ପକେଟରେ ରଖନ୍ତୁ ଏହି ପତ୍ର, ଚମକିବ ଆପଣଙ୍କ ଭାଗ୍ୟ

ତୁଳସୀ ଗଛ କେବଳ ଶୁଭ ନୁହେଁ ବରଂ ଏହାର ଅନେକ ଓଷଧୀୟ ଗୁଣ ମଧ୍ୟ ରହିଛି। ଏହି ଗଛ ଘରେ ରହିବା ଦ୍ୱାରା ଅନେକ ଲାଭ ହୋଇଥାଏ। ଧାର୍ମିକ ଭାବେ ତୁଳସୀ ଗଛକୁ ସକାଳ ଏବଂ ସନ୍ଧ୍ୟାରେ ପୂଜା କରିବା ଦ୍ୱାରା ଭଗବାନଙ୍କ କୃପା ମିଳିଥାଏ। ଘରର ମୁଖ୍ୟ ଦ୍ୱାରରେ ତୁଳସୀ ଗଛ ରହିବା ଯୋଗୁଁ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଏହାସହିତ ପକେଟରେ ଏହାର ପତ୍ରକୁ ରଖିବା ଦ୍ୱାରା ଭାଗ୍ୟ ଉଜ୍ୱଳ ହୋଇଥାଏ। ଏହା ବ୍ୟତୀତ ତୁଳସୀ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ।
– ଆପଣ କୌଣସି ଶୁଭ କାମରେ ଘରୁ ବାହାରକୁ ଗଲେ, ନିଜ ପକେଟରେ ତୁଳସୀ ପତ୍ର ରଖି ଯାଆନ୍ତୁ। ଶୁଭଫଳ ମିଳିବ।
– ତୁଳସୀ ପତ୍ର ପର୍ସ କିମ୍ବା ପକେଟରେ ରଖିବା ଦ୍ୱାରା ପଇସା ଆକର୍ଷିତ ହୋଇ ଆସିଥାଏ। ଅର୍ଥାତ୍ ଧନ ସମ୍ବନ୍ଧୀୟ କୌଣସି ଅଭାବ କିମ୍ବା ସମସ୍ୟା ରହେ ନାହିଁ।
– ବ୍ୟବସାୟରେ ସଫଳତା ପାଇଁ ତୁଳସୀର ମାଳ ତିଆରି କରି ମନ୍ଦିରରେ ରଖିଦିଅନ୍ତୁ। ଆପଣଙ୍କୁ ଲାଭ ମିଳିବ।
– ସାମାଜିକ ମାନ-ସମ୍ମାନ ଏବଂ ଅନ୍ୟ ପ୍ରକାର ଲାଭ ପ୍ରାପ୍ତ କରିବା ପାଇଁ ତୁଳସୀ ପତ୍ରକୁ ପକେଟରେ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ।

– ଯଦି ଆପଣ ପକେଟରେ ତୁଳସୀ ପତ୍ର ରଖିଛନ୍ତି, ତେବେ ଆପଣଙ୍କୁ କୌଣସି ନକାରାତ୍ମକ ଶକ୍ତି ଛୁଇଁପାରିବ ନାହିଁ।
– ନିୟମିତ ଭାବେ ତୁଳସୀ ଗଛରେ ପାଣି ଅର୍ପଣ କରିବା ଦ୍ୱାରା ପଇସା ଏବଂ ସଫଳତା ଆପଣଙ୍କ ପାଖକୁ ଆପେ ଆପେ ଚାଲିଆସିଥାଏ।
– ସନ୍ଧ୍ୟା ସମୟରେ ତଳସୀ ଗଛ ମୂଳେ ଘିଅ ସଞ୍ଜ ଜାଲିଲେ ଭଗବାନ ପ୍ରସନ୍ନ ଦେବା ସହ ମନବାଞ୍ଛା ପୂର୍ଣ୍ଣ କରନ୍ତି।



