁରୁଷ ଚଳଚିତ୍ର ଜୁନ 16 ତାରିଖ ଦିନ ସିନେମା ହଲ୍ ରେ ରିଲିଜ୍ ହୋଇଛି  । ଏହି ଚଳଚିତ୍ରକୁ ଦେଖିବା ପାଇଁ ଅନେକ ଲୋକମାନେ ଯାଇଥିଲେ ଏବଂ ସିନେମା ହଲ୍ ରେ ଏହାକୁ ନେଇ ଅନେକ ବାଦବିବାଦ ଦେଖାଯାଇଥିବା ଶୁଣିବାକୁ ମିଳିଛି । ପ୍ରଥମେ ଏହି ସିନେମାକୁ ଦେଖିବା ପାଇଁ ଲୋକେ ବହୁତ ଉଦଯୋଗୀ ହୋଇଥିଲେ ।

ମାତ୍ର ସିନେମାକୁ ଦେଖିବା ପରେ କିଛି ଲୋକେ ଏହାକୁ ପସନ୍ଦ କରିଥିବା ବେଳେ ଆଉ କେତେକ ଲୋକେ ଏହାକୁ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି । ତେବେ ରାମାୟଣରେ ପୂର୍ବରୁ ଅଭିନୟ କରିଥିବା ଅରୁଣ ଗୋବିଲ ମଧ୍ୟ ନିଜର ମତ ଦେଇକହିଛନ୍ତି । ଏହି ଚଳଚିତ୍ରକୁ କରିବା ପୂବରୁ ଥରେ ରାମାୟଣକୁ ଆଲୋଚନା କରିବା ଉଚିତ୍ ।

ରାମାୟଣର ମୌଳିକ ରୂପ ଓ ଆତ୍ମାକୁ  ଜାଣିବା ଅତ୍ୟଧିକ କଷ୍ଟଦାୟକ ବିଷୟ ଅଟେ । ରାମାୟଣ ଏକ ଏପରି ଗ୍ରନ୍ଥ ଅଟେ ଯାହାକୁ ବୁଝିବା ମଣିଷ ପକ୍ଷ ଅସାଧାରଣ ହୋଇପାରେ ତାହା ସମୁଦ୍ର ପରି ଗଭୀର ଅଟେ । ତେବେ ଅତ୍ୟଧୁନିକ ପ୍ରଣାଳୀରେ ତିଆରି କରାଯାଇଥିବା ଏହି ସିନେମାରେ ଏହାକୁ ସମ୍ପୁର୍ଣ୍ଣ ବଦଳାଇ ଦେଇଛି ।

ତେବେ ଦର୍ଶକମାନଙ୍କୁ ତାହା ପସନ୍ଦ ଆସିନି । ଅରୁଣ ଗୋବିଲ  କହିଛନ୍ତି ରାମାୟଣ ହେଉଛି ଆମ ପାଇଁ ବିଶ୍ଵାସର ବିଷୟ ତାହାକୁ ନେଇ ଆମେ କୋଣସି ପ୍ରକାର ପରିବର୍ତ୍ତନକୁ ଗ୍ରହଣ କରିବୁ ନାହିଁ । ସିନେମାରେ ରାମାୟଣକୁ ଅତ୍ୟାଧୁନିକ କରିବା ଠିକ ଅଛି ମାତ୍ର ଚରିତ୍ର କୁ ସଠିକ ରୂପରେ ଉପସ୍ଥାପନ କରିବା ନିହାତି ଆବଶ୍ୟକ ରହିଛି । ତେବେ ଏହି ଚଳଚିତ୍ରରେ କିପରି ଭାବରେ ଚରିତ୍ର ଗୁଡକୁ ଦର୍ଶାଯାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାମାୟଣରେ ରାମ ସୀତା ଓ ହନୁମାନଙ୍କ ଚରିତ୍ର ଉପସ୍ଥାପନ କରିବା ପୂର୍ବରୁ ଲୋକମାନଙ୍କ ବିଶ୍ଵାସ ପ୍ରତି ଧ୍ୟାନ ହେବା ଉଚିତ୍ । ତେବେ ଏସବୁ ବିଚାର ନ କରି ସିନେମାକୁ ରିଲିଜ୍ କରିବାରୁ ଏହାକୁ ନାପସନ୍ଦ କରିଛନ୍ତି ପୁରାତନ ରାମାୟଣରେ ଅଭିନୟ କରିଥିବା ଅରୁଣ ଗୋବିଲ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button