ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ କରନ୍ତୁ ଏହି ୭ ଉପାୟ, ମିଳିବ ଭୂତ-ପ୍ରେତ ଡରରୁ ମୁକ୍ତି

ମଙ୍ଗଳବାର ଦିନ ହନୁମାନଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିଥାଏ। ଏହି ଦିନରେ କିଛି ଏମିତି ବିଶେଷ ଉପାୟ ରହିଛି ଯାହାକୁ ଆପଣେଇ ଆପଣ ବିଫଳ କାମକୁ ସଫଳ କରିପାରିବେ। ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ ଜଣାଇବାକୁ ଯାଉଛୁ ତାହାଦ୍ୱାରା ହନୁମାନଜୀଙ୍କ ଅପାର କରୁଣା ପାଇବେ ଏବଂ ସୁଖ, ଦନ-ସମୃଦ୍ଧି ଲାଭ କରିବେ।
ଜାଣନ୍ତୁ ହନୁମାନଙ୍କୁ ପ୍ରସନ୍ନ କରିବାର ଉପାୟ
-ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିର ଯାଆନ୍ତୁ ଏବଂ ହନୁମାନ ଚାଳିସା ପାଠ କରନ୍ତୁ।
-ଗୋଲାପ ଫୁଲର ମାଳ ଏବଂ ବସ୍ତ୍ର ଚଢ଼ାନ୍ତୁ ଏମିତି କଲେ ହନୁମାନ ବହୁତ ଖୁସି ହେବେ।
-ସମସ୍ୟାର ନିବାରଣ ପାଇଁ ରାମ ରକ୍ଷା ସ୍ତ୍ରୋତ୍ର ଜପ କରନ୍ତୁ।
-ଯେଉଁ ମନ୍ଦିରରେ ରାମ ଏବଂ ହନୁମାନଙ୍କ ମୂର୍ତ୍ତି ଥିବ ସେଠାରେ ଘିଅ ଏବଂ ତେଲର ଦୀପ ଜାଳନ୍ତୁ।
-ଯେଉଁମାନଙ୍କୁ ଖରାପ ସ୍ୱପ୍ନ ଆସୁଛି ସେମାନେ ହନୁମାନଙ୍କ ପାଦରେ ଫିଟକାରୀ ରଖନ୍ତୁ।
-ସବୁ ମଙ୍ଗଳବାର ଦିନ ହନୁମାନଙ୍କୁ ମିଠା ପାନ ଚଢ଼ାନ୍ତୁ।
-ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଥାଏ ତେବେ ଅଷସ୍ତ ଗଛର ୧୧ଟି ପତ୍ରରେ ଶ୍ରୀରାମଙ୍କ ନାମ ଲେଖନ୍ତୁ। ଏମିତି ପ୍ରତ୍ୟେକ ମଙ୍ଗଳବାର ଦିନ ଏବଂ ଶନିବାର ଦିନ ଅବଶ୍ୟ କରନ୍ତୁ।



