ବିଚାର

58 ବର୍ଷ ପରେ ନବରାତ୍ରିରେ ବନୁଛି ଏହି ଖାସ ଯୋଗ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କଣ ରହିବ ଏହାର ପ୍ରଭାବ

ଏହି ବର୍ଷ ଅକ୍ଟୋବର ୧୭ ରେ ନବରାତ୍ରି ଆରମ୍ଭ ହେଉଛି ଏବଂ ଏହି ଦିନ ବହୁତ ଶୁଭ ପ୍ରଭାବ ପଡିବ । ଯେଉଁ କାରଣରୁ ନବରାତ୍ରି ବହୁତ ଖାସ ହେବାକୁ ଯାଉଛି । ଜ୍ଯୋତିଷଙ୍କ କହିବା ଅନୁସାରେ ଏହି ବର୍ଷ ନବରାତ୍ରି ଦୀନ ଶନି ମକର ରାଶିକୁ ଓ ବୃହସ୍ପତି ଧନୁ ରାଶିକୁ ପ୍ରବେଶ କରିବେ ଏବଂ ଏହି ପ୍ରଭାବ ୫୮ ବର୍ଷ ପରେ ଆସୁଅଛି ।

ଯଦି ଏହି ଦୁଇଟି ଗ୍ରହ ନିଜନିଜ ରାଶି ରେ ପ୍ରବେଶ କରିବେ ଏହାର ପ୍ରଭାବ ୧୨ ଟି ରାଶି ଉପରେ ଦେଖିବାକୁ ପଡିବ ଓ ଅଧିକ ରାଶି ଉପରେ ଏହାର ଅଧିକ ଶୁଭ ପ୍ରଭାବ ପଡିବ । ଆସନ୍ତୁ ଜାଣିବା ଏହି ଦିନରେ ଆପଣଙ୍କ ଜୀବନରେ କେଉଁ ପ୍ରକାର ପ୍ରଭାବ ପଡୁଛି ।

ନବରାତ୍ରିର ପ୍ରଥମ ଦିନରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି, ସୂର୍ଯ୍ୟ ତୁଳାରେ ପ୍ରବେଶ କରିବେ । ତୁଳା ରାଶିରେ ବକ୍ରୀ ବୁଧ ବି ରହିବେ । ଏହାକୁ ବୁଧାଦିତ୍ୟ ଯୋଗ କୁହାଯାଏ । ବୃହସ୍ପତି ଓ ଶନିଙ୍କର ଏହା ଦୁର୍ଲଭ ଯୋଗ ଅଟେ । ଏହି ଦୁର୍ଲଭ ଯୋଗର ର ପ୍ରଭାବ ବି ରାଶି ମାନଙ୍କ ଉପରେ ପଡିବ ।

ମେଷ ରାଶି : ଏହି ରାଶିର ଜାତକ ଉପରେ ଏହି ଯୋଗର ଭଲ ପ୍ରଭାବ ପଡିବ । ମେଷ ରାଶି ରେ ଯେଉଁ ଜାତକ ରେ ବିବାହ ହେଇ ପାରୁନଥିବ, ତାଙ୍କର ବିବାହ ଯୋଗ ଆଶିବ । ଏହା ସାଥିରେ ପୁରୁଣା ରୋଗର ବି ନିରାକରଣ ହେବ ।

ବୃଷ ରାଶି : ଶତୃ ଠାରୁ ମୁକ୍ତି ମିଳିବ ଏବଂ ନୂତନ ସାଥି ପାଇବେ । ପରିବାର ର ସଦସ୍ୟ ମାନଙ୍କ ସହ ରହିବେ ଏବଂ ଘର କୁ ସୁଖର ଆଗମନ ହେବ ।

ମିଥୁନ ରାଶି : ମିଥୁନ ରାଶି ଜାତକରେ ସନ୍ତାନ ଲାଭ ରହିଛି । ବେପାର ରେ ଆର୍ଥିକ ଲାଭ ହେବ ଯେଉଁ ମାନେ ଚାକିରି କରିଥିବେ ଚାକିରି ରେ ଆର୍ଥିକ ସ୍ତିଥି ବଢିବ ।

କର୍କଟ ରାଶି: ପରିବାର ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ଗଢି ଉଠିବ ଏବଂ ମା ତୁମ ସୁଖର କାରଣ ହେବେ, ମାଙ୍କର ସ୍ନେହ ମିଳିବ । ଏହା ସହିତ ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର କରିବେ ।

ସିଂହ ରାଶି : ସିଂହ ରାଶିର ଲୋକମାନଙ୍କ ଉପରେ ଏହି ଦୁଇ ଯୋଗର ଶୁଭ ପ୍ରଭାବ ପଡିବ । ଏଣୁ ଏହି ସମୟରେ କୌଣସି କାର୍ଯ୍ୟ ଆରମ୍ଭ କରିବାର ଏହା ଉତ୍ତମ ସମୟ । ପରିବାର ଲୋକଙ୍କ ର ସାହାଯ୍ୟ ମିଳିବ ଏବଂ ଧନ ପ୍ରାପ୍ତି ହେବେ ।

କନ୍ୟା ରାଶି : କନ୍ୟା ରାଶି ରେ ଧନ ଲାଭ ହେବେ । ସମ୍ପତି ପାଇଁ ଯାହା ନିଷ୍ପତି ନେବେ ସଫଳ ପାଇବେ । ଏଣୁ ଏହି ରାଶିର ଲୋକମାନେ ସମ୍ପତି କିଣାବିକା କରିବାକୁ ଚାହୁଁ ଥିଲେ ଏହା ହେଉଛି ଉତ୍ତମ ସମୟ ।

ତୁଳା ରାଶି : ତୁଳା ରାଶି ର ଲୋକ ମାନଙ୍କୁ ତାଙ୍କ ପରିଶ୍ରମ ର ଫଳ ନିଶ୍ଚୟ ମିଳିବ ଏବଂ ଯେଉଁ କାର୍ଯ୍ୟ କରିବା ପାଇଁ ଭାବିବେ ତାହା ପୂରଣ ହେବ । ଏହା ସହ ବିବାହର ଯୋଗ ବି ଖୋଲିଯିବ ।

ବିଛା ରାଶି : ଏହି ରାଶି ର ଜାତକରେ କିଛି ବିବାଦର ସମ୍ମୁଖୀନ ହେବେ ଏବଂ ପରିବାର ସହିତ ବିବାଦ ବି ହେବ । ଧନ ଲାଭ ହେବାର ସୁଯୋଗ ରହିଛି । କିନ୍ତୁ ଧନ ବେଶିଦିନ ହାତରେ ରହିବ ନାହିଁ ଏଣୁ ଆପଣଙ୍କ ଖର୍ଚ୍ଚ ଉପରେ ଧ୍ୟାନ ଦେବେ ।

ଧନୁ ରାଶି : କାର୍ଯ୍ୟ ରେ ସଫଳତା ହାସଲ କରିବେ ଏବଂ ନୂତନ ଅବସର ପ୍ରାପ୍ତି ହେବେ । ଆର୍ଥିକ ସ୍ଥିତି ଲାଭ ହେବ, ଏଥି ଲାଗି ଧନ ଲାଭ ହେବ । ଯାହାବି କାର୍ଯ୍ୟ କରିବେ ସବୁଥିରେ ସଫଳ ହେବେ ।

ମକର ରାଶି : ଏହି ରାଶି ର ଲୋକ ମାନଙ୍କୁ କିଛି ଚିନ୍ତା ର ସମ୍ମୁଖୀନ କରିବା କୁ ପଡିବ । କାମ କରିବା ସମୟରେ ବାଧକତା ଆସିବ ଏବଂ ଗଣ୍ଡଗୋଳ ହୋଇପାରେ ।

କୁମ୍ଭ ରାଶି : କୁମ୍ଭ ରାଶି ର ଜାତକ ରେ ଆର୍ଥିକ ବୁର୍ଦ୍ଧୀ ହେବ ଏବଂ ଅବସର ପାଇବେ । ସାଙ୍ଗ ସାଥି ମାନଙ୍କ ସାହାଯ୍ୟ ମିଳିବ ଏବଂ ଜୀବନ ସାଥିଙ୍କ ସହିତ ସମ୍ପର୍କ ମଧୁର ହେବ ।

ମୀନ ରାଶି : ଏହି ରାଶି ର ଲୋକ ମାନେ ଯାନବାହାନ ନ କିଣିଲେ ଭଲ ହେବ । ଗାଡି କିଣିଲେ ହାନିକାରକ ର ସମ୍ମୁଖିନ ହେବେ ଓ ବହୁତ କ୍ଷତିକାର ହେବେ ଦୂର୍ଘଟଣା ର ସମ୍ମୁଖିନ ହେଇପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button