ଜୀବନଶୈଳୀ

ମୋବାଇଲ ନେଇଗଲା ପିଲାର ଜୀବନ, ଦେଖନ୍ତୁ କିପରି ମୋବାଇଲ ନିଶାରେ ପଡି ଖିଆପିଆ ଛାଡି ଆଖି ବୁଜିଦେଲା ଛାତ୍ର, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଏହି ଆଧୁନିକ ଦୁନିଆରେ ପ୍ରାୟତଃ ସମସ୍ତ ଛୋଟ ଛୁଆ ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର କରୁଛନ୍ତି । ବାପା ମା ନିଜ କାମରେ ବ୍ୟସ୍ତ ରହୁଥିବା ବେଳେ ଛୁଆ ମାନଙ୍କୁ ମୋବାଇଲ ଫୋନ ଦେଉଛନ୍ତି ।

ଛୋଟ ଛୋଟ ଛୁଆ ମାନେ ଦିନ ରାତି ମୋବାଇଲ ଫୋନର ବ୍ୟବହାର କରୁଛନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ତାହା ବିଷୟରେ ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣାଟି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଘଟଣା ପ୍ରତି ନିଜର ଭିନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ କେନ୍ଦୁଝରର ହରିଚନ୍ଦନ ପୁରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏହି ସ୍ଥାନର ମନୋହର ପୁର ହାଇ ସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ ୧୫ ବର୍ଷ ବୟସର ଅଗସ୍ତି । ଅନଲାଇନ କ୍ଳାସ ପାଇଁ ଯେତେବେଳେ ମୋବାଇଲର ଆବଶ୍ୟକତା ପଡିଲା ବାପା ମା ପୁଅ ପାଇଁ ଫୋନ କିଣି ଦେଲେ ।

ଅଧିକାଂଶ ପିଲାଙ୍କ ଭଳି ପୁଅ ମଧ୍ୟ ମୋବାଇଲକୁ ବହୁତ ମାତ୍ରାରେ ବ୍ୟବହାର କରିଲେ । ଅନଲାଇନ କ୍ଳାସ କରିଲେ ଓ ଦିନ ସାରା ଗେମ ଖେଳିଲେ । ଦିନକୁ ଦିନ ମୋବାଇଲ ପ୍ରତି ତାଙ୍କର ଆଶକ୍ତି ବଢିବାରେ ଲାଗିଲା । ଯାହା ପରିବାର ଲୋକଙ୍କ ଚିନ୍ତାକୁ ବଢାଇ ଦେଲା । ଗତ ୧୫ ଦିନ ତଳେ ଅଗସ୍ତିଙ୍କ ମୋବାଇଲ ଫୋନଟି ଭାଙ୍ଗି ଯାଇଥିଲା ।

ଯାହାଫଳରେ ଅନଲାଇନ କ୍ଳାସ କରିବା ସମ୍ଭବପର ହୋଇ ନଥିଲା ଏହା ସହ ମୋବାଇଲରେ ଗେମ ଖେଳିବା ମଧ୍ୟ ସମ୍ଭବପର ହୋଇ ନଥିଲା । ଏହା ପରେ ଅଗସ୍ତିର ମନୋସ୍ତାପ ଆରମ୍ଭ ହୋଇଥିଲା । ଅଗସ୍ତି ଠିକରେ ଖିଆ ପିଆ କରୁନଥିଲା ।

ଖିଆ ପିଆର ଅବହେଳା ପାଇଁ ଜ୍ଵର ଏବଂ ବାନ୍ତି ହେଲା । ଅବସ୍ତା ଖରାପ ହୋଇଯିବାରୁ ସ୍ଥାନୀୟ ହସ୍ପିଟାଲକୁ ତାଙ୍କୁ ନିଆ ଯାଇଥିଲା । ପରେ ତାଙ୍କୁ କଟକ ହସ୍ପିଟାଲକୁ ଆଣା ଯାଇଥିଲା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଅଗସ୍ତି ଆଖି ବୁଝି ଛନ୍ତି ।

ଅଗସ୍ତି ମୃତ୍ୟୁ ବରଣ କରିଛନ୍ତି । ବନ୍ଧୁଗଣ ଏହି ଘଟଣାଟି ସମସ୍ତ ପିଲା ଓ ଅଭିଭାବକ ମାନଙ୍କୁ ପ୍ରଭାବିତ କରୁଛି । ଏହି ଘଟଣାଟି ଜାଣିବା ପରେ ଆପଣ ମାନେ ମଧ୍ୟ ବ୍ୟସ୍ତ ହୋଇ ଯାଇଥିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button