ସ୍ୱାସ୍ଥ୍ୟ

ଭୁଲରେ ମଧ୍ୟ ତମ୍ବା ପାତ୍ରରେ ରଖନ୍ତୁ ନାହିଁ ଏହି ୪ଟି ଜିନିଷ, ଖରାପ ହୋଇପାରେ ସ୍ୱାସ୍ଥ୍ୟ ଯିବାକୁ ପଡିପାରେ ହସପିଟାଲ

ଆପଣ ତମ୍ବା ବାସନର ଫାଇଦା ବିଷୟରେ ବହୁତ ଶୁଣିଥିବେ ଏବଂ ଅନେକ ଲୋକଙ୍କୁ ଦେଖିବି ଥିବେ ଯେ କେବଳ ତମ୍ବା ବାସନରେ ହିଁ ପାଣି ପିଇଥାନ୍ତି। କୁହାଯାଏ ଯେ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଶରୀରରକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ତମ୍ବା ବାସନରେ ରଖାଯାଇଥିବା କିଛି ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ଏବଂ ଏହା ଆପଣଙ୍କ ଶରୀରରକୁ ବିଗାଡି ଦେଇଥାଏ। ଏହାଛଡା ଆପଣ ରୋଗରେ ମଧ୍ୟ ପଡିପାରନ୍ତି। ଆଜ୍ଞା ହଁ ତମ୍ବାରେ ମିଳୁଥିବା କପର ରାସାୟନିକ କ୍ରିୟା ଖାଦ୍ୟକୁ ବିଷ ବନାଇଦେଇଥାଏ ଏବଂ କିଛି ପଏଜନିଂ ସମସ୍ୟା ଉତ୍ପନ୍ନ କରିପାରେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ସେହି ଖାଦ୍ୟ ବିଷୟରେ ଜଣାଇବାକୁ ଚାହୁଁଛୁ ଯାହାକୁ ତମ୍ବା ପାତ୍ରରେ ରଖନ୍ତୁ ନାହିଁ।

ଖଟ୍ଟା ଫଳ

ତମ୍ବା ପାତ୍ରରେ କୌଣସି ପ୍ରକାରର ଖଟ୍ଟା ଫଳକୁ ରଖିବା ଦ୍ୱାରା ପଏଜନିଂର ଭୟ ବଢ଼ିଯାଇଥାଏ। ଏମିତିରେ ଆପଣଙ୍କୁ ବାନ୍ତି, ମୁଣ୍ଡ ବୁଲାଇବା କିମ୍ବା ଡର ଭଳି ଅସୁବିଧା ଦେଖାଦେଇଥାଏ।

copperଲେମ୍ବୁ ରସ

ଲେମ୍ବୁ ରସରେ ଥିବା ଏସିଡ୍‌ ତମ୍ବା ସହିତ ମିଶିଲେ ତାହାର ପ୍ରତିକ୍ରିୟା ହୋଇଥାଏ। ଏହାଦ୍ୱାରା ଏସିଡିଟୀ କିମ୍ବା ପେଟ ବ୍ୟଥା ଭଳି ସମସ୍ୟା କରାଇପାରେ।

ଦହି

ଦହିରେ ଥିବା ତତ୍ତ୍ୱ ତମ୍ବା ସହିତ ମିଶିଲା ପରେ ରିଆକ୍ଟ କରିଥାଏ। ଯେଉଁ କାରଣରୁ ଫୁଡ୍‌ ପଏଜନିଂର ଭୟ ବଢ଼ିପାରେ।

ଆଚାର

ତମ୍ବା ପାତ୍ରରେ ଆଚାର ରଖିବା ଦ୍ୱାରା ଏଥିରେ ଥିବା ସିରକା ମେଟାଲ ସହିତ ମିଶିଯାଇଥାଏ। ଏହାଦ୍ୱାରା ଫୁଡ୍‌ ପଏଜନିଂ ମଧ୍ୟ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଖରାପ ମଧ୍ୟ ହୋଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button