ଦେଶ ବିଦେଶ

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନକୁ ମେଡିକାଲ ସଂଘର ପ୍ରତ୍ୟାଖାନ

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ପ୍ୟାକେଜ ଦରକୁ ପ୍ରତ୍ୟାଖାନ କରିଛି ଭାରତୀୟ ମେଡିକାଲ ସଂଘ। ନୂଆଦିଲ୍ଲୀରେ ଅନୁଷ୍ଠିତ ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆୟୁଷ୍ମାନ ଭାରତ ଯୋଜନା ପାଇଁ କେନ୍ଦ୍ର ସରକାର ଧାର୍ୟ୍ୟ କରିଥିବା ଦରରେ ଚିକିତ୍ସା କରିବା ସମ୍ଭବ ନୁହଁ ବୋଲି ଆଇଏମଏ କହିଛି। ଯୋଜନା ପାଇଁ ଧାର୍ୟ୍ୟ ଦର ଦୁର୍ନୀତି ବଢାଇବା ସହ ଚିକିତ୍ସାର ମାନ ଉପରେ ପ୍ରଭାବ ପକାଇବ।

ସରକାର ଧାର୍ୟ୍ୟ କରିଥିବା ପ୍ୟାକେଜ ଦ୍ୱାରା ରୋଗୀଙ୍କ ଚିକିତ୍ସା ଓ ସୁରକ୍ଷା ବିପର୍ୟୟ ହେବ ବୋଲି ଆଇଏମଏ ପକ୍ଷରୁ ପ୍ରେସ ରିଲିଜରେ କୁହାଯାଇଛି। ସେହିପରି ବୀମା ମଡେଲ, ପାଣ୍ଠି ଆବଣ୍ଟନ ଓ ପ୍ୟାକେଜ ଦରକୁ ବିରୋଧ କରାଯାଇଛି। ବିଶେଷକରି କେନ୍ଦ୍ରର ଇନ୍‌ସ୍ୟୁରାନ୍ସ ଭିତ୍ତିକ ଯୋଜନା ଉପରେ ଆଇଏମଏ ଆପତ୍ତି ଉଠାଇଛି। ଏଥିସହ ଏକ୍ସକ୍ୟୁସିଭ ଟ୍ରଷ୍ଟ ମୋଡାଲ ଲାଗୁ କରିବାକୁ ସଂଘ ଦାବି କରିଛି। ପୂର୍ବରୁ କେନ୍ଦ୍ରର ଇନ୍‌ସ୍ୟୁରାନ୍ସ ଭିତ୍ତିକ ଯୋଜନାକୁ ରାଜ୍ୟ ସରକାର ବିରୋଧ କରିଥିଲେ । ସେପଟେ ପ୍ୟାକେଜ ଦର ପୁନଃ ନିର୍ଦ୍ଧାରଣ କରିବାକୁ ଆଇଏମଏ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button