ମନୋରଞ୍ଜନ

ବଳକା ଅଟାକୁ ଫୋପାଡନ୍ତୁନାହିଁ, ବନାନ୍ତୁ ସ୍ୱାଦିଷ୍ଟ ‘ଅଟା ପାସ୍ତା’

ଅନେକ ଲୋକ ଅନେକ ପ୍ରକାର ନୂଆ ନୂଆ ବ୍ୟଞ୍ଜନ ତିଆରି କରୁଛନ୍ତି। ଜମା ରୋଷେଇ ଜାଣି ନଥିବା ଲୋକ ବି ଏହି କରୋନା ଲକଡାଉନ ବେଳେ ରୋଷେଇ ଶିଖିଗଲେଣି। ଘରେ ଖାଲି ବସିବା ଅପେକ୍ଷା କିଛି ନୂଆ ରେସିପି ଟ୍ରାଏ କରିବା ବୁଦ୍ଧିମାନର କାମ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏମିତି ରେସିପି ଯାହା ବିଷୟରେ ଆପଣ ହୁଏତ କେବେ ଶୁଣି ନଥିବେ କି ଖାଇ ନଥିବେ। ଆମେ ଆପଣଙ୍କୁ କହୁଛୁ ‘ଅଟା ପାସ୍ତା’ ବିଷୟରେ ଯାହା ନିଜର ସ୍ଵାଦରେ ଆପଣଙ୍କ ମନ କିଣିନେବ। ତାହେଲେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

ଅଟା – ୧/୨ କପ୍‌
ତେଲ – ଆବଶ୍ୟକ ଅନୁଯାୟୀ
ଜୀରା – ୧/୨ ଚାମଚ
ପିଆଜ – ୧
ସିମଲା ଲଙ୍କା – ୧
ଗାଜର – ୧
ଟମାଟୋ – ୧
ଲୁଣ – ସ୍ୱାଦାନୁସାରେ
ହଳଦି -୧/୪ ଚାମଚ
ଲାଲ ଲଙ୍କା ପାଉଡର – ୧/୪ ଚାମଚ
ଗରମ ମସଲା – ୧/୪ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ata pasta-ଏହାକୁ ବନାଇବାକୁ ହେଲେ ଅଟାରେ ଅଳ୍ପ ତେଲ ଏବଂ ଲୁଣ ମିଶାନ୍ତୁ। ଆପଣ ଚାହିଁଲେ ଗହମ ଅଟା ବଦଳରେ ମଇଦା ଅଟା ବି ନେଇପାରିବେ।
-ଏହାପରେ ଅଟାର ବଡ ବଡ ଗୋଲା ନେଇ ଅଳ୍ପ ସୁଖିଲା ଅଟା ଲଗାଇ ରୋଟି ବନାଇ ପତଳା କରି ବେଲି ଦିଅନ୍ତୁ।
-ଏବେ ଏକ ବୋତଲର ଢ଼ାଙ୍କୁଣୀ କିମ୍ବା ଛୋଟ ପାତ୍ର ଦ୍ୱାରା ଛୋଟ ଛୋଟ ସର୍କଲ କରିପାରିବେ। ଏମିତି କରିବା ସମୟରେ ଭଲଭାବେ ଦବାନ୍ତୁ ଯାହାଦ୍ୱାରା ସର୍କଲ ଭଲଭାବେ କଟିଯିବ। ଏବେ ବଳକା ଅଂଶକୁ ଅଲଗା ରଖି ଦିଅନ୍ତୁ।
-ଏହାକୁ ପାସ୍ତାର ଆକାର ଦେବା ପାଇଁ ଏହାର ଦୁଇ ପାର୍ଶ୍ୱକୁ ପ୍ରସ୍ତୁତ କରନ୍ତୁ। ଏମିତି କରିବା ସମୟରେ ଭଲ ଭାବେ ଦବାନ୍ତୁ। ଏହାପରେ ସବୁକୁ ଏପରି କରନ୍ତୁ।
-ଏହାପରେ ପାଣି ଫୁଟାନ୍ତୁ ଏବଂ ଏଥିରେ ଗୋଟେ ଗୋଟେ କରି ସବୁକୁ ଫୁଟାନ୍ତୁ। ଧ୍ୟାନ ରଖନ୍ତୁ ପାସ୍ତାକୁ ଯେପରି ଏକାସାଥିରେ ନପକାନ୍ତି। ଏପରି କଲେ ପରଷ୍ପର ଲାଗିଯିବ। ୧୦ ମିନିଟ୍‌ ଫୁଟିବା ପରେ ଛାଣିକି ବାହାର କରିଦିଅନ୍ତୁ।
-ଏବେ କଡାରେ ତେଲ ଗରମ କରନ୍ତୁ ଏହାପରେ ଜୀରା ପକାନ୍ତୁ। ସିମଲା ଲଙ୍କା ଏବଂ ଗାଜରକୁ ପକାଇ ଅଳ୍ପ ଭାଜି ଦିଅନ୍ତୁ। ଏଥିରେ ଟମାଟୋ ପକାଇ କିଛି ସମୟ ପାଇଁ ରାନ୍ଧନ୍ତୁ।
-ଏବେ ଏଥିରେ ସବୁ ମସଲା ମିଶାଇ ପାସ୍ତାକୁ ମିଶାନ୍ତୁ।
-ଯେତେବେଳେ ପାସ୍ତାକୁ ପ୍ରସ୍ତୁତ ହୋଇଯିବ ସେଥିରେ ଧନିଆ ପତ୍ର ପକାଇ ଗାର୍ନିସ କରନ୍ତୁ।
-ଏବେ ଆପଣଙ୍କର ଅଟା ପାସ୍ତା ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button