ଦେଶ ବିଦେଶ

ଲଦ୍ଦାଖର ବିବାଦ ମଧ୍ୟରେ ଭାରତ ଚୀନ ବିରୁଦ୍ଧରେ ଉଠାଇଲା ସବୁଠୁ ବଡ ପଦକ୍ଷେପ, ଏକ୍ସପର୍ଟ କହିଲେ ଏହାତ ହେବାର ହିଁ ଥିଲା

ଭାରତ ଓ ଚୀନ ମଧ୍ୟରେ ଲଦ୍ଦାଖରେ ଚାଲୁଥିବା ବିବାଦ ଥମିବାର ନାଁ ଧରୁ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ବି ଚୀନ କେତେକ କ୍ଷେତ୍ରରେ ପଛକୁ ହଟିବା ପାଇଁ ପ୍ରସ୍ତୁତ ନୁହେଁ । ଯେତେବେଳେ କି ଭାରତର ତରଫରୁ ଲଗାତାର ଚେତାବନୀ ଦିଆ ଯାଉଛି । ଏହି ବିବାଦ ମଧ୍ୟରେ ଗୁରୁବାରକୁ ସରକାରୀ କନ୍ଟ୍ରୈକ୍ଟକୁ ନେଇ ଭାରତ ପଡୋଶୀ ଦେଶ ପାଇଁ ନିୟମ କଡା କରି ଦେଇଛନ୍ତି । ନୂଆ ନିୟମ ଅନୁସାରେ, ସରକାରୀ କାର୍ଯ୍ୟ ପାଇଁ ବର୍ତ୍ତମାନ ପଡୋଶୀ ଦେଶ ଗୁଡିକରେ ବିଡର୍ସ ଅର୍ଥାତ ବୋଲି ଲଗାଉଥିବା ଲୋକମାନଙ୍କୁ ପ୍ରଥମେ ରଜିସ୍ଟ୍ରେଶନ ସହିତ ସିକ୍ୟୋରିଟୀ କ୍ଲିୟରେଂସ ବି ନେବାକୁ ପଡିବ ।

ଭାରତ ସରକାର ଏହି ନିଷ୍ପତିରେ ଚୀନର ନାଁ ନେଇ ନାହାନ୍ତି । କିନ୍ତୁ ସୂଚନା ଅନୁସାରେ ଚୀନକୁ କାଉଣ୍ଟର କରିବା ରୂପରେ ଏହାକୁ ଆପଣ ଦେଖି ପାରିବେ । ଭାରତର ସରକାର ତରଫରୁ ଜାରି ବୟାନରେ ଏହା ସ୍ପଷ୍ଟ କରାଯାଇଛି କି ଭାରତର ରକ୍ଷା ଓ ରାଷ୍ଟ୍ରୀୟ ସୁରକ୍ଷାକୁ କଡା ଓ ମଜବୁତ କରିବା ପାଇଁ ଏହି ନିଷ୍ପତି ନିଆ ଯାଇଛି ।

ଆପଣଙ୍କୁ କହିଦେଉଛୁ କି ଭାରତର ସୀମା ଚୀନ ସମେତ ପାକିସ୍ତାନ, ବାଂଲାଦେଶ, ମ୍ଯାଂମାର, ନେପାଲ ଓ ଭୂଟାନ ଦେଶକୁ ଲାଗିଛି । ସରକାରଙ୍କ ତରଫରୁ ଜାରୀ ବୟାନରେ ଏହା କୁହାଯାଇଛି କି ଭାରତର ସୀମାରେ ଲାଗିଥିବା ସବୁ ଦେଶର ବିଡର୍ସ, କୌଣସି ବସ୍ତୁ କିମ୍ବା ସେବାକୁ କ୍ରୟ କରିବା ପାଇଁ ସେମାନେ ସେହି ସମୟରେ ବିଡ କରି ପାରିବେ ଯେତେବେଳେ ସେ କୌଣସି ଅଥରିଟୀ ସହ ପୂର୍ବରୁ ହିଁ ପଞ୍ଜୀକୃତ ହୋଇ ଥିବେ ।

ଏହା ସହିତ ବିଦେଶ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ଦ୍ଵାରା ରାଜନୈତିକ ଓ ସୁରକ୍ଷା ସ୍ତରରେ ମଞ୍ଜୁରୀ ନେବା ବି ବାଧ୍ୟତାପୂର୍ଣ ଅଟେ । ସରକାରଙ୍କ ତରଫରୁ ଜାରୀ ଏହି ନୂଆ ଆଦେଶ ପରେ ବର୍ତ୍ତମାନ ଏହାକୁ ନେଇ ଚିନୀ ଦୂତାବାସର ପ୍ରତିକ୍ରିୟାର ଅପେକ୍ଷା ଅଛି । ଏପ୍ରିଲ ମାସରେ ବି ସରକାରଙ୍କ ତରଫରୁ ଏଫଡ଼ିଆଇକୁ ନେଇ ବି ଏହିଭଳି ନିର୍ଦେଶ ଜାରୀ କରିଯାଇ ଥିଲା ।

କହିବାକୁ ଗଲେ କରୋନା କାରଣରୁ କମଜୋର ପଡୁଥିବା ଭାରତୀୟ କମ୍ପାନୀମାନଙ୍କୁ ଅଧିଗ୍ରହଣ କରୁଥିବା ଚୀନ କମ୍ପାନୀ ଗୁଡିକୁ ରୋକିବା ପାଇଁ ଏହି ସବୁ ନିୟମକୁ କଡାକଡି କରିବା ପାଇଁ ଜରୁରୀ ହୋଇ ଯାଇ ଥିଲା । ଭାରତ ସେତେବେଳେ ବି ଚୀନର ନାଁ ନେଇ ନ ଥିଲା । ଭାରତର ଏହା କାରୋବାରି ଲାଭ ବୋଲି କହି ଚୀନ ତରଫରୁ ଏହାକୁ ନେଇ କ୍ରୋଧଭରା ପ୍ରତିକ୍ରିୟା ଆସିଥିଲା । ଚୀନ ତରଫରାଉ ସେହି ସମୟରେ ଏହାକୁ ନୀତିଗତ ଭେଦଭଦ ବୋଲି କୁହା ଯାଇ ଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button