ତନ୍ଦୁରି ଚା’ ପରେ ମାର୍କେଟ୍କୁ ଆସିଲା ବିରିୟାନୀ ଟି, ଜାଣନ୍ତୁ ରେସିପି

ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ କେବଳ ତନ୍ଦୁରି ଚା’ ବିଷୟରେ ଶୁଣିଥିବେ ଏବଂ ଆପଣମାନଙ୍କ ମଧ୍ୟରୁ କିଛିଲୋକ ଏହାକୁ ଟ୍ରାୟ ମଧ୍ୟ କରିଥିବେ I ଆଜିକାଲି ଏହି ଚା’ ର ଏତେ ନାମ ହୋଇଯାଇଛି ଯେ ଯେଉଁ ସହରକୁ ଗଲେ ମଧ୍ୟ ଏହି ମଶହୂର ଚା’ର ଏକ କପ ଆପଣଙ୍କୁ ନିଶ୍ଚୟ ମିଳିଯିବ I ବର୍ତ୍ତମାନ ଲୋକମାନଙ୍କ ପାଖରୁ ଏହି ଚା’ର ଶବ୍ଦ ଛାଡି ନଥିବା ବେଳେ ବଜାରରେ ଆଉ ଏକ ନୂଆ ଚା’ ପାଦ ରଖିଛି I ତନ୍ଦୁରି ଚା’ ପରେ ଏବେ ମାର୍କେଟ୍କୁ ଆସିଛି ବିରିୟାନୀ ଟି I ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚା’ କେବଳ ଆଗ୍ରାରେ ମିଳୁଛି I ଯଦି ଆପଣ ଆଗ୍ରା ବୁଲିବାକୁ ଯାଉଛନ୍ତି ତାହେଲେ ଅନେକ ଦୋକାନ ଆଗରେ ଏହି ଚା’ ପାଇଁ ଭିଡ଼ ଲାଗିଥିବାର ଆପଣ ନିଶ୍ଚୟ ଦେଖିଥିବେ I ତାହେଲେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ I
ବିରିୟାନୀ ଚା ପାଇଁ ଆବଶ୍ୟକ ହେଉଥିବା କିଛି ସାମଗ୍ରୀ
୨୫ ମିଲିଲିଟର ବହଳିଆ କ୍ଷୀର (କଂଡେନସ୍ଡ ମିଲ୍କ), ୭୫ ମିଲିଲିଟର ଫୁଲକ୍ରିମ ମିଲ୍କ, ୧ ଛୋଟ ଚାମଚ ବ୍ଲାକ ଟି ଲିଫ, ୧୫୦ ମିଲିଲିଟର ପାଣି, ୧ ଚୁଟକୀ ଡାଲଚିନି ପାଉଡର
ପ୍ରସ୍ତୁତି ପ୍ରଣାଳୀ
ବିରିୟାନୀ ଚା’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ କପରେ ବହଳିଆ କ୍ଷୀର ନିଅନ୍ତୁ I ଆଉ ଗୋଟେ ପାତ୍ରରେ ଚା ପତି ଏବଂ ପାଣି ଢାଳି ଭଲଭାବେ ମିଶାନ୍ତୁ I ଏହା ଭଲଭାବେ ମିଶିଗଲା ପରେ ସେହି କ୍ଷୀରକୁ ଏଥିରେ ମିଶାଇ ଦିଅନ୍ତୁ I ଏବେ ଅନ୍ୟ ଏକ ପାତ୍ରରେ କିଛି କ୍ଷୀର ଢାଳି ୨ ମିନିଟ ପର୍ଯ୍ୟନ୍ତ ଗ୍ୟାସରେ ବସାଇ ଦିଅନ୍ତୁ I ତାପରେ ତାକୁ କାଢି କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ I ଏହା ଥଣ୍ଡା ହୋଇଗଲା ପରେ ଗ୍ରାଇଣ୍ଡରରେ କିଛି ସମୟ ପାଇଁ ପେଷ୍ଟ କଲେ ସେଥିରେ ଫେଣ ଦେଖାଯିବ I ବର୍ତ୍ତମାନ ଏହି ଫେଣକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚା ଉପରେ ଢାଳନ୍ତୁ I ଶେଷରେ ତା ଉପରେ କିଛି ଡାଲଚିନି ପକାଇ ଦିଅନ୍ତୁ I ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ବିରିୟାନୀ ଚା I





