ସ୍ୱାସ୍ଥ୍ୟ

ଖାଲି ପେଟରେ ଯୋଗ କଲେ ମିଳିଥାଏ ଏହି ଫାଇଦା

ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଯୋଗ ବହୁତ ଲାଭକାରୀ । ସବୁ ବୟସର ଲୋକମାନେ ନିଜ ଶରୀର ସୁସ୍ଥ ରଖିବା ପାଇଁ ଯୋଗ କରିବା ନିଶ୍ଚିତ ଆବଶ୍ଯକ। ଯୋଗ ଶାରୀରିକ ରୂପେ ବଳ ପ୍ରଦାନ କରିବା ସହ ମାନସିକ ସ୍ଥରରେ ଶାନ୍ତି ପ୍ରଦାନ କରିଥାଏ। ଯୋଗ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ରହିନଥାଏ। ଆପଣ ଏହାର ଅଭ୍ୟାସ କୌଣସି ସମୟରେ ମଧ୍ୟ କରିପାରିବେ। କିନ୍ତୁ ସକାଳ ଏବଂ ସନ୍ଧ୍ୟା ସମୟରେ ଯୋଗର ଅଭ୍ୟାସ କରିବା ଉଚିତ କାରଣ ଏହି ସମୟରେ ଶରୀର ସ୍ଥିର ଏବଂ ଶାନ୍ତ ରହିଥାଏ।  ଯଦି ଆପଣ ଖାଲି ପେଟରେ ଯୋଗ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ କୌଣସି ଅସୁବିଧା ନ ହୋଇ ବରଂ ଅଧିକ ଲାଭକାରୀ ହୋଇଥାଏ।

 yoga -ଖାଲି ପେଟରେ ଯୋଗ କଲେ ଶରୀର ପାଇଁ ଲାଭକାରୀ ହୋଇଥାଏ। ଯଦି ଆପଣ ଖାଦ୍ୟ ଖାଇବା ପରେ ଯୋଗ କରୁଛନ୍ତି ତେବେ ଆପଣଙ୍କର ପାଚନ କ୍ରିୟାରେ ପ୍ରଭାବିତ ହୋଇଥାଏ ଏବଂ ଶରୀରରେ ଶକ୍ତି କମ ହୋଇଥାଏ। ଏହି କାରଣରୁ ଖାଲି ପେଟରେ ଯୋଗ କଲେ ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ। ଯଦି ଆପଣ ଖାଦ୍ୟ ଖାଇବା ପରେ ଯୋଗ କରୁଛନ୍ତି ତେବେ ଆପଣଙ୍କ ପେଟ ଫୁଲିବା ସହ ଗ୍ୟାସ  ଭଳି ସମସ୍ଯା ଲାଗି ରହିଥାଏ।

yoga teach

–  ଯଦି ଆପଣ ଖାଦ୍ୟ ଖାଇବା ପରେ ଯୋଗ କରୁଛନ୍ତି ତେବେ ପେଟ ସମ୍ବନ୍ଧିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଯୋଗରେ ଏପରି କିଛି ଆସନ ରହିଛି ଯାହାକୁ କରିବା ସମୟରେ ପେଟ ଏବଂ ପାଚନ କ୍ରିୟାରେ ପ୍ରଭାବ ପଡ଼ିଥାଏ। ଏହି ପ୍ରଭାବ ପାଚନ କ୍ରିୟା ଏବଂ ପେଟ ସମସ୍ୟାକୁ କ୍ଷତି ପହଞ୍ଚାଇଥାଏ।ଏଣୁ ସବୁବେଳେ ଖାଲି ପେଟରେ ଯୋଗକରିବା ପାଇଁ ଚେଷ୍ଠା କରନ୍ତୁ।

ଆପଣ ଅଧିକ ମୋଟା ହୋଇପାରନ୍ତି:

ଯଦି ଆପଣ ମୋଟାପଣ ଦୂର କରିବାକୁ ଚାହୁଛନ୍ତି ତେବେ ଖାଲି ପେଟରେ ଯୋଗର ଅଭ୍ୟାସ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button