ଜୀବନଶୈଳୀ

ବାହାଘରର ଗୋଟେ ରାତି ପୂର୍ବରୁ ଝିଅମାନଙ୍କ ମନରେ ଆସିଥାଏ ଏମିତି ସବୁ ଭାବନା….

ବାହାଘରର ବନ୍ଧନ ଗୋଟିଏ ପୁଅ ଏବଂ ଝିଅ ଦୁଇଜଣଙ୍କ ପାଇଁ ବହୁତ ଅଲଗା ହୋଇଥାଏ, କିନ୍ତୁ ଝିଅଙ୍କ ପାଇଁ ବେଶୀ କଷ୍ଟ ହୋଇଥାଏ କାରଣ ସେମାନେ ନିଜର ଘର ପରିବାର ଛାଡି ଏକ ଏମିତି ବ୍ୟକ୍ତିର ଘରକୁ ଯାଇଥାନ୍ତି ଯାହାକୁ ସେମାନେ ବିଶେଷ ଜାଣି ନଥାନ୍ତି । ବାହାଘରର ଗୋଟିଏ ରାତି ପୂର୍ବରୁ ସେମାନଙ୍କ ମନକୁ ବହୁତ କିଛି ପ୍ରଶ୍ନ ଆସିଥାଏ ।

ମନରେ ଉଙ୍କି ମାରୁଥିବା କିଛି ପ୍ରଶ୍ନ ତାଙ୍କୁ ଏତେ ବିଚଳିତ କରିଦିଏ ଯେ ସେମାନେ ଚିନ୍ତିତ ହୋଇ ବେଳେ ବେଳେ ବେହୋସ ମଧ୍ୟ ହୋଇ ଯାଆନ୍ତି । ଆପଣମାନଙ୍କୁ କହି ଦେଉଛୁ ଯେ ସେହି ପ୍ରଶ୍ନ ଗୁଡିକ କଣ ଅଟେ ଯାହା କନ୍ୟାଙ୍କୁ ଅସୁବିଧାରେ ପକାଇ ଥାଏ ଏବଂ ଏହାକୁ ଆପଣ ଜାଣିଲେ ହିଁ ଆପଣ ଏହାର ଉପାୟ ବାହର କରି ପାରିବେ ।

ଜଲ୍ଦି କରିଦେଲି ନାହିଁ ତ ?

ବାହାଘର ଏକ ଏମିତି ବନ୍ଧନ ଅଟେ ଯାହାକୁ ନେଇ ଝିଅମାନଙ୍କ ମଧ୍ୟରେ ଏକ ଡର ରହିଥାଏ । ଝିଅମାନଙ୍କୁ ଲାଗେ କି ସେମାନେ ବାହା ହେବା ପାଇଁ ଶୀଘ୍ର ରାଜି ହୋଇଗଲେ କି । କହିବାକୁ ଗଲେ ଝିଅମାନଙ୍କର ଆଶା କିଛି ବେଶୀ ହିଁ ଥାଏ । ସେ ସବୁବେଳେ ନୂଆ ନୂଆ ସ୍ଵପ୍ନ ଦେଖୁଥାନ୍ତି । ସେମାନେ ଭାବନ୍ତି କି ସେ ଯାହାକୁ ବାହା ହେବେ ସେ ତାଙ୍କର ସ୍ଵପ୍ନକୁ ପୂରଣ କରିପାରିବ କି ନାହିଁ ।  ତାଙ୍କୁ ଲାଗେ କି ଆଉ ଟିକେ ଅପେକ୍ଷା କରିଥିଲେ ବୋଧେ ତାଙ୍କୁ ଭଲ ଏବଂ ନିଜ ଇଛା ମୁତାବକ ପୁଅ ମିଳିଯାଇ ପାରିଥାନ୍ତା ।

କେମିତି ହୋଇଥିବେ ଶାଶୁଘରର ଲୋକମାନେ

ସବୁ ଝିଅ ମାନଙ୍କ ପାଇଁ ଶାଶୁଘର ସେମାନଙ୍କ ଜୀବନର ସବୁଠୁ ବଡ ସତ୍ୟ ଅଟେ । ବାହା ହୋଇସାରିଲା ପରେ ତାଙ୍କୁ ଅନ୍ୟ ଜଣକ ଘରେ ରହିବାରେ ଓ ସେମାନଙ୍କ ଚାଲି ଚଳନ ସହ ଖାପ ଖାଇ ଚଳିବାକୁ  ଟିକେ ଅସୁବିଧା ଲାଗେ । ଝିଅମାନଙ୍କୁ ପିଲାବେଳୁ ହିଁ ଶାଶୂ ଘରକୁ ନେଇ ବିଭିନ୍ନ ପ୍ରକାରର କଥା କୁହାଯାଇଥାଏ । ସେଥିପାଇଁ ସେମାନେ ବାହା ହେବା ପୂର୍ବରୁ ଭାବନ୍ତି କି ତାହାର ଶାଶୂ ଘରର ଲୋକମାନେ କେମିତି ହୋଇଥିବେ ଏବଂ ତାକୁ ଆପଣେଇ ବେ କି ନାହିଁ, କିମ୍ବା ତାହକୁ ଅନ୍ୟ କିଛି ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ କି ।

ସ୍ଵାମୀ

ନିଜ ପାଇଁ ଭଲ ଏକ ବ୍ୟକ୍ତିକୁ ବାଛିବା ଗୋଟିଏ ଝିଅ ପାଇଁ ସବୁଠୁ ବଡ କଠିନ କାର୍ଯ୍ୟ ହୋଇଥାଏ । ତାହା ମନରେ ସବୁବେଳ ପ୍ରଶ୍ନ ଆସିଥାଏ କି ତାହାର ସ୍ଵାମୀ କେମିତି ହେବ ଏବଂ ଗୋଟିଏ ବୟଫ୍ରେନ୍ଡ ଏବଂ ଗୋଟିଏ ସ୍ଵାମୀ ମଧ୍ୟରେ ବହୁତ ଫରକ ଅଛି । ସ୍ଵାମୀକୁ ନେଇ ଗୋଟିଏ ଝିଅ ମନରେ ହଜାର ପ୍ରଶ୍ନ ଉଙ୍କି ମାରିଥାଏ । ଶାଶୂ ଘର ଭିତରେ କେବଳ ସ୍ଵାମୀ ହିଁ ତାଙ୍କୁ ଅତି ନିଜର ଲାଗନ୍ତି ।

ବାହାଘରର ଖର୍ଚ୍ଚ

ବାହାଘରର ସବୁ ଖର୍ଚ ବିଷୟରେ ଝିଅ ନିଶ୍ଚିତ ଜାଣି ଥାଏ । ସେ ଦେଖିଥାଏ କି ବାପା ମାଆ ଏବଂ ଘରର ଅନ୍ୟ ସଦସ୍ୟମାନେ ତାର ବାହାଘର ପାଇଁ ବହୁତ କିଛି କରୁଛନ୍ତି । ତାଙ୍କୁ ଲାଗିଥାଏ କି ଏହି ଖର୍ଚ୍ଚ କାରଣରୁ ସେ ନିଜ ପିତା ମାତାଙ୍କ ଉପରେ ବୋଝ ହୋଇଯାଉ ନାହାନ୍ତି ତ । ଏହିଭଳି ହଜାର ପ୍ରଶ୍ନ ଝିଅ ମାନଙ୍କର ମନରେ ଆସିଥାଏ ଓ ସେମାନେ ବହୁତ ବିଚଳିତ ହୋଇ ଯାଆନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button