ମନୋରଞ୍ଜନ

Bollywood ର ଏହି 6 ଜଣ ହିରୋଇନ ଙ୍କ କାର୍ବନ କପି, ଯିଏ ଟିକ୍ ଟକ୍ ରେ ଭିଡ଼ିଓ କରି ହୋଇଛନ୍ତି ଫେମସ, ନମ୍ବର 6 ଙ୍କୁ ଦେଖିଲେ ତ ଆପଣ ବି ଜାଣି ପାରିବେନି ଅସଲି କିଏ ଆଉ ନକଲି କିଏ

ବନ୍ଧୁଗଣ ଆମେ ସବୁ ଜାଣିଥାଉ କି ବଲିଉଡ ର ସବୁ ଅଭିନେତ୍ରୀ ନିଜର ଅଭିନୟ ଓ ନିଜର ସୁନ୍ଦରତା ରେ ସମସ୍ତଙ୍କ ହୃଦୟ କିଣିଦେଇଥାନ୍ତି ।ଏବଂ ନିଜର ସ୍ଵଭାଵ ମଧ୍ୟ ଲୋକଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ।ଏବଂ ସେଥିପାଇଁ ଏହି ଅଭିନେତ୍ରୀ ମାନଙ୍କ ପ୍ରଶଂସକ ସେମାନଙ୍କ ଭଳି ଦେଖିବା ପାଇଁ ବହୁତ ପ୍ରୟାସ ମଧ୍ୟ କରିଥାନ୍ତି।ଏବଂ ସେଥିପାଇଁ ଆମେ ଏହି ବଲିଉଡ ଅଭିନେତ୍ରୀ ଙ୍କ ର ଡୁପ୍ଲିକେଟ ଦେଖିବାକୁ ପାଇଥାଉ ଏବଂ

ଏହି ଡୁପ୍ଲିକେଟ ମାନେ ଲୋକପ୍ରିୟ ଆପ ଟିକ୍ ଟକ୍ ରେ ବହୁତ ଦେଖିବାକୁ ମିଳୁଛି ଏବଂ କିଛି ଜଣ ଏଭଳି ବି ଅଛନ୍ତି ଯିଏ ସେହି ଅଭିନେତ୍ରୀ ମାନଙ୍କ ର ଯାଆଁଳା ଭଉଣୀ ଭଳି ଲାଗନ୍ତି। ତେବେ ଚାଲନ୍ତୁ ଦେଖିନେବା ସେହି ଅଭିନେତ୍ରୀ ମାନଙ୍କ ର ଡୁପ୍ଲିକେଟ ମାନେ କିଏ କିଏ ?

୧- ପ୍ରଥମ ରେ ଅଛନ୍ତି କରିସ୍ମା କପୂର। ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ କରିସ୍ମା ନିଜ ରୂପ ଓ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିବା ରେ ସଫଳ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ସେ ଏହି ସିନେମା ଜଗତରୁ ଦୁରେଇ ରହୁଛନ୍ତି। ଯେଉଁଠି କରିସ୍ମା ଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି ସେଇଠି ତାଙ୍କ ଡୁପ୍ଲିକେଟ ଙ୍କୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ସେ ହେଉଛନ୍ତି ବେଵୋ ଜଡାବା। ସେ ଟିକ୍ ଟକ୍ ରେ ପ୍ରତିଦିନ ନିଜର ଏକ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ନିଜ ଅଭିନୟ ଓ ସୋନ୍ଦର୍ଯ୍ୟ ରେ ଆଶ୍ଚର୍ଯ୍ୟ ଓ ଆକର୍ଷିତ କରୁଛନ୍ତି।

୨- ଦ୍ୱିତୀୟ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ବଲିଉଡ ରେ ନିଜର ଅଭିନୟ ର ଯାଦୁ ଦେଖେଇଛନ୍ତି ଏବଂ କେବଳ ବଲିଉଡରେ ନୁହେଁ ହଲିଉଡ଼ ରେ ମଧ୍ୟ ନିଜ ଅଭିନୟ ର ଯାଦୁ ଦେଖେଇ ସାରିଛନ୍ତି। ପ୍ରିୟଙ୍କାଙ୍କ ର ଡୁପ୍ଲିକେଟ ହେଉଛନ୍ତି ଅମାୟା ଡାଙ୍ଗରେ।ଅମାୟା ପ୍ରିୟଙ୍କା ଙ୍କ ର ବହୁତ ବଡ ପ୍ରଶଂସକ ଏବଂ ସେଥିପାଇଁ ସେ ତାଙ୍କ ଲୁକ କୁ କପି କରନ୍ତି ଏବଂ ପ୍ରିୟଙ୍କା ଙ୍କ ର ଗୀତ ଓ ଡାଇଲଗ ରେ ଭିଡିଓ ବନେଇ ପୋଷ୍ଟ କରୁଛନ୍ତି ଓ ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

୩-ତୃତୀୟ ଅଭିନେତ୍ରୀ ହେଲେ ଆଲିଆ ଭଟ୍ଟ। ଆଲିଆ ମହେଶ ଭଟ୍ଟ ଙ୍କ ଝିଅ। ସେ ନିଜ ନୂତନ ଅନ୍ଦାଜ ରେ ଅଭିନୟ କରି ସମସ୍ତଙ୍କ ଲୋକପ୍ରିୟ ହୋଇ ପାରିଛନ୍ତି। ସେହି ଭଳି ଆଲିଆ ଙ୍କ ଡୁପ୍ଲିକେଟ ସମାୟା ଆସୁ । ସେ ଆଲିଆ ଙ୍କ ର ‘ଗଲି ବୟ’ ଫିଲ୍ମର ଏକ ଡାଇଲଗ ରେ ସେ ପ୍ରଥମ ଭିଡିଓ କରି ସମସ୍ତ ଙ୍କ ନଜର କୁ ଆସିଥିଲେ ଏବଂ ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲେ।ସମାୟା ଉତ୍ତରାଖଣ୍ଡ ରେ ବାସ କରନ୍ତି।

୪- ଚତୁର୍ଥ ଅଭିନେତ୍ରୀ ହେଲେ ଐଶ୍ୱର୍ଯ୍ୟା ରାୟ। ଐଶ୍ୱର୍ଯ୍ୟା ବଲିଉଡ ର ସବୁଠୁ ସୁନ୍ଦରୀ ଓ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ।ସେ ନିଜର ଅଭିନୟ ଛଡା ନିଜର ସୋନ୍ଦର୍ଯ୍ୟ ରେ ହିଁ ଲୋକମାନଂକୁ ବହୁତ ପ୍ରଭାବିତ କରିଛନ୍ତି। ଐଶ୍ୱର୍ଯ୍ୟା ଙ୍କ ର ଡୁପ୍ଲିକେଟ ହେଲେ ମାନସୀ ନାୟକ। ମାନସୀ ନିଜର ଅଭିନୟ ରେ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ଏବଂ ସେ ଐଶ୍ୱର୍ଯ୍ୟା ଙ୍କ ଭଳି ବେଶ ମଧ୍ୟ ହୋଇଥାନ୍ତି। ଏବଂ ତାଙ୍କ ଆଖି ମଧ୍ୟ ଐଶ୍ୱର୍ଯ୍ୟା ଙ୍କ ଭଳି ନୀଳ ଓ ସୁନ୍ଦର।

୫- ପଞ୍ଚମ ଅଭିନେତ୍ରୀ ହେଲେ କଟ୍ରିନା କେଫ୍। କଟ୍ରିନା ବହୁତ କମ ସମୟ ରେ ବଲିଉଡ ର ଏକ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି। ସେ ନିଜର ଅଭିନୟ ଓ ନିଜର ରୂପ ରେ ସମସ୍ତଙ୍କ ହୃଦୟରେ ଘର କରିପାରିଛନ୍ତି। ତାଙ୍କ ଡୁପ୍ଲିକେଟ ହେଲେ ଏଲିନା ରାୟ। ସେ ଲଣ୍ଡନ ର ଜଣେ ମଡେଲ ଏବଂ ଏବେ ସେ ଭାରତରେ ମଧ୍ୟ ମଡେଲିଙ୍ଗ କରୁଛନ୍ତି ଓ ଟିକ୍ ଟକ୍ ରେ ଭିଡିଓ ମଧ୍ୟ କରୁଛନ୍ତି ଏବଂ ସେ କଟ୍ରିନା ଙ୍କ ର ଯାଆଁଳା ଭଉଣୀ ଦେଖାଯାନ୍ତି।

୬- ଷଷ୍ଠ ଅଭିନେତ୍ରୀ ହେଲେ କାଜୋଲ। କାଜୋଲ ବଲିଉଡ ର ଏକ ସଫଳ ଅଭିନେତ୍ରୀ। ସେ ନିଜର ଚୁଲବୁଲି ଓ ମଜାକିଆ ଅନ୍ଦାଜ ରେ ସମସ୍ତଙ୍କ ହୃଦୟରେ ଘର କରିପାରିଛନ୍ତି। ତାଙ୍କ ଡୁପ୍ଲିକେଟ ହେଉଛନ୍ତି ପିଙ୍କି ସାହା। ସେ କାଜୋଲ ଙ୍କ ଭଳି ଅଭିନୟ କରନ୍ତି ଓ ଏହା କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button