ନୀତି

ହାତରେ ଅଛି କି ଏହିପରି ଅର୍ଦ୍ଧ ଚନ୍ଦ୍ର? ତେବେ ନିଶ୍ଚୟ ପଢନ୍ତୁ ଏହି ଖବର- Hasta Rekha Jyotish

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ହାତରେ ବିଭିନ୍ନ ପ୍ରକାର ରେଖା ରହିଛି । ଏହି ରେଖା ମାଧ୍ୟମରେ ଆମେ ନିଜର ଅତୀତ ଓ ଭବିଷ୍ୟତ ବିଷୟରେ ଜାଣିପାରୁ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେ କୌଣସି ବ୍ୟକ୍ତିର କୋଷ୍ଠୀ ଓ କପାଳ ପଠନ କରି ତାର ଅତୀତ ଭବିଷ୍ୟତ ସବୁ ଜାଣିହୁଏ।ହାତରେ ଥିବା ରେଖା ମାନେ ଆମକୁ ଭବିଷ୍ୟତର ଭିନ୍ନ ଭିନ୍ନ ସଂକେତ ଦେଇଥାନ୍ତି। ଅନେକ ଲୋକ ଏଥିରେ ବିଶ୍ୱାସ ରଖିଥାନ୍ତି । ତେବେ ବନ୍ଧୁଗଣ ଯେତେବେଳେ ପଣ୍ତିତ ମହାଶୟ ହାତ ଦେଖୁଥାନ୍ତି ସେହି ସମୟରେ ହାତର ଦୁଇ ପାପୁଲି କୁ ଯୋଡି କିଛି ଦେଖିଥାନ୍ତି ।

ସେ ଏହି ଯୋଡା ପାପୁଲି ରେ ଯାହା ସବୁ ଖୋଜିଥାନ୍ତି ତାହା ମଧ୍ୟରୁ ଗୋଟିଏ ହେଉଛି ଯୋଡି ହୋଇଥିବା ହାତ ପାପୁଲିରେ ଚନ୍ଦ୍ରଙ୍କ ଆକୃତି । କେତେକ ଙ୍କ ହାତରେ ପୂର୍ଣ୍ଣ ଚନ୍ଦ୍ର ଥାଏ ଓ କେତେକ ଙ୍କ ହାତରେ ଅର୍ଦ୍ଧ ଚନ୍ଦ୍ର ଥାଏ। ତେବେ ଆଜି ଆମେ ଏହି ଅର୍ଦ୍ଧ ଚନ୍ଦ୍ର ସମ୍ପର୍କରେ ଆଲୋଚନା କରିବା।ଏହି ଅର୍ଦ୍ଧ ଚନ୍ଦ୍ର ରୁ ଆମକୁ କଣ ସୂଚନା ମିଳିଥାଏ ସେହି ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।ତେବେ ଚାଲନ୍ତୁ ଜାଣିବା ଏହି ଅର୍ଦ୍ଧ ଚନ୍ଦ୍ର ବିଷୟରେ।

ଯେଉଁ ବ୍ୟକ୍ତିଙ୍କର ହାତ ପାପୁଲି କୁ ଯୋଡିବା ଦ୍ୱାରା ସେଥିରେ ଅର୍ଦ୍ଧ ଚନ୍ଦ୍ର ସୃଷ୍ଟି ହୋଇଥାଏ ସେମାନେ ନିଜ ବନ୍ଧୁଙ୍କ ପ୍ରତି ସଚ୍ଚୋଟ ହୋଇଥାନ୍ତି।ସେମାନେ କେବେ ହେଲେ ନିଜ ବନ୍ଧୁ ଙ୍କୁ ଧୋକା ଦେଇନଥାନ୍ତି।ନୂତନ ବନ୍ଧୁ ତିଆରି କରିବାକୁ ପସନ୍ଦ କରିଥାନ୍ତି।ଯେଉଁ ବ୍ୟକ୍ତି ଙ୍କର ହାତ ପାପୁଲି ଯୋଡିବା ଦ୍ୱାରା ଏହା ଅର୍ଦ୍ଧ ଚନ୍ଦ୍ର ନହୋଇ ସରଳ ରେଖା ପରି ହୋଇଥାଏ ସେମାନେ ବହୁତ ଶାନ୍ତ ଓ ଭଦ୍ର ହୋଇଥାନ୍ତି।

ଏମାନଙ୍କର ସ୍ୱଭାବ ଅତି ଉତ୍ତମ ହୋଇଥାଏ।ଯେଉଁ ବ୍ୟକ୍ତିଙ୍କର ହାତ ପାପୁଲିରେ ଏହି ରେଖା ଟି ଅଙ୍କାବଙ୍କା ରହିଥାଏ ସେ ନିଜ ଠାରୁ ବୟସରେ ଅଧିକ ବଡ଼ ମାନଙ୍କ ସହିତ ମିଶିବାକୁ ପସନ୍ଦ କରିଥାନ୍ତି।ଏମାନଙ୍କର ସ୍ଵଭାଵ ମଧ୍ୟ ଭଲ ହୋଇଥାଏ।ଏମାନେ ଅନ୍ୟକୁ କଷ୍ଟ ହେଲା ପରି କିଛି କାମ କରି ନ ଥାନ୍ତି।ସବୁବେଳେ ପର ର ଉପକାର କରିବା ପାଇଁ ଆଗ୍ରହୀ ଥାଆନ୍ତି।

ଏହି ରେଖା ରୁ ମନୁଷ୍ୟର ବୈବାହିକ ଜୀବନ ବିଷୟରେ ମଧ୍ୟ ସୂଚନା ଦେଇଥାଏ।ନିଜର ଜୀବନ ସାଥି କିପରି ହେବ ସେ ସମ୍ପର୍କରେ ମଧ୍ୟ ସୂଚନା ମିଳିଥାଏ। ପୁଅ ହେଉ କିମ୍ବା ଝିଅ ହେଉ ଏମାନଙ୍କର ହାତ ପାପୁଲି ଯୋଡିବା ପରେ ଯଦି ସୁନ୍ଦର ଆକୃତି ର ସୃଷ୍ଟି ହୋଇଥାଏ ତେବେ ତାଙ୍କୁ ରୂପରେ ଓ ଗୁଣ ରେ ବହୁତ ଭଲ ଜୀବନ ସାଥି ମିଳିଥାନ୍ତି। ଏମାନେ ସ୍ଵଭାଵ ରେ ବହୁତ ଭଲ ହୋଇଥାନ୍ତି ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି।

ଏହି ପରି ଅର୍ଦ୍ଧ ଚନ୍ଦ୍ର ବହୁତ ବ୍ୟକ୍ତି ଙ୍କ ନିକଟରେ ଦେଖିବାକୁ ମିଳିଥାଏ। ଯେଉଁ ମାନଙ୍କ ହାତରେ ଏହି ପରି ରେଖା ଥାଏ ତାଙ୍କୁ ବହୁତ ଭାଗ୍ୟବାନ ବୋଲି ମନେ କରାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button