କ୍ରାଇମ

ହଷ୍ଟେଲ ବାଥରୂମ ରେ ୧୮ ବର୍ଷ ଝିଅ ଦେଲା ଛୁଆକୁ ଜନ୍ମ, ସେଇଠି ବାଲ୍ଟି ରେ ଛାଡିଦେଲା ଆଉ ତା ପରେ…

ମା ହବା ସୁଖ କେବଳ ଗୋଟେ ମା ବୁଝି ପାରେ, ମା ପାଇଁ ଛୁଆର ମୂଲ୍ୟ ମଧ୍ୟ ମା ଠାରୁ ଅଧିକ କେହି ଜାଣିପାରିବେ ନାହିଁ ଓ ସବୁ ପ୍ରକାର ଖରାପ ଜିନିଷ ବା ଅସୁବିଧା ଠାରୁ ଗୋଟେ ମା ନିଜ ଛୁଆକୁ ସବୁବେଳେ ବଞ୍ଚେଇବା ପାଇଁ ଚେଷ୍ଟା କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଶୁଣି ନଥିବେ ।

ଘଟଣା ଟି ଏହା ଯେ ଗୋଟେ ୧୮ ବର୍ଷ ଚାତରା ଗର୍ଲ୍ସ ହସ୍ଟେଲ ବାଥ୍ରୁମ ରେ ଗୋଟେ ଛୁଆକୁ ଜନ୍ମ ଦେଇଥିଲା ଓ ଛୁଆ ଜନ୍ମ ହେଲା ପରେ ସେ ସଦ୍ୟଜାତ ଶିଶୁ କୁ ବାଥ୍ରୁମ ରେ ଛାଡି ପଳେଇଥିଲା ।

ଖବର ଅନୁଯାଇ ଏହି ଘଟଣା ମହାରାଷ୍ଟ୍ର ଧୁଲେ ଜିଲ୍ଲାର ଅଟେ, ୨୯ ଫେବୃଆରୀ ରେ ଗୋଟେ ଘଟଣା ସାମ୍ନାକୁ ଆସିଲା ସାବିତ୍ରୀବାଇ ଫୁଲେ ଆଦିବାସୀ ଗର୍ଲ୍ସ ହସ୍ଟେଲ ରେ ଗୋଟେ ଝିଅ ସଦ୍ୟଜାତ ଶିଶୁକୁ ବାଥରୂମରେ ଜନ୍ମ ଦେଇ ଶିଶୁକୁ ସେହି ଜାଗାରେ ଛାଡି ପଳେଇଛି । ଏହା ପରେ ଶିଶୁ କ୍ରନ୍ଦନ ଶୁଣି ହସ୍ଟେଲ ୱାର୍ଡେନ କ୍ରନ୍ଦନ ଦିଶାରେ ଖୋଜିବା ଆରମ୍ଭ କଲା ଯାହା ପରେ ୱାର୍ଡେନ ବାଥରୂମରେ ଆସି ପହଞ୍ଚିଲା ଓ ଗୋଟେ ଶିଶୁ କୁ ଦେଖିବାକୁ ପାଇଲା ଯିଏ ଏବେ ଜନ୍ମ ହୋଇଥିଲା ଓ ଏହା ଦେଖି ୱାର୍ଡେନ ଆଶ୍ଚର୍ଯ୍ୟ ରେ ପଡି ଗଲା ।

ଏହା ପରେ ସବୁ ଝିଅଙ୍କୁ ଡାକି ୱାର୍ଡେନ ଏହା ବିଷୟରେ ପଚାରିବା ଆରମ୍ଭ କଲେ କିନ୍ତୁ କେହି ମାନିଲେ ନାହିଁ ତେବେ ଏହା ପରେ ଏହି ଘଟଣା ପୋଲିସକୁ ଦିଆ ଗଲା ଯାହା ପରେ ପୋଲିସ ମଧ୍ୟ ଝିଅମାନଙ୍କ ସହ ଏହା ବିଷୟରେ ବହୁତ ପ୍ରକାର ରେ କଥା ହବା ଆରମ୍ଭ କଲେ କିନ୍ତୁ କିଛି ଲାଭ ହେଲା ନାହିଁ ସବୁ ଝିଅ ମନା କଲେ ଯେ ଏହି ଛୁଆ ତାଙ୍କର ନୁହେ ଓ ସେ ଜାଣି ନାହାନ୍ତି ଛୁଆ କାହାର ଅଟେ ।

ଏହା ପରେ ପୋଲିସକୁ ଗୋଟେ ଝିଅ ଉପରେ ସନ୍ଦେହ ହେଲା ଯାହା ପରେ ପୋଲିସ ସେହି ଝିଅ ମେଡିକଲ ଟେଷ୍ଟ କରେଇଲେ ଓ ରିପୋର୍ଟ ଅନୁଯାଇ ଓ ଡକ୍ଟର କହିବା ଅନୁଯାଇ ସେହି ଝିଅଟି ଛୁଆ ର ମା ଥିଲା । ଏହା ପରେ ଝିଅ ନିଜେ ମାନିଲା ଯେ ସେହି ଶିଶୁଟି ତାର ଅଟେ, ସବୁ ଜାଣିବା ପରେ ପୋଲିସ ଝିଅ ଓ ଶିଶୁକୁ ମେଡିକଲ ରେ ଭର୍ତି କଲେ ଓ ଝିଅକୁ ଛୁଆ ବାପା ବିଷୟରେ ପଚାରିଲେ । ପୋଲିସ ଛୁଆର ବାପା ବିଷୟରେ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି ଶୀଘ୍ର ବାପା ମଧ୍ୟ ଜଣା ପଡିଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button