ଦେଶ ବିଦେଶ

ଗର୍ଭାବସ୍ଥା ସମୟରେ ଶରୀରରେ ଉତ୍ତେଜନା ବୃଦ୍ଧି କରୁଥିବା ହରମୋନ୍‌କୁ ସକ୍ରିୟ କରିଥାଏ ପିପଳୀ

ଆଜିକାଲି ପ୍ରଦୂଷଣ ଏତେ ମାତ୍ରାରେ ବଢିଯାଇଛି, ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି। ଏହି କାରଣ ଯୋଗୁଁ ଅନେକ ଲୋକ ମଧ୍ୟ ଆଜମା ରୋଗରେ ପୀଡିତ ହେଉଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଚାହୁଁଛନ୍ତି କି ? ଏଥିରୁ ବଞ୍ଚିବା ପାଇଁ ପିପଳୀ ଆପଣଙ୍କୁ ସହାୟ କରିବ। ଏହାର ପତ୍ର ଏବଂ ଚେରର ପ୍ରୟୋଗ ଔଷଧ ଭାବେ କରାଯାଏ। ଆସନ୍ତୁ ଜାଣିବା ଏହାର ଆଉ କ’ଣ ରହିଛି ଫାଇଦା। ପିପଳୀ ଗଛର ଫଳକୁ ଆପଣ କଞ୍ଚା କିମ୍ବା ଶୁଖିଲା କରି ବ୍ୟବହାର କରିପାରିବେ।

– ପିପଳୀ ଗଛ ବିଷୟରେ ଆପଣମାନେ ଜାଣିଥିବେ। ଏହା ଆଜମା ଭଳି ରୋଗ ପାଇଁ ରାମବାଣ। ପ୍ରତିଦିନ ଏହା ଗୁଣ୍ଡ ଖାଇବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ହେଉଥିବା ଅସୁବିଧା ଦୂର କରାଯାଇପାରିବ। ଏହାକୁ ଖାଇବା ଦ୍ୱାରା ବ୍ଲକେଜ ହୋଥିବା ନଳୀ ସଂପ୍ରସାରିତ ହୁଏ।

56

– ପିପଳୀରେ ଆଣ୍ଟିସେପ୍ଟିକ ଏବଂ ଆଣ୍ଟିବାୟୋଟିକ ଗୁଣ ରହିଛି। ଯାହା ଭାଇରାଲ ଜ୍ୱର ପାଇଁ ବେଶ୍‌ ଉପକାରୀ। ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ପାଓ୍ଵାର ବୃଦ୍ଧି ପାଇଥାଏ।

– ପିପଳୀ ଗୁଣ୍ଡ ଖାଇବା ଯୋଗୁଁ ପାଚନ କ୍ରିୟାରେ ହେଉଥିବା ଅସୁବିଧା ଦୂର ହେବା ସହ କ୍ଷତିକାରକ ଜୀବାଣୁ ନଷ୍ଟ କରିଥାଏ।

– ଛୋଟ ଖଣ୍ଡେ ପିପଳୀ ଆପଣଙ୍କୁ ଜୀବାଣୁ ସଂକ୍ରମଣରୁ ରକ୍ଷା କରିଥାଏ। ଏହାଦ୍ୱାରା ପେଟଜନିତ ସମସ୍ୟା ଏବଂ ବାନ୍ତି ଆସିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

– ପିପଳୀ ଖାଇବା ଫଳରେ ଲିଭର ସଂକ୍ରମଣ ହୁଏନାହିଁ। ଏହା ଶାରୀରିକ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

890

– ପିପଳୀର ବ୍ୟବହାର କରିବା ଦ୍ୱାରା ପ୍ରଜନନ କ୍ଷମତା ଉତ୍ତମ ହୋଇଥାଏ। ଗର୍ଭାବସ୍ଥା ସମୟରେ ଶରୀରରେ ଉତ୍ତେଜନା ବୃଦ୍ଧି କରୁଥିବା ହରମୋନକୁ ସକ୍ରିୟ କରିଥାଏ।

– ପିପଳୀର ରସ ପିଇବା ଦ୍ୱାରା ମହିଳାମାନଙ୍କୁ ମାସିକ ଧର୍ମରେ ମଧ୍ୟ ଲାଭ ମିଳିଥାଏ। ଏହାକୁ ଖାଇବା ଫଳରେ ଏହି ସମୟରେ ହେଉଥିବା ଯନ୍ତ୍ରଣାରୁ ଆରାମ ମିଳିଥାଏ।

– ନର୍ମାଲ ଡେଲିଭରୀ ଚାହୁଁଥିବା ମହିଳା ନିୟମିତ ଭାବେ ପିପଳୀ ଖାଆନ୍ତୁ। ଏହା ଗର୍ଭାଶୟ ସଂକୁଚନକୁ ଉତ୍ତେଜିତ କରିବାର କାମ କରିଥାଏ। ଯାହାଫଳରେ ସହଜରେ ଡେଲିଭରୀ ହୋଇଥାଏ।

– ପିପଳୀ ଗୁଣ୍ଡକୁ ଗୋଲମରିଚ ସହିତ ମିଶାଇ ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button