ଜୀବନଶୈଳୀ

ଋତୁଶ୍ରାବ ସମୟରେ ନାରୀ କେଉଁ କାମ କଲେ ହୋଇଥାଏ ସ୍ବାମୀର ଅନିଷ୍ଟ

। ସୂଚନା ଅନୁସାରେ ମନୁଷ୍ୟ ତା’ ର ଜୀବନରେ ଖୁସିରେ ରହିବା ପାଇଁ ଅନେକ ପରିଶ୍ରମ କରିଥାଏ । ଏହା ସହିତ ସେ ନିଜର ଜୀବନକୁ ସଫଳ ଭାବେ ବ୍ଯତୀତ କରିବା ପାଇଁ ଭଗବାନଙ୍କର ମଧ୍ୟ ଆଶ୍ରୀବାଦ ଲୋଡିଥାଏ । ଏହା ସହିତ ମନୁଷ୍ୟ ସବୁ କିଛି କରି ମଧ୍ୟ ନିଜ ଜୀବନରେ ଏପରି କିଛି ଛୋଟ ଛୋଟ ଭୁଲ୍ କରିଦେଇଥାଏ । ଯେଉଁ କାରଣରୁ ମାନବକୁ ଜୀବନ ସାରା କଷ୍ଟ ଯନ୍ତ୍ରଣା ଭୋଗ କରିବାକୁ ପଡିଥାଏ । ଆଜି କିଛି ସାଧୁବାଣୀ ଜାଣିବାକୁ ପାଇବେ ଯାହାକୁ ପାଳିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ ।

 

ଯେଉଁ ନାରୀ ନିଜ ସ୍ଵାମୀ ସହିତ କଟୁ ବାଣୀରେ କଥା ହୋଇଥାଏ ଓ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଥାଏ । ସେହି ପରିବାର ପାଇଁ ସେହି ମହିଳା ଅଶାନ୍ତିର କାରଣ ପାଲଟି ଥାଏ । ଏହା ସହିତ ଜୀବନର ଶେଷ ସମୟରେ ତାକୁ ବହୁତ କଷ୍ଟ ଯନ୍ତ୍ରଣା ଭୋଗ କରିବାକୁ ପଡିଥାଏ । ଯେଉଁ ପୁରୁଷ ବିନା କାରଣରେ ସନ୍ତାନ ଓ ପତ୍ନୀ କୁ ଅନାଦାର କରିଥାଏ । ସେ ଜନ୍ମ ଜନ୍ମ ପାଇଁ ନଂପୁଷକ ହୋଇ ଜନ୍ମ ଲାଭ କରିଥାଏ ।

ଯେଉଁ ପୁରୁଷ ନାରୀର ସରଳତା ଦେଖି ତାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥାଏ । ସେହି ପୁରୁଷ ଆର ଜନ୍ମରେ ମାଇଚିଆ ହୋଇ ଜନ୍ମ ଗ୍ରହଣ କରିଥାଏ । ଯଦି ବିଧବା ମାନେ ଆମିଷ ଭୋଜନ କରିଥାନ୍ତି । ସେମାନଙ୍କର ଧର୍ମ ନାଶ ହୋଇଥାଏ । ଏହା ସହିତ ସେମାନଙ୍କର ସ୍ଵାମୀ ପରଲୋକରେ ଦୁଃଖ କଷ୍ଟ ଭୋଗ କରିଥାନ୍ତି ।

 

ଜଣେ ବ୍ୟକ୍ତି ନିଜର କର୍ମ ଦୋଷରୁ ଦରିଦ୍ର ହୋଇଥାଏ । ପିତୃ ଦୋଷରୁ ବ୍ୟକ୍ତିର ସନ୍ତାନମାନେ ମୂର୍ଖ ହୋଇଥାନ୍ତି । ଯେଉଁ ବ୍ୟକ୍ତି ନୀତି ଆଦର୍ଶରେ ପରିଚାଳିତ ହୋଇଥାଏ । ଅନ୍ୟ କାହାର ଦୋଷ ନଦେଖି ତାହାର ଭଲ ଗୁଣର ପ୍ରଶଂସା କରିଥାଏ । ସେହି ବ୍ୟକ୍ତି ସମସ୍ତଙ୍କର ପ୍ରିୟର ଭାଜନ ହୋଇପାରେ । ଯଦି ଜଣେ ବ୍ରାହ୍ମଣ ହୋଇ ଶୂଦ୍ରର ସ୍ତ୍ରୀ ସହିତ ଗୁପ୍ତ ପ୍ରେମକରିଥାଏ କିମ୍ବା ତାକୁ ହରଣ କରିଥାଏ ।

ସେହି ବ୍ରାହ୍ମଣର କାୟା ଅପବିତ୍ର ହୋଇଯାଇଥାଏ । ତାହା ସହିତ ସେହି ବ୍ୟକ୍ତିର ବ୍ରହ୍ମ ନଷ୍ଟ ହୋଇଥାଏ । ଶୂଦ୍ର ହୋଇ ବ୍ରାହ୍ମଣ ନାରୀ ସହିତ ଗୁପ୍ତ ପ୍ରେମ କରେ କିମ୍ବା ତା ସହିତ ସମ୍ପର୍କ ରଖିଥାଏ । ତେବେ ସେହି ବ୍ୟକ୍ତି ଅକାଳ ମୃତ୍ୟୁ ବରଣ କରିଥାଏ । ନର୍କରେ ଯନ୍ତ୍ରଣା ଭୋଗ କରି ପଶୁ ଯୋନୀରୁ ଜନ୍ମ ଗ୍ରହଣ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button