ବିଚାର

କ’ଣ ଆପଣଙ୍କ ହାତରେ ରହିଛି କି ଏହି ରେଖା? ତେବେ କରିପାରନ୍ତି ପ୍ରେମ ବିବାହ

କୁହାଯାଏ କେବେ କେବେ କୌଣସି ଜିନିଷ ପାଇବା ପାଇଁ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ସେହି ଜିନିଷ ମିଳିପାରେ ନାହିଁ। ଏହିକଥାକୁ କିଛି ଲୋକମାନେ ହସ୍ତରେଖା ବିଜ୍ଞାନ ସହ ଯୋଡି ଦେଖିବା ପରେ ରେଖାର କାରଣ କହିଥାନ୍ତି। ହସ୍ତରେଖା ବିଜ୍ଞାନ ଅନୁଯାୟୀ ଅଧିକାଂଶ ଲୋକଙ୍କ ହାତରେ ବିବାହ ରେଖା ରହିଥାଏ କିନ୍ତୁ କିଛି ଲୋକଙ୍କ ହାତରେ ପ୍ରେମ ବିବାହର ରେଖା ରହିଥାଏ। ତେବେ ଆସନ୍ତୁ ଜାଣିବା ପ୍ରେମ ବିବାହ ପାଇଁ ଥିବା ହସ୍ତ ରେଖା ସମ୍ପର୍କରେ କିଛି ଗୁପ୍ତ କଥା।

marriage-line-ବିବାହ ରେଖା ହାତର ଲିଟିଲ୍‌ ଫିଙ୍ଗର(ସବୁଠାରୁ ଛୋଟ ଆଙ୍ଗୁଳି)ର ତଳ ଅଂଶରେ ରହିଥାଏ। ଏହି କ୍ଷେତ୍ରକୁ ବୁଧ ପର୍ବତ କୁହାଯାଇଥାଏ। ବୁଧ ପର୍ବତର ଶେଷରେ କିଛି ପରସସ୍ପର ଛେଦିତ ରେଖା ରହିଥାଏ। ଏହାକୁ ବିବାହ ରେଖା କୁହାଯାଇଥାଏ।

-ଏହି ରେଖା ଯେତିକି ସଂଖ୍ୟାର ହୋଇଥାଏ ସେହି ବ୍ୟକ୍ତିିଙ୍କ ସେତିକି ହିଁ ପ୍ରେମ ପ୍ରସଙ୍ଗ ରହିଥାଏ। ଯଦି ଏହି ରେଖା ଭାଙ୍ଗିଲା ଭଳି କିମ୍ବା କଟା ଥିବା ଭଳି ହୋଇଥାଏ ତେବେ ବିବାହ ବିଛେଦର ସମ୍ଭାବନା ରହିଥାଏ। ଏଥିସହ ଏହି ରେଖା ଆପଣଙ୍କ ବୈବାହିକ ଜୀବନ କିପରି ରହିବ ତାହା ମଧ୍ୟ ଦର୍ଶାଇଥାଏ।

palmistry-ଯଦି କୌଣସି ମହିଳାଙ୍କ ହାତରେ ବିବାହ ରେଖା ଆରମ୍ଭରେ ଦ୍ୱୀପ ଚିହ୍ନ ରହିଥାଏ ତେବେ ସେହି ମହିଳାଙ୍କ ବିବାହ କୌଣସି ଠକାମୀରେ ହୋଇପାରେ। ଯଦି ବୁଧ ପର୍ବତରୁ ଆସିଥିବା କୌଣସି ରେଖା ବିବାହ ରେଖାକୁ କାଟି ଦେଇଥାଏ ତେବେ ସେହି ବ୍ୟକ୍ତିଙ୍କ ବୈବାହିକ ଜୀବନରେ ସମସ୍ୟା ଲାଗି ରହିବ।

-ସେହିଭଳି ଯଦି ବିବାହ ରେଖା ରିଙ୍ଗ୍‌ ଫିଙ୍ଗର(ଅନାମିକା ଆଙ୍ଗୁଳି)ର ତଳ ଭାଗ ସୂର୍ଯ୍ୟରେଖା ପର୍ଯ୍ୟନ୍ତ ଯାଇଥାଏ ତେବେ ସେହି ବ୍ୟକ୍ତିଙ୍କ ବିବାହ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ହୋଇଥାଏ।

hand-ବିବାହ ରେଖା ଦେଖିବା ସମୟରେ ଶୁକ୍ର ପର୍ବତ (ବୁଢା ଆଙ୍ଗୁଳିର ତଳ ଭାଗ ଶୁକ୍ର ପର୍ବତ କୁହାଯାଇଥାଏ। ଏହି କ୍ଷେତ୍ର ଜୀବନ ରେଖା ପର୍ଯ୍ୟନ୍ତ ହୋଇଥାଏ।)

ବି.ଦ୍ର: ଏହି ସମସ୍ତ ତଥ୍ୟ ପାଠକଙ୍କ ରୁଚି ଅନୁଯାୟୀ ହସ୍ତରେଖାର ଅନୁମାନିତ ପରିଣାମ ଉପରେ ଆଧାରିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button