ନୀତି

ଶାସ୍ତ୍ର ଅନୁସାରେ ଘରର ମହିଳାମାନେ ଏହି ୫ ଟି କଥା ପାଳନ କଲେ, ଘରେ ହୋଇଥାଏ ମା’ ଲକ୍ଷ୍ମୀଙ୍କର ବାସ

ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ତୁଳନା କରାଯାଇଛି । ଶାସ୍ତ୍ରରେ ମହିଳା ସମ୍ବନ୍ଧିତ ବିଭିନ୍ନ ବିଷୟ ଉଲ୍ଲେଖ କରାଯାଇଛି । ଯଦି ମହିଳାମାନେ ଏହି ସବୁ କଥାକୁ ଧ୍ୟାନ ରଖନ୍ତି ଏବଂ ଏହାକୁ ପାଳନ କରନ୍ତି ତେବେ ସେମାନେ ନିଜର ଘର ପରିବାରକୁ ସମସ୍ତ ପ୍ରକାର ସମସ୍ୟା ଠାରୁ ଦୂରେଇ ରଖି ପାରିବେ । ଏହା ସହିତ ପରିବାରରେ କେବେ ବି ଟଙ୍କାର ସମସ୍ୟା ଆସିବ ନାହିଁ ।

ଯଦି ସେମାନେ ଏହି ସବୁ କଥାକୁ ପାଳନ କରୁଛନ୍ତି ତେବେ ସେମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ରହିବ । ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମହିଳାମାନଙ୍କୁ କେଉଁ କଥାକୁ ପାଳନ କରିବା ଉଚିତ, ଏହି ବିଷୟରେ ସୂଚନା ଦେବାକୁ ଯାଉଛୁ

ଆସନ୍ତୁ ଜାଣିବା ଘରର ମହିଳାମାନଙ୍କୁ କେଉଁ ୫ଟି କଥାକୁ ପାଳନ କରିବା ଉଚିତ

·    ସର୍ବ ପ୍ରଥମେ ବାସ୍ତୁଶାସ୍ତ୍ରରେ କୁହାଯାଇଛି କି ପରିବାରର ଯେଉଁ ବୟସ୍କ ମହିଳାମାନେ ଅଛନ୍ତି, ସେମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଯିବା ଆବଶ୍ୟକ ଯାହା ଦ୍ଵାରା ପରିବାରର ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ ।

·    ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖିଆଙ୍କୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ନିଜ ଘରର ମୁଖ୍ୟ ଦ୍ଵାର ଉପରେ ଚାନ୍ଦି ପାତ୍ର ଦ୍ଵାରା ପାଣି ପକାଇବା ଉଚିତ, ଯଦି ଘରର ମୁଖିଆ ଏମିତି କରୁଛନ୍ତି ତେବେ ଏହା ଦ୍ଵାରା ଘର ପରିବାରରେ ଆର୍ଥିକ ସମସ୍ୟା ଉତ୍ପନ୍ନ ହୋଇ ନ ଥାଏ ଓ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସଦାସର୍ବଦା ରହିଥାଏ ।

·    ପ୍ରତ୍ୟେକ ଶୁକ୍ରବାର ଦିନ ଘରର ମହିଳାମାନଙ୍କୁ ଶ୍ରୀ ଲକ୍ଷ୍ମୀ ସୂକ୍ତର ପାଠ କରିବା ଉଚିତ, ଏହା କରିବା ଦ୍ଵାରା ପରିବାରରେ ଧନ ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇ ନଥାଏ ଓ ଯଦି କୌଣସି ଧନ ସମ୍ବନ୍ଧିତ ସମସ୍ୟା ପୂର୍ବରୁ ଥାଏ ତାହା ମଧ୍ୟ ଦୂର ହୋଇଯାଏ ।

·    ବାସ୍ତୁ ଶାସ୍ତ୍ର ଅନୁସାରେ ମହିଳାମାନେ ସପ୍ତାହକୁ ଥରେ ପାଣିରେ ଲୁଣ ପକାଇ ଘରର ପୋଛା ମାରିବା ଆବଶ୍ୟକ । ଏହା ଦ୍ଵାରା ଘରର ସମସ୍ତ ବାଦ ବିବାଦ ଦୂର ହୋଇ ଯାଇଥାଏ ଓ ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢିଥାଏ ।

·    ଅମାବାସ୍ୟା ଦିନ ପୁରା ଘରକୁ ସଫା ସୁତୁରା କରିବା ନିହାତି ଆବଶ୍ୟକ । ଏହା କରିବା ଦ୍ଵାରା ଆପଣଙ୍କ ଘରର ସମସ୍ତ ନକାରାତ୍ମକ ଊର୍ଜା ସମାପ୍ତ ହୋଇଯାଏ, ପରିବାରର ସଦସ୍ୟଙ୍କୁ କୌଣସି ପ୍ରକାରର ରୋଗ ହୋଇ ନଥାଏ ଓ  ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button