ମନୋରଞ୍ଜନ

ମହାଭାରତରେ କିଏ କରିଥିଲେ ‘ମେ ସମୟ ହୁଁ’ ର ଚରିତ୍ର, ତୃତୀୟ ରେକର୍ଡିଙ୍ଗ ରେ ଫାଇନାଲ ହେଇଥିଲା ଆୱାଜ

ବର୍ତ୍ତମାନ ଏହି ଲକଡାଉନ ସମୟରେ ଦୂରଦର୍ଶନରେ ରାମାୟଣ ଏବଂ ମହାଭାରତ ବହୁତ ଲୋକଙ୍କର ପୁରୁଣା ସ୍ମୃତିକୁ ତାଜା କରିଦେଇଛି । ଆମେ ଯେଉଁ କଥା କେବଳ ବଡ ମାନଙ୍କ ଠାରୁ ଶୁଣି ଆସିଥିଲୁ ବର୍ତ୍ତମାନ ଲକଡାଉନ ପାଇଁ ତାହା ଦେଖିବାକୁ ମିଳୁଛି । ରାମାନନ୍ଦ ସାଗର ଙ୍କ ରାମାୟଣ ଏବଂ ବିଆର ଚୋପଡା ଙ୍କ ମହାଭାରତ ହେଉ ଏହା ପ୍ରସାରିତ ହେବା ସମୟରେ ଦର୍ଶକ ମାନେ ଟିଭି ସାମନାରେ ବସିଯାଉଥିଲେ । ଆଜି ଆମେ ମହାଭାରତ ଉପରେ କିଛି ନୂଆ କଥା ଜାଣିବା ।

ଦୂରଦର୍ଶନ ରେ ପୁଣି ଥରେ ଏହି ଧାରାବାହିକ ପ୍ରସାରିତ ହେଉଛି ଏବଂ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରେ ପରଦା ପଛରେ ଲୁଚି ରହିଥିବା କଳାକାର ଙ୍କର କିଛି ଶବ୍ଦ ଶୁଣିଥାଉ । ଧାରାବାହିକ ଆରମ୍ଭରେ ‘ମେଂ ସମୟ ହୁଁ’ କହିବା ପରେ ଧାରାବାହିକ ଟି ଆରମ୍ଭ ହୋଇଥାଏ । ମହେନ୍ଦ୍ର କପୁରଙ୍କର ଟାଇଟେଲ ଗୀତ ଆସିବା ପରେ ହିଁ ସମୟର ସ୍ଵର ଶୁଣିବାକୁ ମିଳିଥାଏ । ଏହି ମେଂ ସମୟ ହୁଁ ଲାଇନଟି ଶୁଣିବା ପରେ ସବୁ ଦର୍ଶକମାନଙ୍କ ମନ ଭିତରେ ପ୍ରଶ୍ନ ଆସିଥାଏ ଏହି ଲାଇନ କୁ କହୁଥିବା ବ୍ୟକ୍ତି ଜଣକ କିଏ ।

ହରିଶ ଭିମାନୀ ଦେଇଥିଲେ ସ୍ଵର

ଯଦି ଆପଣଙ୍କ ମନରେ କେବେ ଏହି ପ୍ରଶ୍ନ ଆସିଛି ଏହି ସ୍ଵର ପଛରେ କିଏ ଅଛନ୍ତି ତାହେଲେ ଜାଣନ୍ତୁ ହରିଶ ଭିମାନୀ ଙ୍କ ଦ୍ଵାରା ଏହି ଶବ୍ଦ କୁହାଯାଇ ଥିଲା । ହରିଶ ଭିମାନୀଙ୍କ ନାମ ଦିଗଜ ଭଏସ ଓଭର କଳାକାରଙ୍କ ସହିତ ସାମିଲ କରାଯାଇଛି । ଏହି ଶବ୍ଦରେ ସ୍ଵର ଦେବା ପାଇଁ ପ୍ରଥମେ ଦିଲୀପ କୁମାର ଙ୍କ ନାମ ବଛାଯାଇ ଥିଲା କାରଣ ସେ ଚୋପଡା ପରିବାରର ବହୁତ ନିଜର ଥିଲେ । କିନ୍ତୁ ପରେ ଏହି ଶବ୍ଦର ସ୍ଵର ଦେବା ପାଇଁ କୌଣସି ପ୍ରୋଫେସନାଲ ଭଏସ ଓଭର କଳାକାର ଙ୍କୁ ଦିଆଯିବ ପାଇଁ ସ୍ଥିର କରାଗଲା । ଏଥିପାଇଁ ଏକ ଅଡିସନ ରଖାଯାଇ ଥିଲା ଯେଉଁଠାରେ ବହୁତ ସଫଳ କଳାକାର ଯୋଗ ଦେଇଥିଲେ । କିନ୍ତୁ ବୀଆର ଚୋପଡା, ରାହି ମାସୁମ ରାଜା ଏବଂ ପଣ୍ଡିତ ନରେନ୍ଦ୍ର ଶର୍ମା ଙ୍କ ଦ୍ଵାରା ହରିଶ ଭିମାନୀ ଙ୍କ ନାମ ସ୍ଥିର କରାଯାଇ ଥିଲା ।

‘ଶଙ୍କୁନି’ ଙ୍କର ଆସିଥିଲା ଫୋନ

ମହାଭାରତ ରେ ଶଙ୍କୁନି ଚରିତ୍ରରେ ଅଭିନୟ କରୁଥିବା ଗୁଫି ପଟେଲ ଯିଏ କି ମହାଭାରତ ର କାଷ୍ଟିଙ୍ଗ ଡାଇରେକ୍ଟର ମଧ୍ୟ ଥିଲେ । ସେ ମତେ ଫୋନ କରି କହିଲେ ରାତି ୧୦ଟା ବେଳେ ବିଆର ଷ୍ଟୂଡିଓ ପହଞ୍ଚିବା ପାଇଁ । ହରିଶ ତାଙ୍କୁ କହିଲେ ମୁଁ ୭ଟା ପରେ ରେକର୍ଡିଙ୍ଗ କରେ ନାହିଁ କାରଣ ମୋ ସ୍ଵର ଥକି ଯାଇଥାଏ । ଏହାପରେ ପଟେଲ ତାଙ୍କୁ ଆସିବା ପାଇଁ ବାଧ୍ୟ କରିଥିଲେ ।

ପ୍ରଥମେ ପସନ୍ଦ ହୋଇ ନଥିଲା ବିଓ

ଗୋଟିଏ ସାକ୍ଷାତକାର ରେ ହରିଶ କହିଥିଲେ କି ଗୋଟିଏ ଦିନ ସନ୍ଧ୍ୟାରେ ବିଆର ର ମେନ ଷ୍ଟୂଡିଓ ଯିବା ପାଇଁ ଗୁଫି ପଟେଲ ଙ୍କ ଫୋନ ଆସିଥିଲା ଏବଂ ମୁଁ କାମ ବିଷୟରେ ପଚାରିବା ପରେ ସେ କହିଲେ ନାହିଁ । ଆମ ବ୍ୟବସାୟରେ କଣ ରେକର୍ଡ ହେବ ବୋଲି କୁହାଯାଏ ନାହିଁ ଲୋକଙ୍କ ସାମାନାକୁ ଆସିବା ପର୍ଯ୍ୟନ୍ତ ।

ସେ କହିଥିଲେ ମୁଁ ସେଠାରେ ପହଞ୍ଚିବା ପରେ ମତେ ଗୋଟିଏ କାଗଜ ଦିଆଗଲା ଏବଂ ମୁଁ ତାକୁ ପଢିବା ଆରମ୍ଭ କଲି ତାହାକୁ ପୁରା କରିବା ପୂର୍ବରୁ ହିଁ ମତେ ଲାଗିଲା କି ତାହା ଡକୁମେଣ୍ଟ୍ସ ଭଳି ଥିଲା, ଏହାପରେ ମୁଁ ପଚାରିଲି ଏହା କଣ କିନ୍ତୁ ସେ କିଛି କହିଲେ ନାହିଁ । ମତେ ଲାଗିଲା କି ସେ ମୋ କାମରେ ସନ୍ତୁଷ୍ଟ ନୁହଁନ୍ତି ଏବଂ ପୁଣି ଦୁଇ ତିନି ଦିନ ପରେ ମତେ କଲ ଆସିଲା ଏବଂ ପୁଣି ଷ୍ଟୂଡିଓ କୁ ଗଲି ।

ହରିଶ କହିଥିଲେ ଏହାପରେ ସେ ମତେ ସବୁ ବୁଝାଇବା ସହିତ କହିଲେ କି କେମିତି ସ୍ଵର ଦିଆଯିବ । ତୃତୀୟ ଥର ରେକର୍ଡିଙ୍ଗ ହେବା ସମୟରେ ମୁଁ ଗୋଟିଏ ପରାମର୍ଶ ଦେଲି । ଆପଣ ମାନେ ସ୍ଵର ବଦଳାଇ ରେକର୍ଡିଙ୍ଗ କରିବା ପାଇଁ କହୁଛନ୍ତି କିନ୍ତୁ ଯଦି ମୁଁ ସ୍ଵର ବଦଳାଏ ତାହେଲେ ତାହା ମଜାଳିଆ ହୋଇଯିବ । ପୁଣି ମୁଁ ପରାମର୍ଶ ଦେଲି କି ଏହାର ଟେମ୍ପୋ ବଦଳାଇ ଦିଆଯାଉ ଏବଂ ଆକାଶବାଣୀ ଭିତରେ କିଛି କରନ୍ତୁ । ମୁଁ ସେମିତି ହିଁ କହିବା ଆରମ୍ଭ କରିଦେଲି କି ମେ ସମୟ ହୁଁ ଏବଂ ସେ ଏହାକୁ ଫାଇନାଲ କରିଦେଲେ ।

ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୱିନର

ମରାଠୀ ଡାକୁ ଫିଚର ‘ମାଲା ଲାଜ ୱାଟତ ନାହିଁ’ ଯାହାର ହିନ୍ଦୀ ଅର୍ଥ ‘ମୁଝେ ଶର୍ମ ନେହିଁ ଆତି’ ରେ ହରିଶ ଭିମାନୀ ଭଏସ ଓଭର କରିଥିଲେ ଏବଂ ଏଥିପାଇଁ ସେ ସର୍ବଶ୍ରେଷ୍ଠ ବିଓ ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ରେ ସଂମ୍ମାନିତ ହୋଇ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button