ଯୌନ ସମ୍ବନ୍ଧୀୟ ସମସ୍ତ ରୋଗ ଦୂର କରେ ଜାଇଫଳ, ଏହି ପ୍ରକ୍ରିୟାରେ ମାତ୍ର ଥରେ କରନ୍ତୁ ବ୍ୟବହାର

ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯେତେ ଧନୀ ହୋଇଥିଲେ ମଧ୍ୟ ଯଦି ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ତେବେ ସେ ଧନର ଅର୍ଥ କିଛି ନୁହେଁ। ଏଣୁ ସମସ୍ତେ ପ୍ରଥମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ସେବନ କରିଥାଉ। ତେବେ ଆଜି ଆମେ ସେହିଭଳି ଏକ ଗୁଣକାରୀ ପଦାର୍ଥ ଜାଇଫଳ ବିଷୟରେ କହିବାକୁ ଯାଉଛୁ, ଯାହା କେବଳ ଶରୀର ପାଇଁ ନୁହେଁ ବେଡ୍ରୁମ୍ ଲାଇଫ୍ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ।
ଜାଇଫଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। କେବଳ ଏତିକି ନୁହେଁ ଜାଇଫଳ ସେବନ ଦ୍ୱାରା ଯୌନ ଇଚ୍ଛା ମଧ୍ୟ ବୃଦ୍ଧିପାଏ।

ଯୌନ ଇଚ୍ଛା ହ୍ରାସ ପାଉଥିଲେ ଚା’ରେ ଏକ ଚିମୁଟା ଜାଇଫଳ ପାଉଡର ମିଶାଇ ପିଇବା ଖୁବ୍ ଲାଭଦାୟକ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ଅଧ ଚାମଚ ଜାଇଫଳ ପାଉଡ଼ର ଗୋଳାଇ ପିଇବା ଦ୍ୱାରା ମଧ୍ୟ ଫାଇଦା ମିଳେ।
ଜାଇଫଳ ଶରୀରରେ ସେରେଟୋନିନ୍ ହରମୋନ୍ କ୍ଷରିତ କରିଥାଏ। ଫଳରେ ଶାରୀରିକ ସମ୍ବନ୍ଧ ପାଇଁ ଇଚ୍ଛା ବଢ଼େ। ଏହା ମାନସିକ ଚିନ୍ତା ମଧ୍ୟ ଦୂର କରେ।

ବ୍ରେନ୍ ଫଙ୍କସନ୍ ଓ ପାଚନ ତନ୍ତ୍ର ସହ ଜଡ଼ିତ ସମସ୍ୟା ଦୂର କରିବାରେ ମଧ୍ୟ ଜାଇଫଳ ସାହାଯ୍ୟ କରିଥାଏ।

ନିଦ ହେଉନଥିବା ବ୍ୟକ୍ତି ଅନିଦ୍ରା ରୋଗ ଦୂର କରିବାକୁ ଜାଇଫଳ ସେବନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ନିଦ ସମ୍ବନ୍ଧୀୟ ସମସ୍ତ ରୋଗ ଦୂର କରିବାରେ ଏହା ବେଶ୍ ଲାଭଦାୟକ ହୋଇଥାଏ।



