ବିଚାର

ଇଏ ହେଉଛି ଲକ୍ଷ୍ମଣଙ୍କୁ ଜୀବିତ କରିଥିବା ସଞ୍ଜବନୀ ବୁଟିର ପର୍ବତ, ଯାହାକୁ ହନୁମାନ ନେଇଯାଇଥିଲେ ଲଙ୍କାକୁ, ଏବେବି ଏଥିରୁ ମିଳୁଛି

ରାମାୟଣରେ ଲକ୍ଷ୍ମଣ ଯେତେବେଳେ ମେଘନାଦଙ୍କ ବାଣ ଦ୍ଵାରା ଆହତ ହୋଇଗଲେ ତେବେ ତାଙ୍କୁ ଠିକ କରିବା ପାଇଁ ସଞ୍ଜିବନୀ ବୁଟୀର ବ୍ୟବହାର କରାଯାଇଥିଲା । ରାମାୟଣ କଥା ଅନୁସାରେ, ‘ମୂର୍ଛିତ ଲକ୍ଷ୍ମଣଙ୍କୁ ଜୀବିତ କରିବା ପାଇଁ ହନୁମାନ ହିମାଳୟରୁ ସଞ୍ଜିବନୀ ବୁଟୀର ଏକ ପାହାଡ ଲଙ୍କାକୁ ନେଇ ଆସିଥିଲେ । ଯେଉଁ ପର୍ବତ ଆଜି ପୁରା ଦୁନିଆରେ ରୂମାସ୍ସଲା ପର୍ବତ ନାମରେ ପରିଚିତ ଅଟେ ।

ଶ୍ରୀଲଙ୍କାର ସୁନ୍ଦର ସ୍ଥାନ ମଧ୍ୟରୁ ଗୋଟିଏ ଉନାବଟାନା ବୀଚ ଏହି ପର୍ବତ ପାଖରେ ଅଛି । ଉନାବଟାନାର ଅର୍ଥ ଆକାଶରୁ ପଡିଥିବା । ଶ୍ରୀଳଙ୍କାର ଦକ୍ଷିଣ ଦିଗର ସମୁଦ୍ର ନିକଟରେ ଏମିତି କେତେକ ସ୍ଥାନ ଅଛି, ଯାହା ବିଷୟରେ କୁହାଯାଏ କି ହନୁମାନ ହିମାଳୟରୁ ଯେଉଁ ପର୍ବତ ଶ୍ରୀଲଙ୍କା ଆଣିଥିଲେ ସେହି ପର୍ବତର କିଛି ଅଂଶ ଶ୍ରୀଲଙ୍କାର କେତେକ ସ୍ଥାନରେ ପଡିଥିଲା । ଏମାନଙ୍କ ମଧ୍ୟରୁ ରୂମାସ୍ସଲା ପର୍ବତ ସବୁଠୁ ମୁଖ୍ୟ ଅଟେ ।

ଖାସ କଥା ଏହା ଅଟେ କି ଯେଉଁଠି ଯେଉଁଠି ସେହି ପର୍ବତର କିଛି ଅଂସ ପଡିଥିଲା, ସେଠିକାର ଜଳବାୟୁ ଓ ମାଟି ବଦଳି ଗଲା । ଯଦି କଥାବାର୍ତ୍ତା କରିବା ଜଡ଼ୀ ବୁଟି ବିଷୟରେ ତେବେ ପ୍ରକୃତିରେ ଏମିତି ବହୁତ ଜଡ଼ୀ ବୁଟି ଅଛି ଯାହା ମନୁଷ୍ୟର ସ୍ୱାସ୍ଥ୍ୟକୁ ସୁସ୍ଥ କରିବାରେ ବହୁତ ସହାୟକ ହୋଇଥାଏ । ସଞ୍ଜିବନୀ ବୁଟୀ ବି ଏହି ପ୍ରକାରର ବନସ୍ପତି ଅଟେ ଯାହାର ଉପଯୋଗ ଚିକିତ୍ସା କାର୍ଯ୍ୟରେ କରାଯାଇଥାଏ ।

କହିବାକୁ ଗଲେ ବର୍ତ୍ତମାନର ସମୟ ବହୁତ ଜଲ୍ଦି ଜଲ୍ଦି ଚେଞ୍ଜ ହେଉଛି । ତ୍ରେତୟାଯୁଗକୁ ବହୁତ ବର୍ଷ ହୋଇଯାଇଛି, ଏମିତିରେ ସଞ୍ଜିବନୀ ବୁଟୀରେ ଅନ୍ତର ବି ଆସିଯାଇଥିବ ଓ ହୋଇପାରେ କି ଆଜି ତାହା ଅଳ୍ପ ମାତ୍ରାରେ ଆମ ପାଖରେ ଅଛି । କହିବାକୁ ଗଲେ ଶ୍ରୀଲଙ୍କାରେ ଏମିତି କିଛି ସ୍ଥାନ ଅଛି ଯେଉଁ ସ୍ଥାନର ଗଛଲତା ସେହି ସ୍ଥାନର କିଛି ଦୂରରେ ଥିବା ବାକି ଗଛଲତା ଠାରୁ ବହୁତ ଭିନ୍ନ ଅଟେ ।

ରୂମାସ୍ସଲା ପରେ ଯେଉଁ ସ୍ଥାନ ସବୁଠୁ ମୁଖ୍ୟ ଅଟେ ତାହା ଅଟେ ରୀତିଗାଳା । ଯେତେବେଳେ ହନୁମାନ ସଞ୍ଜିବନୀ ପର୍ବତକୁ ଉଠାଇ ଶ୍ରୀଲଙ୍କା ନେଇ ଆସିଥିଲେ ତେବେ ସେହି ସମୟରେ ପର୍ବତର ଏକ ବଡ ଅଂଶ ରୀତିଗାଳାରେ ବି ପଡିଥିଲା । ରୀତିଗାଳାର ଖାସ କଥା ଏହା ଅଟେ କି ଆଜି ବି ଏଠି ଏମିତି କିଛି ଜଡ଼ୀ-ବୁଟି ଅଛି, ଯାହା ଆଖପାଖ ଅଞ୍ଚଳର ଜଡ଼ୀ-ବୁଟି ଠାରୁ ବିଲକୁଲ ଅଲଗା ଅଟେ । ଦ୍ଵିତୀୟ ସ୍ଥାନ ଅଟେ ହାକାଗାଳା ।

Image courtesy: Google

ଶ୍ରୀଲଙ୍କାର ନୁୱାରା ଏଲିୟା ସହର ଠାରୁ ପାଖପାଖି ୧୦ କିଲୋମିଟର ଦୂର ହାକାଗାଲା ଗାର୍ଡନରେ ବି ହନୁମାନ ନେଇ ଆସିଥିବା ପାହାଡର ଅନ୍ୟ ଏକ ବଡ ଅଂଶ ପଡିଥିଲା । ଏହି ସ୍ଥାନର ଗଛଲତା ଓ ମାଟି ବି ଏହାର ଆଖପାଖ ଅଞ୍ଚଳ ଠାରୁ ବିଲକୁଲ ଅଲଗା ଅଟେ । ପୁରା ଶ୍ରୀଲଙ୍କାରେ ଏମିତି ବହୁତ ସ୍ଥାନ ଅଛି ଯେଉଁଠି ରାମାୟଣ ସମ୍ବନ୍ଧିତ ବହୁତ ପ୍ରମାଣ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button