ଦେଶ ବିଦେଶ

୬ ମାସ ପର୍ଯ୍ୟନ୍ତ ଶିଶୁକୁ ସ୍ତନପାନ କରାଉଥିବା ମା’ଙ୍କୁ ଡାଇବେଟିସ ଆଶଙ୍କା ୪୭ ପ୍ରତିଶତ କମ, ରିସର୍ଚ୍ଚରୁ ହେଲା ଖୁଲାସା

ଜନ୍ମଠୁ ୬ ମାସ ଯାଏ ପ୍ରତ୍ୟେକ ନବଜାତ ଶିଶୁକୁ ସ୍ତନପାନ କରେଇବା ବହୁତ ଜରୁରୀ। କାରଣ, ମା’ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ସମସ୍ତ ଉପାଦାନ ଭରପୂର ମାତ୍ରାରେ ରହିଥାଏ। ତେଣୁ ଯେଉଁ ମା’ ତା’ ଶିଶୁକୁ ୬ ମାସ କିମ୍ବା ଏହାଠୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ତନପାନ କରାଉଛନ୍ତି, ଏହା ଉଭୟ ମା’ ଓ ଛୁଆ ପାଇଁ ବହୁତ ଲାଭଦାୟକ ହୋଇଥାଏ।

hh

ମା’ମାନେ ସ୍ତନପାନ କରାଇଲେ ସେମାନଙ୍କୁ ଟାଇପ ୨ ଡାଇବେଟିସ ହେବାର ସମ୍ଭାବନା ଯଥେଷ୍ଟ କମିଯାଇଥାଏ। JAMA Internal Medicineରେ ପ୍ରକାଶିତ ଏକ ରିସର୍ଚ୍ଚରେ ଏହି କଥା ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ୬ ମାସ କିମ୍ବା ଏହାଠୁ ଅଧିକ ସମୟ ଯାଏ ସ୍ତନପାନ କରାଇଲେ ମା’ମାନଙ୍କୁ ଟାଇପ ୨ ଡାଇବେଟିସ ହେବାର ସମ୍ଭାବନା ୪୭ ପ୍ରତିଶତ କମିଯାଇଥାଏ।

kj

ଆମେରିକାର ଏକ ହେଲଥକେୟାର କମ୍ପାନୀରେ ସିନିୟର ରିସର୍ଚ୍ଚ ସାଇଣ୍ଟିଷ୍ଟ ଏରିକା ପି ଗୁଣ୍ଡରସନ କହିଛନ୍ତି, ସ୍ତନପାନ କରେଇବାର ଅବଧି ଏବଂ ଡାଇବେଟିସ ଆଶଙ୍କା କମ ହେବା ଭିତରେ ବହୁତ ଗଭୀର ସମ୍ବନ୍ଧ ରହିଛି। ଏହାଦ୍ୱାରା ହୃଦପିଣ୍ଡ ଧମନୀ ସୁସ୍ଥ ରହିଥାଏ। ଏହା ଉଭୟ ମା’ ଓ ଶିଶୁ ପାଇଁ ବହୁତ ଜରୁରୀ ବୋଲି ରିସର୍ଚ୍ଚରେ ପ୍ରମାଣିତ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button