ଦେଶ ବିଦେଶ

କରୋନା ଲକଡାଉନ : ୮୦ କୋଟି ଗରିବ ଲୋକଙ୍କୁ ତିନି ମାସର ମାଗଣା ଖାଦ୍ୟ ସହ ଅନ୍ୟ ସୁବିଧା ମଧ୍ୟ ମିଳିବ

କରୋନା ଭାଇରସ ସଙ୍କଟ କାରଣରୁ ଦେଶ ରେ ୨୧ ଦିନ ପାଇଁ ଲକଡାଉନ ବ୍ୟବସ୍ତା ଦେଖି ବିତ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାରକୁ ବିଶେଷ ଆର୍ଥିକ ପ୍ଯାକେଜ ଘୋଷଣା କରିଛନ୍ତି । ଏହା ଅନୁଯାଇ ୮୦ କୋଟି ଗରିବ ଲୋକଙ୍କୁ ଆସନ୍ତା ତିନି ମାସ ଫ୍ରି ରେ ଗହମ ଚାଉଳ ଓ ଗୋଟେ କେଜି ଡାଲି ଦବାର ଘୋଷଣା କରା ଯାଇଛି, ଏହା ଛଡା ଗରିବ ମହିଳାଙ୍କୁ ସିଲେଣ୍ଡର ମଧ୍ୟ ଫ୍ରି ରେ ଦିଆ ଯିବ ବୋଲି କୁହା ଯାଇଛି ।

୧.୭୦ ଲକ୍ଷ କୋଟି ଟଙ୍କା ପ୍ଯାକେଜ ଘୋଷଣା କରୁଥିବା ବେଳେ ବିତ ମନ୍ତ୍ରୀ କହିଛନ୍ତି ଯେ ଗରିବ ଲୋକଙ୍କୁ ଖାଇବା ପାଇଁ ଜିନିଷ ଉପଲବ୍ଧ କରା ଯିବ, ଓ ଡିବିଟି ମାଧ୍ୟମରେ ଟଙ୍କା ମଧ୍ୟ ଟ୍ରାନ୍ସଫର କରା ଯିବ ।

ବିତ ମନ୍ତ୍ରୀ ନିର୍ମଳା ସିତାରମଣ ପ୍ରେସ କଂଫରେନ୍ସ ରେ ଏହା କହିଛନ୍ତି ଯେ ପ୍ରବାଶି ମଜୁରିଆ ଲୋକ ଏବଂ ଶହର ରେ ଥିବା ଗ୍ରାମୀଣ ଗରିବ ଲୋକଙ୍କ ପାଇଁ ଆବଶ୍ୟକ ପ୍ଯାକେଜ ରେଡି ଅଛି, କେହି ଭୋକିଲା ରହିବେ ନାହିଁ । ଏହା ଛଡା ସରକାର ଇପିଏଫ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି, ଏହା ଅନୁଯାଇ ତିନି ମାସ ପର୍ଯ୍ୟନ୍ତ କମ୍ପନୀ ଓ କର୍ମଚାରୀ ଦୁହିଁଙ୍କ ଭାଗ ଯୋଗଦାନ ସରକାର ନିଜ ତରଫରୁ ଦେବେ ।

ଏହି ଘୋଷଣା ସେହି ଭଳି ସଂସ୍ଥା ପାଇଁ ଅଛି ଯେଉଁଠି ୧୦୦ ଠାରୁ କମ ଲୋକ କାମ କରନ୍ତି ଓ ଏଠାରେ କାମ କରୁଥିବା ୯୦% କର୍ମଚାରୀ ମାସିକ ବେତନ ୧୫ ହଜାର ଠାରୁ କମ ଅଟେ । ସରକାର କରୋନା ସହ ଲଢେଇ କରୁଥିବା ସ୍ୱାସ୍ଥ୍ୟ କର୍ମି ଓ ଅନ୍ୟ ଷ୍ଟାଫ ପାଇଁ ୫୦ ଲକ୍ଷ ଇଂସୁରାନ୍ସ କରେଇଦବା ପାଇଁ ମଧ୍ୟ ଘୋଷଣା କରା ଯାଇଛି, ଏହା ଦ୍ଵାରା ୨୦ ଲକ୍ଷ କର୍ମଚାରିମାନଙ୍କୁ ଲାଭ ପ୍ରାପ୍ତ ହବ ।

ଏହା ସହ ସରକାର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁଯାଇ ତିନି ମାସ ପର୍ଯ୍ୟନ୍ତ ପାଞ୍ଚ କେଜି ଚାଉଳ ଗହମ ଫ୍ରି ବାଣ୍ଟିବାର ଘୋଷଣା କରିଛନ୍ତି, ଏହି ଯୋଜନା ଅନୁଯାଇ ୮୦ କୋଟି ଲୋକଙ୍କୁ ଦବାର ଘୋଷଣା ଅଛି, ଏହା ଛଡା ସବୁ ପରିବାରକୁ ଗୋଟେ କେଜି ଡାଲି ମଧ୍ୟ ଦବାକୁ କୁହା ଯାଇଛି । ଉଜ୍ଵଳା ଯୋଜନା ଲାଭର୍ଥୀ ଆଠ କୋଟି ମହିଳାଙ୍କୁ ଆସନ୍ତା ତିନି ମାସ ଗ୍ୟାସ ସିଲେଣ୍ଡର ଫ୍ରି ଦବାର ଘୋଷଣା ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button