ମନୋରଞ୍ଜନ

ବାବୁସାନ ମୋ ସହିତ 2 ଟା ଫିଲ୍ମ କରିଛନ୍ତି, ମତେ କେବେ ବି ଲାଗେନି ସେ ଜଣେ ସୁପର ଷ୍ଟାର, କହାୟଙ୍କି ନା ସେ ଯେମିତି…’: ଅଭିନେତ୍ରୀ ଦିବ୍ୟା

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡ ଇଣ୍ଡଷ୍ଟ୍ରୀର ସୁନ୍ଦରୀ ନାୟିକା ଦିବ୍ୟା ମହାନ୍ତି କିଛି ଏଭଳି କହିଛନ୍ତି ଆସନ୍ତୁ ଜାଣିନେବା ସେ କ’ଣ ମନ୍ତବ୍ୟ ଦେଇଛନ୍ତି । ଅଭିନେତ୍ରୀ ଦିବ୍ୟା ଜୟ ମା’ ଲକ୍ଷ୍ମୀ ରୁ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି । ବର୍ତ୍ତମାନ ସେ ବହୁତ ଫେମସ ଲୋକ ତାଙ୍କୁ ଅନେକ ଜାଣିଛନ୍ତି । ଦିବ୍ୟା ମହାନ୍ତି କହିଛନ୍ତି ଯେ ୧୫ ବର୍ଷ ବୟସରେ ସେ ଅଭିନୟ ଆରମ୍ଭ କରିଥିଲେ । ଅଭିନୟ ବିଷୟରେ ସେତେବେଳେ ସେ କିଛି ଜାଣିନଥିଲେ ।

ଏହା ପରେ ୨୦୧୬ ରୁ ୨୦୧୭ ରେ ସେ ହାଇଦ୍ରାବାଦରେ ତେଲୁଗୁ ସିରିୟଲ କରିଥିଲେ । ଏହା ପରେ ୨୦୧୮ ରେ ତାଙ୍କୁ “ସୁନ୍ଦରଗଡ ର ସଲମାନ ଖାନ” ର ଅଫର ଆସିଥିଲା । ଏହା ତାଙ୍କର ପ୍ରଥମ ଚଳଚିତ୍ର ଥିଲା । ଏହି ଚଳଚିତ୍ର ସେଟରେ ବାବୁସାନ ଥିଲେ । ମାତ୍ର ପ୍ରଥମେ ଦିବ୍ୟା ଙ୍କୁ କହିଥିଲେ ଯେ ଆମେ ଆଉ ଜଣଙ୍କୁ ସିଲେକ୍ଟ କରିଛୁ ବୋଲି ଏହାପରେ କହିଲେ ଯେ ଆପଣ ସିଲେକ୍ଟ ହୋଇଛନ୍ତି ଫିଲ୍ମ ପାଇଁ ।

ଦିବ୍ୟା ଙ୍କର ଓଡିଶୀ ନୃତ୍ୟ ପାଇଁ ବହୁତ ଆଗ୍ରହ ଥିଲା ଏଣୁ ସେ ଜଣେ ଦକ୍ଷ ଓଡିଶୀ ନୃତ୍ୟଶିଳ୍ପୀ ମଧ୍ୟ ଅଟନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦିବ୍ୟା ସମୁଦାୟ ୧୦ ଟି ଚଳଚିତ୍ର କରି ସାରିଛନ୍ତି । ମାଇଥୋ ରୁ ସେ ନିଜ କ୍ୟାରିୟର ଆରମ୍ଭ କରି ଆଜିଭଳି ଦିନରେ ଜଣେ ଦକ୍ଷ ଅଭିନେତ୍ରୀ ଭାବରେ ପରିଚିତ ଅଟନ୍ତି । ଦିବ୍ୟା କହିଛନ୍ତି ଯେ ଜୀବନରେ କୌଣସି କାର୍ଯ୍ୟ କରିବା କଷ୍ଟ ନୁହେଁ ।

ଯଦି ତୁମ୍ଭେ ଜଣେ କଳାକାର ତେବେ ନିଶ୍ଚିତ ସେତିକି ଦକ୍ଷତା ଥିବ ଯେ ତୁମେ ସବୁକିଛି କରି ପାରିବ । ସୁପରଷ୍ଟାର ବାବୁସାନ ଙ୍କ ସହିତ ଦିବ୍ୟା କାମ କରିଛନ୍ତି । ତେବେ ବାବୁସାନ ଙ୍କ ସହିତ ତାଙ୍କ ସମ୍ପର୍କ ଅଥବା ବନ୍ଧୁତା କୁ ନେଇ ସେ କହିଛନ୍ତି ଯେ ସେ ସମୁଦାୟ ଦୁଇଟି ଚଳଚିତ୍ର କରିଥିଲେ ବାବୁସାନ ଙ୍କ ସହିତ କିନ୍ତୁ ତାଙ୍କୁ ସେତେବେଳେ ଲାଗି ନଥିଲା ଯେ ବାବୁସାନ ଜଣେ ସୁପରଷ୍ଟାର ବୋଲି ।

କାରଣ ବାବୁସାନ ବହୁତ ଫ୍ରେଣ୍ଡଲି ଅଟନ୍ତି, ତାଙ୍କ ସ୍ଵଭାବ ଆଦୌ ଜଣେ ସୁପରଷ୍ଟାର ଙ୍କ ଭଳି ନଥିଲା । ସାଧାରଣ ଅଭିନେତା ଭଳି ସେ ସମସ୍ତଙ୍କ ସହିତ ସହଜରେ ମିଶିଯାଉଥିଲେ । ତେବେ ଏହିଭଳି କିଛି ବିଶେଷ କଥା ଅଭିନେତ୍ରୀ ଦିବ୍ୟା କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button