ସ୍ୱାସ୍ଥ୍ୟ

ଜନ୍ମଦିନରେ ମହମବତି ଫୁଙ୍କି ଲିଭାଉଛନ୍ତି କି? ତା’ହେଲେ ଏବେଠୁ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଘାତକ ରୋଗ!

ଯେତେବେଳେ ଘରେ ଲାଇନ୍‌ ଚାଲିଯାଏ, ସେହି ସମୟରେ ସମସ୍ତେ ମହମବତି ଜଳାଇବା ପାଇଁ ଖୋଜିଥାଆନ୍ତି। ସେପଟେ ଜନ୍ମଦିନରେ ବି ମହମବତି ଜଳାଇବାର ଏକ ପ୍ରଥା ରହିଆସିଛି। ଯଦିଓ ଏହା ହିନ୍ଦୁ ଧର୍ମର ନୁହେଁ, କିନ୍ତୁ ଅନେକ ହିନ୍ଦୁ ଏହାକୁ ନିଜ ପରମ୍ପରା ଭାବେ ଆପଣାଇ ନେଉଛନ୍ତି। ତେବେ ଜନ୍ମଦିନରେ ମହମବତି ଫୁଙ୍କି ଲିଭାଯିବାର ଯେଉଁ ଫ୍ୟାଶନ ଚାଲିଛି, ତାହା ଆପଣଙ୍କ ପାଇଁ ଘାତକ ସାଜିପାରେ। ଏ ବିଷୟରେ ଆପଣ କେବେ ଭାବିଛନ୍ତି କି? ଯଦି ନୁହେଁ, ତା’ହେଲେ ଏବେଠୁ ହୋଇଯାଆନ୍ତୁ ସାବଧାନ।

bad1

ଜନ୍ମଦିନରେ ଆମେ କେକ୍‌ ଉପରେ ଯେଉଁ ମହମବତି ଜଳାଇ ଲିଭାଇଥାଉ, ତାହା ଘାତକ ରୋଗକୁ ଡାକି ଆଣିପାରେ। ହଁ, Clemson University ଦ୍ୱାରା ହୋଇଥିବା ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି। ମହମବତି ଲିଭାଇବା କାରଣରୁ ହେଉଥିବା ରୋଗ ବିଷୟରେ ଜାଣିଲେ ଆପଣ ବି ଆଶ୍ଚଯ୍ୟର୍ ହୋଇଯିବେ।

 

ଅଧ୍ୟୟନ ଅନୁସାରେ, ଜନ୍ମଦିନରେ ମହମବତି ଲିଭାଇବାରେ କେକ୍‌ ଉପରେ ଅନେକ ବ୍ୟାକ୍ଟେରିଆ ଜମା ହୋଇଯାଆନ୍ତି। ଆଉ ଏହା କେକ୍‌ ଭିତରକୁ ବି ବ୍ୟାପିଯାଆନ୍ତି। ଏହି ବ୍ୟାକ୍ଟେରିଆକୁ ଆପଣ ଖାଲି ଆଖିରେ ଦେଖିପାରି ନ ଥାଆନ୍ତି। କିନ୍ତୁ ସେହି କେକ୍‌ ଖାଇବା ଦ୍ୱାରା ଲୋକେ କେକ୍‌ କମ୍‌ ଅଧିକ ବ୍ୟାକ୍ଟେରିଆ ଖାଇଯାଆନ୍ତି। ତେଣୁ ଏହି ରିସର୍ଚ୍ଚ କହୁଛି ଯେ ଜନ୍ମଦିନ ଅବସରରେ କେକ୍‌ ଉପରେ ମହମବତି ଜଳାଇ ଲିଭାଇବା ଆପଣଙ୍କ ପାଇଁ ଘାତକ ସାଜିପାରେ। ତେବେ କିଛି ଲୋକ ଏହାକୁ ମାନୁଥିବା ବେଳେ ଆଉ କିଛି ଲୋକ ଏହାକୁ ନ ମାନି କେକ୍‌ କାଟୁଥିବା ଦେଖିବାକୁ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button