ନୀତି

ମହାଦେବଙ୍କୁ ସବୁଠୁ ପ୍ରିୟ ଅଟେ ଏହି 3ଟି ରାଶି, ଏମାନଙ୍କ ସହିତ ଶତୃତା ପଡିବ ଭାରି, ମହାଦେବ ସବୁବେଳେ କରନ୍ତି ଏମାନଙ୍କ ରକ୍ଷା

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ଯେକ ମନୁଷ୍ୟର ରାଶି ତା ପାଇଁ ଖୁବ ମହତ୍ବପୂର୍ଣ୍ଣ ଅଟେ ବୋଲି ମାନାଯାଏ । ରାଶି ଆଧାରରେ ମନୁଷ୍ୟ ତା ଜୀବନ ସହ ଜଡିତ ଅନେକ କଥା ପୂର୍ବରୁ ହିଁ ଅନୁମାନ କରିପାରେ ।

ଯେତେବେଳେ ଜଣେ ମନୁଷ୍ୟ ଜନ୍ମ ହୋଇଥାଏ, ତା ଜନ୍ମ ସମୟରୁ ହିଁ ତା ନକ୍ଷତ୍ର, ତିଥି ଓ ବାର ଅନୁସାରେ ତାର ନାମକରଣ କରାଯାଏ । ମନୁଷ୍ୟ ନାମର ପ୍ରଥମ ଅକ୍ଷରରୁ ହିଁ ତାର ରାଶି କଣ ଅଟେ ତାହା ସ୍ଥିର କରାଯାଏ । ଜ୍ଯୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ରହିଛି ଓ ସବୁ ରାଶିଙ୍କ ଅଲଗା ଅଲଗା ମହତ୍ତ୍ଵ ରହିଛି । ବ୍ୟକ୍ତି ନିଜ ରାଶିରୁ ନିଜ ବ୍ୟକ୍ତିତ୍ବ, ସ୍ଵଭାବ ଅନେକ କିଛି ଜାଣି ପାରେ ।

କେବଳ ଏତିକି ନୁହେଁ, ନିଜ ରାଶିର ସାହାଯ୍ୟରେ ବ୍ୟକ୍ତି ନିଜ ଭବିଷ୍ୟତ ସହ ଜଡିତ ଅନେକ ସୂଚନା ହାସଲ କରିପାରିବ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏପରି ୩ଟି ରାଶିଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏପରି କୁହାଯାଏ କି ଏହି ୩ଟି ରାଶି ଉପରେ ସ୍ଵୟଂ ଭଗବାନ ଶିବ ବିଶେଷ କୃପା କରିଥାନ୍ତି । ଏହି ରାଶିର ଲୋକେ ଯଦି ଯେତେ ସମସ୍ୟାରେ ପଡିଲେ ମଧ୍ୟ ମହାଦେବଙ୍କ କୃପାରୁ ସବୁ ମୁସ୍କିଲ ପରିସ୍ଥିତିରୁ ସହଜରେ ବାହାର ହୋଇ ଆସନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ୩ଟି ରାଶି ଉପରେ ଭଗବାନ ଶିବଙ୍କ କୃପା ସର୍ବଦା ରହିଥାଏ ।

ମେଶ ରାଶି

ମେଶ ରାଶିର ଜାତକଙ୍କ ସ୍ଵାମୀ ଗ୍ରହ ମଙ୍ଗଳ ଅଟେ । ମହାଦେବଙ୍କୁ ଏହି ରାଶିର ଲୋକେ ସବୁଠୁ ଅଧିକ ପ୍ରିୟ ହୋଇଥାନ୍ତି । ଏପରି ବିଶ୍ବାସ କରାଯାଏ କି ମହାଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ସବୁବେଳେ ସେମାନଙ୍କ ସହିତ ରୁହେ । ଏମାନେ ଚାକିରି ଓ ବ୍ୟବସାୟ ଦୁଇଟି ଯାକ କ୍ଷେତ୍ରରେ ଖୁବ ସଫଳତା ହାସଲ କରିଥାନ୍ତି । ଭଗବାନ ଶିବଙ୍କ କୃପାରୁ ଏମାନଙ୍କୁ କମ ପରିଶ୍ରମରେ ମଧ୍ୟ ଅଧିକ ଫଳ ମିଳିଥାଏ । ଏହି ରାଶିର ଲୋକେ ପ୍ରତିଦିନ “ଓଁ ନମଃ ଶିବାୟ” ଜପ କରି ଶିବଲିଙ୍ଗ ଅଭିଷେକ କରିବା ଉଚିତ ।

ମକର ରାଶି

ଏହି ରାଶିର ସ୍ଵାମୀ ହେଉଛନ୍ତି ଶନିଦେବ । ଶନିଦେବ ଭଗବାନ ଶିବଙ୍କୁ ନିଜ ଗୁରୁ ରୂପେ ମାନନ୍ତି । ସେଥିପାଇଁ ଭଗବାନ ଶିବଙ୍କ ଆରାଧନା କଲେ ଶନିଦେବ ମଧ୍ୟ ଖୁସି ହୁଅନ୍ତି । ଏହି ରାଶିର ଲୋକେ ମଧ୍ୟ ତାଙ୍କ ଉପରେ କୌଣସି ସମସ୍ଯା ଆସିଲେ ତାକୁ ସହଜରେ ପାର କରି ନିଅନ୍ତି । ଆପଣଙ୍କୁ ନିୟମିତ ଭାବେ ଭଗବାନ ଶିବଙ୍କ ପୂଜା କରି ଜଳ ଅର୍ପଣ କରିବା ଉଚିତ । ଏହା ସହ ମହା ମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ଜପ କଲେ ଜୀବନରେ ଆହୁରି ଅଧିକ ସଫଳତ ହାସଲ କରିବେ ।

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କ ସ୍ଵାମୀ ମଧ୍ୟ ଶନିଦେବ ଅଟନ୍ତି । ଏହି ରାଶିର ଲୋକ ମଧ୍ୟ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି । ଏମାନେ ବହୁତ ବିଶ୍ଵସ୍ତ ହେବ ସହ ସର୍ବଦା ସମାଜର ହିତ ନିମନ୍ତେ ଚିନ୍ତା କରନ୍ତି । ଏହି କାରଣରୁ ଏମାନଙ୍କୁ ଖୁବ ମାନ ସମ୍ମାନ ମଧ୍ୟ ମିଳିଥାଏ । ଏମାନେ କୌଣସି ଶୁଭ କାର୍ଯ୍ୟ କଲେ ତାଙ୍କ ଭାଗ୍ୟ ଆହୁରି ତେଜ ହୋଇଯାଏ । ଯଦି ଆପଣ ନିଜ କଷ୍ଟକର ସମୟକୁ ସହଜରେ ପାର କରିବାକୁ ଚାହାନ୍ତି ତେବେ ନିୟମିତ ଭାବେ “ଓଁ ନମଃ ଶିବାୟ” ଜପ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button