ନୀତି

ଶ୍ରାବଣ ମାସରେ ହଳଦୀରେ କରନ୍ତୁ ଏହି ଚମତ୍କାର ଉପାୟ, ଏତେ ଧନ ବର୍ଷା ହେବ ଯେ ସମ୍ଭାଳି ପାରିବେନି

ଏହି ପବିତ୍ର ଶ୍ରାବଣ ମାସରେ କେଉଁ ଗଛମୂଳେ ହଳଦୀ ପୋତିଦେଲେ କେଉଁ ପ୍ରକ୍ରର ଇଚ୍ଛା ପୂରଣ ହୋଇଥାଏ ତାହା ଆଜି ଆମେ ଜାଣିବା । ହଳଦୀ ଏପରି ଏକ ପବିତ୍ର ଜିନିଷ ଯାହା ନକରାତ୍ମକ ଊର୍ଜାକୁ କମ୍ କରି ସକାରାତ୍ମକ ଊର୍ଜାକୁ ଟାଣି ଆଣେ । ଏହାସହ ଧନ ଏବଂ ଧନଲକ୍ଷ୍ମୀଙ୍କୁ ମଧ୍ୟ ଚୁମ୍ବକ ଭଳି ଆକର୍ଷଣ କରିବାର ଶକ୍ତି ହଳଦୀରେ ରହିଛି । ହିନ୍ଦୁ ଧର୍ମରେ ଶ୍ରାବଣ ମାସର ଖୁବ ମହତ୍ଵ ରହିଛି । ଚାଲନ୍ତୁ ଜାଣିବା ଏହି ମାସରେ ମନସ୍କାମନା ପୂର୍ଣ୍ଣ କରି ଧନଲାଭ କରିବାର କିଛି ଖାସ ଉପାୟ ।

ଆପଣଙ୍କର ଯଦି କୌଣସି ଇଚ୍ଛା ରହିଛି ତେବେ ସେହି ଇଚ୍ଛାକୁ ସ୍ମରଣ କରି ଗୁରୁବାର ଦିନ କଦଳୀ ଗଛମୂଳେ ଦୁଇଟି ହଳଦୀକୁ ପୋତି ଦିଅନ୍ତୁ । ସାତଦିନ ପର୍ଯ୍ୟନ୍ତ ଏହାକୁ ସେପରି ଛାଡି ଦିଅନ୍ତୁ ଓ ଆସନ୍ତା ଗୁରୁବାର ଦିନ ସନ୍ଧ୍ୟା ସମୟରେ ଗାତ ଖୋଳି ସେହି ହଳଦୀକୁ ନେଇ ଆସନ୍ତୁ । ଏହି ହଳଦୀ ଦୁଇଟିକୁ ନେଇ ଆପଣ ନିଜ ପୂଜାଘରେ କିମ୍ବା ସିନ୍ଦୁକରେ ରଖିଦିଅନ୍ତୁ ।

ଦେଖିବେ ଆପଣଙ୍କର ଯାହାବି ଇଚ୍ଛା ରହିଛି ତାହା ନିଶ୍ଚିତ ଭାବେ ପୂରଣ ହୋଇଯିବ । ଯଦି ଆପଣ ବା ଘରର ଅନ୍ୟ କେହି ସଦସ୍ୟ ବାରମ୍ବାର ରୋଗରେ ପଡ଼ୁଛନ୍ତି କିମ୍ବା ଘରେ ନକରାତ୍ମକ ଶକ୍ତି ଅଛି ବୋଲି ଆପଣଙ୍କୁ ଅନୁଭବ ହେଉଛି ତେବେ ତୁଳସୀ ଗଛମୂଳେ ଦୁଇଟି ହଳଦୀ ପୋତି ଦିଅନ୍ତୁ ଏବଂ ସାତଦିନ ପର୍ଯ୍ୟନ୍ତ ତାହାକୁ ସେହିପରି ଛାଡି ଦିଅନ୍ତୁ ।

ଏହି ଉପାୟକୁ ଆପଣ ରବିବାର ଦିନ ଛାଡି ଅନ୍ୟ କୌଣସି ଦିନ କରିପାରିବେ । ସାତଦିନ ପରେ ସେହି ହଳଦୀକୁ ଆଣି ଏକ ତାବିଜ ଭିତରେ ଭର୍ତ୍ତି କରି ପିନ୍ଧନ୍ତୁ । ଦେଖିବେ ଯେକୌଣସି ରୋଗ ଥାଉ ନା କାହିଁକି ତାହାକୁ ଏହା ନାଶ କରିଦେବ । ଧନ ପ୍ରାପ୍ତି ପାଇଁ ଗୁରୁବାର କିମ୍ବା ଶୁକ୍ରବାର ଦିନ ଅଅଁଳା ଗଛମୂଳରେ ଦୁଇଟି ହଳଦୀ ପୋତି ଦିଅନ୍ତୁ ଓ ସାତଦିନ ଯାଏଁ ସେହିପରି ଛାଡି ଦିଅନ୍ତୁ ।

ଏହାପରେ ସେହି ହଳଦୀକୁ ଆଣି ଘରେ ସିନ୍ଦୁକରେ ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଦେଖିବେ ଆପଣଙ୍କ ଘରେ ନିଶ୍ଚୟ ଧନ ବୃଦ୍ଧି ଘଟିବା ସହ ଉନ୍ନତି ଦେଖାଦେବ । ଯଦି ଘରକୁ ଧନ ଆସିବାର ରାସ୍ତା ବନ୍ଦ ହୋଇଯାଇଛି ତେବେ ଧନ ପ୍ରାପ୍ତି କରିବା ପାଇଁ କିମ୍ବା କରଜରୁ ମୁକ୍ତି ପାଇବା ପାଇଁ ଗୁରୁବାର କିମ୍ବା ଶୁକ୍ରବାର ଦିନ ଆପଣ ଓସ୍ତ ଗଛମୂଳେ ଦୁଇଟି ହଳଦୀ ପୋତି ଦିଅନ୍ତୁ ।

ଏହାପରେ ହଲଦୀକୁ ଆଣି ସିନ୍ଦୁକ କିମ୍ବା ପୂଜାଘରେ ରଖନ୍ତୁ ନଚେତ ତାବିଜରେ ଭରିକରି ପିନ୍ଧି ନିଅନ୍ତୁ । ଏହାଦ୍ବାରା ମଧ୍ୟ ଧନ ପ୍ରାପ୍ତି ହେବା ସହ ଯାହାବି ଇଚ୍ଛା ଥାଏ ତାହା ପୂରଣ ହୁଏ । ଏହା କରିବା ଦ୍ଵାରା କରଜରୁ ମଧ୍ୟ ଶୀଘ୍ର ମୁକ୍ତି ମିଳିଥାଏ । ଏହି ସବୁ ଉପାୟମାନ କରି ଆପଣ ଧନ ପ୍ରାପ୍ତି କରିପାରିବେ ଏବଂ କରଜରୁ ମୁକ୍ତି ପାଇପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button