ଜୀବନଶୈଳୀ

ଆସିଲା ବଡ ଦୁଃଖ ଖବର, କାର ଦୁର୍ଘଟଣାରେ ଗୁରୁତର ହେଲେ ଭାରତୀୟ କ୍ରିକେଟର Rishabh Pant

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି ତାହା ହେଉଛି କ୍ରିକେଟର ଋଷଭ ପନ୍ତ ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ କାରରେ ତତକ୍ଷଣାତ ନିଆଁ ଲାଗିଯିବା ଦ୍ଵାରା କାରଟି ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ସୂଚନା ଅନୁଯାୟୀ ସେ ତୁର୍କୀ ରୁ ଫେରୁଥିବା ବେଳେ ତାଙ୍କ କାର ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ତାଙ୍କ ବିଏମଡବ୍ଲୁ କାର ଡିଭାଇଡର ସହିତ ପିଟି ହେବା ଦ୍ଵାରା କାରରେ ଭୟାନକ ଭାବରେ ନିଆଁ ଲାଗିଯାଇଥିଲା ।

ସୂଚନା ମୁତାବକ ତାଙ୍କ ଗୋଡଟି ଗମ୍ଭୀର ଭାବରେ ଆଘାତ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ମୁଣ୍ଡରେ ଭୟଙ୍କର ଭାବରେ ଆଘାତ ହୋଇଥିବା ସୂଚନା ମିଳିଛି । ତାଙ୍କ ମୁଣ୍ଡରେ ପଟି ଲାଗିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ମୁଣ୍ଡରୁ ବହୁତ ବ୍ଲିଡିଙ୍ଗ ମଧ୍ୟ ହୋଇଥିଲା । ଋଷଭ ପନ୍ତ ଙ୍କ ପିଠିରେ ମଧ୍ୟ ଗମ୍ଭୀର ଆଘାତ ଲାଗିଛି ।

ଏହା ସବୁଠାରୁ ବଡ ଖବର ଯେ ଭାରତୀୟ କ୍ରିକେଟ ଦଳର ୱିକେଟ ରକ୍ଷକ ତଥା ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଙ୍କ ବିଏମଡବ୍ଲୁ କାରଟି ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ସମୟରେ କାରରେ ସମୁଦାୟ 3 ଜଣ ଥିବା ସୂଚନା ମିଳିଥିଲା । କାରଟି ଦୁର୍ଘଟଣା ଗ୍ରସ୍ତର ସଂପୂର୍ଣ୍ଣ କାରଣ ଜଣା ପଡିନଥିବା ବେଳେ କୁହାଯାଉଛି ଯେ ଘନ କୁହୁଡି ଏବଂ କାରର ସ୍ପିଡ ପାଇଁ ଏହି ଦୁର୍ଘଟଣା ଘଟିଛି ।

ଏଥିରେ ଯେଉଁ 3 ଜଣ ଥିଲେ ତାଙ୍କ ମଧ୍ୟରୁ ଋଷଭ ପନ୍ତ ବହୁତ ଗମ୍ଭୀର ଭାବରେ ଆଘାତ ପାଇଛନ୍ତି । ବର୍ତ୍ତମାନ ଋଷଭ ପନ୍ତ ଙ୍କୁ ହସ୍ପିଟାଲ କୁ ନିଆଯାଇଛି ଏବଂ ସେଠାରେ ସେ ବହୁତ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଅଛି । ଖବର ଅନୁଯାୟୀ ବର୍ତମାନ ଋଷଭ ପନ୍ତ କ୍ରିକେଟ ଠାରୁ କିଛି ମାସ ଦୂରେଇ ରହି ପାରନ୍ତି ।

କ୍ରିକେଟ ପ୍ରେମୀ ତଥା ଋଷଭ ପନ୍ତ ଙ୍କ ଫ୍ୟାନ୍ସ ମାନେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି କିନ୍ତୁ ଡାକ୍ତରୀ ଟିମ ଙ୍କ ମଧ୍ୟରୁ ଚିକିତ୍ସ୍ୟା ଋଷଭ ପନ୍ତ ଙ୍କର ଜାରି ରହିଛି । ଏହା ଅତ୍ୟନ୍ତ ମର୍ମନ୍ତୁଦ ସଡକ ଦୁର୍ଘଟଣା ଥିଲା ବୋଲି ଦେଖିବାକୁ ମିଳିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button