ରାଜନୀତି

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ଜାମସେଦପୁର ଆସନ ଉପରେ ସମସ୍ତଙ୍କ ନଜର

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସରି ଯାଇଛି । ଏବେ ସମସ୍ତଙ୍କ ନଜର ଦ୍ୱିତୀୟ ପର୍ଯ୍ୟାୟ ଉପରେ । ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଆସନରେ ଭୋଟ୍‌ ଗ୍ରହଣ କରାଯିବ । ତେବେ ଏଥିମଧ୍ୟରୁ ଅଧିକାଂଶ ନକ୍ସଲ ପ୍ରବଣ ଅଞ୍ଚଳରେ ରହିଛି । ପୁଣି ପ୍ରାୟ ୬ଟି ଆସନରେ ନାମୀଦାମୀ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମୁଖ୍ୟମନ୍ତ୍ରୀ ରଘୁବର ଦାସ, ବିଧାନସଭା ଅଧ୍ୟକ୍ଷ ପ୍ରଫେସର ଦୀନେଶ ରାଉଁ, ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନୀଳକଣ୍ଠ ସିଂହ ମୁଣ୍ଡା, ଜଳ ସମ୍ପଦ ମନ୍ତ୍ରୀ ରାମଚନ୍ଦ୍ର ସହିସ, ପୂର୍ବତନ ମନ୍ତ୍ରୀ ସରୟୁ ରାୟ, ବିଜେପି ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମଣ ଗିଲୁଆ ପ୍ରମୁଖ ମଇଦାନରେ ଅଛନ୍ତି । ପୂର୍ବରୁ ବିଜେପି ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ସରୟୁ ରାୟ ଏଥର ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ରଘୁବରଙ୍କ ସହ ମୁକାବିଲା କରୁଛନ୍ତି । ତେଣୁ ଏହି ଆସନ ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି । ଦୁହେଁ ଜାମସେଦପୁର ଆସନରେ ପ୍ରାର୍ଥୀ ହୋଇଛନ୍ତି । ବିଜେପିରୁ ରଘୁବର ପାଞ୍ଚଥର ବିଧାୟକ ଭାବେ ଜିତି ଏଥର ଷଷ୍ଠଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ଆସନ୍ତା ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ । ଏହି ପର୍ଯ୍ୟାୟର ୨୦ଟି ଆସନ ମଧ୍ୟରୁ ବର୍ତ୍ତମାନ ବିଜେପି ହାତରେ ୮ଟି ଜେଏମ୍‌ଏମ୍‌ ପାଖରେ ୮ଟି ଏବଂ ଆଜସୁ ହାତରେ ୨ ଓ କଂଗ୍ରେସ ପକ୍ଷରେ ଗୋଟିଏ ଆସନ ରହିଛି । ବର୍ତ୍ତମାନ ପରିସ୍ଥିତିରେ ଏଥିରୁ ବିଜେପି କେତୋଟି ଆସନ ବଜାୟ ରଖି ପାରୁଛି ଦେଖିବାକୁ ବାକି ରହିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button