ମନୋରଞ୍ଜନ

ଆଜି ଘରେ ପ୍ରସ୍ତୁତ କରନ୍ତୁ ସ୍ପ୍ରାଉଟ ପୁଲାଓ, ସ୍ୱାଦ ଓ ସ୍ୱାସ୍ଥ୍ୟ ପାଇର୍ ଏକଦମ୍‌ ଜବରଦସ୍ତ

ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର ଆଉ ଟେଷ୍ଟୀ ରେସିପି ନେଇ ଆସିଛୁ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱାଦ ପାଇଁ ଏକଦମ୍‌ ବେଷ୍ଟ ହେବ। ଆଜି ଆମେ ଆପଣଙ୍କ ପାଇଁ ସ୍ପ୍ରାଉଟ ପୁଲାଓ (ଗଜା ମୁଗ) ରେସିପି ନେଇ ଆସିଛୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ମୁଡ ଡାଲି – ୧/୨ କପ୍‌ (ଗଜା ମୁଗ)
  • ବ୍ରାଉନ ରାଇସ – ୨ କପ୍‌
  • ବିନ୍ସ – ୧/୨ କପ୍‌
  • ଟମାଟୋ – ୨ଟା (କଟା ହୋଇଥିବା)
  • ପିଆଜ – ୧ (କଟା ହୋଇଥିବା)
  • ଅଦା – ଏକ ଖଣ୍ଡ
  • ଜିରା – ଗୋଟେ ଚାମଚ
  • ହଳଦି ପାଉଡର – ୧ ଚାମଚ
  • ଜିରା ପାଉଡର – ୧ ଚାମଚ
  • ଲାଲ ଲଙ୍କା ପାଉଡର – ୧/୨ ଚାମଚ
  • ଧନିଆ ପାଉଡର – ୧/୨ ଚାମଚ
  • ଲୁଣ – ସ୍ୱାଦାନୁସାରେ
  • ତେଲ – ୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ସ୍ଲୋ ଫ୍ଲେମରେ ଜିରା ଏବଂ ପିଆଜ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ।
  2. ଏବେ ଏଥିରେ ଅଦା, ବିନ୍ସ ଏବଂ ଲୁଣ ପକାଇ ୫ ମିନିଟ୍‌ ଚଲାନ୍ତୁ।
  3. ଏହାପରେ ଏଥିରେ ଟମାଟୋ, ଧନିଆ ପାଉଡର, ଜିରା ପାଉଡର, ହଳଦି, ଲାଲ ଲଙ୍କା ପକାଇ ୫ ମିନିଟ୍‌ ଭାଜନ୍ତୁ।
  4. ପ୍ରସ୍ତୁତ ମସଲାରେ ବ୍ରାଉନ ରାଇସ ପକାନ୍ତୁ ଏବଂ ହାଲକା ହାତରେ ମିଶାନ୍ତୁ।
  5. ୧ ରୁ ୨ ମିନିଟ ପର୍ଯ୍ୟନ୍ତ ରାନ୍ଧିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।
  6. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସ୍ପ୍ରାଉଟ ପୁଲାଓ। ଏବେ ଆପଣ ଗରମା ସର୍ଭ କରନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button