ଜୀବନଶୈଳୀ

ସ୍ଵାମୀ ଜୀବନଠୁ ବି ଅଧିକ ଭଲ ପାଉଥିଲା ତ ସ୍ତ୍ରୀହୋଇଗଲା ବୋର, ଗୋଟିଏ ଝଗଡା ପାଇଁ, ମାଗିଲା ଡିଭୋର୍ସ, ଏମିତି ଅଜବ ଘଟଣା ଆଗରୁ କେବେ ଶୁଣି ନଥିବେ

ଯେବେ ବି କୌଣସି ଝିଅର ବିବାହ ହୋଇଥାଏ ସେ ଚାହିଁଥାଏ କି ତା ସ୍ଵାମୀ ତାକୁ ବହୁତ ଭଲ ପାଉ, ତାଙ୍କ ମଧ୍ୟରେ କେବେ ବି ଝଗଡା ନ ହେଉ । ଦୁବାଇ ର ଫୁଜୈରା ରେ ରହୁଥିବା ଜଣେ ମହିଳାଙ୍କୁ ଠିକ ଏହିପରି ସ୍ଵାମୀ ମିଳିଥିଲା । ଯେବେଠୁ ତାଙ୍କର ବିବାହ ହୋଇଥିଲା ସେବେଠୁ ସେ ଆଦର୍ଶ ପତି ହୋଇଥିଲା । ସେ କେବେ ବି ତା ସ୍ତ୍ରୀ ସହିତ ଝଗଡା କରେ ନାହିଁ, ତା’ର ସବୁ କଥା ମାନିଥାଏ, ତାକୁ ବହୁତ ଭଲ ପାଏ ଏମିତି କି ଘର

କାମରେ ମଧ୍ୟ ତାକୁ ସାହାର୍ଯ୍ୟ କରେ । ମହିଳା ଜଣଙ୍କୁ ଏହି ଭଲ ପାଇବା ପସନ୍ଦ ଆସିଲା ନାହିଁ । ସେ ନିଜ ସ୍ଵାମୀ ର ଅଧିକ ଭଲ ପାଇବା କାରଣରୁ ଏତେ ବୋର ହୋଇଗଲା କି ତାକୁ ଡିଭୋର୍ସ ମାଗିଲା ।

ଆଜ୍ଞା ହଁ, ଏହି ମହିଳା ଜଣଙ୍କ କେବଳ ଏଥିପାଇଁ ତା ସ୍ବାମୀକୁ ଡିଭୋର୍ସ ମାଗିଲା କାରଣ ତା ସ୍ଵାମୀ ତାକୁ ବହୁତ ଭଲ ପାଉଥିଲା । ମହିଳା ଜଣଙ୍କ ଫୁଜୈରା ର ଶରିୟା କୋର୍ଟରେ ଡିଭୋର୍ସ ପାଇଁ ଆପ୍ଲାଏ କଲା । ସେଠାକାର ଏକ ଖବର କାଗଜ ‘ଖଲିଜ ଟାଇମ୍ସ’ ଅନୁସାରେ ମହିଳା ଜଣଙ୍କ ତା ସ୍ବାମୀଙ୍କର ଅତ୍ୟଧିକ ଭଲ ପାଇବାକୁ ସହ୍ୟ କରି ପାରିଲା ନାହିଁ ।

ସେ କୋର୍ଟ କୁ କହିଲା କି “ମୋ ସ୍ଵାମୀ କେବେ ବି ମୋ ଉପରେ ଚିଲାନ୍ତି ନାହିଁ ନା କେବେ ମୋତେ ଦୁଃଖୀ ହେବାକୁ ଦିଅନ୍ତି । ସେ କେବେ କେବେ ମୋ ପାଇଁ ଖାଦ୍ୟ ତିଆରି କରନ୍ତି ଓ ଘର କାମରେ ବି ମୋତେ ସାହାର୍ଯ୍ୟ କରନ୍ତି । ଆମ ବିବାହକୁ ଗୋଟିଏ ବର୍ଷ ହୋଇଗଲା କିନ୍ତୁ ଏ ପର୍ଯ୍ୟନ୍ତ ଆମର ଝଗଡା ହେଲା ନାହିଁ ।

ମୁଁ ଗୋଟିଏ ଝଗଡା ପାଇଁ ସବୁବେଳେ ଚାହୁଁଥିଲି । ଏମିତି ରୋମାଣ୍ଟିକ ସ୍ଵାମୀ ସହିତ ରହିବା ସମ୍ଭବ ନୁହେଁ । ମୁଁ ତାଙ୍କ ସହିତ ଝଗଡା କରିବାକୁ ଚାହେଁ । ମୁଁ ଏମିତି ଲାଇଫ ଚାହେଁ ନାହିଁ ଯେଉଁଥିରେ ସେ ମୋର ସବୁ କଥା ମାନିବେ ।

ସେପଟେ ବିଚରା ସ୍ବାମୀଙ୍କର କହିବା ଅଟେ କି ମୁଁ କେବଳ ଗୋଟିଏ ଭଲ ସ୍ଵାମୀ ହେବା ପାଇଁ ଚେଷ୍ଟା କରୁଥିଲି । ମୁଁ କୌଣସି ଭୁଲ କରି ନାହିଁ । ବର୍ତ୍ତମାନ ସ୍ଵାମୀ ସ୍ତ୍ରୀ ଦୁଇ ଜଣଙ୍କୁ କୋର୍ଟ ରାୟ ଦେଇଛି କି ସେମାନେ ପରସ୍ପର ମଧ୍ୟରେ କଥା ହୋଇ ନିଜ ମଧ୍ୟରେ ଥିବା ମତଭେଦକୁ ଦୂର କରନ୍ତୁ ।

ସୋସିଆଲ ମିଡିଆରେ ଯେତେବେଳେ ଏହି ଖବର ଭାଇରାଲ ହେଲା ପତ୍ନୀ ର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ମାନେ ସବୁ ପତ୍ନୀ ଏହି ପ୍ରକାରର ସ୍ଵାମୀ ପାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି କିନ୍ତୁ ଏହି ମହିଳା ତ ନିଜ ସ୍ବାମୀର ଭଲ ପାଇବାରେ ବୋର ହୋଇଗଲା । ଏମିତି ବି ହୋଇପାରେ କି ତା ସ୍ଵାମୀ ଅଧିକ ସ୍ଵିଟ ହେବା ତାକୁ ପୁରୁଷ ପଣିଆ ଲାଗୁ ନ ଥିବ । ଆପଣ ଏହି ବିଷୟରେ କଣ କହିବାକୁ ଚାହିଁବେ ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button