ଜୀବନଶୈଳୀ

ଦ୍ରୌପଦୀଙ୍କ ଅନୁସାରେ ବିବାହିତା ନାରୀଙ୍କୁ କଦାପି କରିବା ଉଚିତ ନୁହେଁ ଏହି ୭ଟି କାମ, ଜାଣନ୍ତୁ କ’ଣ

ଘର, ଗୃହସ୍ଥୀକୁ ଚଳାଇବା ପାଇଁ ମହିଳାଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶୁଦ୍ଧ ଆଚରଣ ଏବଂ ନିଜର ସଦଗୁଣ ଯୋଗୁ ସେମାନେ ପରିବାରର ବଗିଚାକୁ ମହକାଇଥାନ୍ତି। ଘରେ ସୁଖ, ଶାନ୍ତିର ମାହୋଲ ବଜାୟ ରଖିବା ପାଇଁ ମହାଭାରତରେ ଦ୍ରୌପଦୀ ସତ୍ୟଭାମାଙ୍କୁ କିଛି ଖାସ କଥା କହିଥିଲେ। ଏହି କଥାଗୁଡ଼ିକୁ ମହିଳାମାନେ ମାନି ଚଳିଲେ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ଶ୍ରଦ୍ଧା ଓ ଭଲ ପାଇବା ସବୁବେଳେ ଆପଣଙ୍କ ଉପରେ ରହିବ। ଆସନ୍ତୁ ଜାଣିବା କ’ଣ ସେ ସବୁ କଥା, ଯାହାକୁ ମହିଳାମାନେ ମାନିବା ଉଚିତ।

ds

୧. ସ୍ୱାମୀଙ୍କୁ କଦାପି ବଶୀଭୂତ କରନ୍ତୁ ନାହିଁ। ଅନେକ ମହିଳା ଏଥିପାଇଁ ତନ୍ତ୍ର, ମନ୍ତ୍ର ଏବଂ ଔଷଧ ଆଦିର ସହାୟତା ନେଇଥାନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଖରାପ ଫଳ ପ୍ରାପ୍ତ ହୋଇଥାଏ।

୨. ସବୁବେଳେ ଖୁସି ଭରା କଥା ହୁଅନ୍ତୁ। କଦାପି ଅନ୍ୟର ଅପମାନ ହେଲା ଭଳି କଥା କୁହନ୍ତୁ ନାହିଁ।

୩. ଶାଶୁଘରର ସମସ୍ତ ସମ୍ପର୍କୀୟଙ୍କ ସମ୍ପୂର୍ଣ୍ଣ ତଥ୍ୟ ବା ସୂଚନା ରଖିବା ଜରୁରୀ। କୌଣସି ବି ସମ୍ପର୍କ ଛାଡ଼ିଯିବା ଉଚିତ ନୁହେଁ।

rdrdr

୪. ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କୌଣସି ବି ମହିଳା ଖରାପ ଆଚରଣ ଥିବା ମହିଳା ଏବଂ ଚରିତ୍ରହୀନା ମହିଳାଙ୍କ ସହ ସାଙ୍ଗ ହେବା ଉଚିତ ନୁହେଁ।

୫. କୌଣସି ବି କାମରେ ଆଳସ୍ୟ ହେବା ଉଚିତ ନୁହେଁ। ନିଜ କାମରେ ଦକ୍ଷ ଥିବା ସ୍ତ୍ରୀ ସବୁବେଳେ ସ୍ୱାମୀଙ୍କ ପ୍ରିୟ ହୋଇଥାଏ।

rddr

୬. ମହିଳାମାନେ କବାଟ କିମ୍ବା ଝରକା ସହ ଲାଗିକି ବା ପାଖରେ ଛିଡ଼ା ହେବା ଉଚିତ ନୁହେଁ। ଏମିତି ଛିଡ଼ା ହେଲେ ସମାଜ ସେମାନଙ୍କୁ ହୀନ ଦୃଷ୍ଟିରେ ଦେଖିଥାଏ।

୭. ଅଜଣା ଲୋକଙ୍କ ସହିତ କଥାବାର୍ତ୍ତା ହେବା ଉଚିତ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button