ଜୀବନଶୈଳୀ

ରାତିରେ ଶୋଇବା ସମୟରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ୭ ଜିନିଷ, ଦୂର ହୋଇଯିବ ସୁଖ, ମିଳିବ ନାହିଁ ଶାନ୍ତି

ରାତିରେ ଶୋଇବା ସମୟରେ ବିଛଣାରେ ଭଲରେ ନିଦ ନ ହେବା , ଶୋଇବା ପରେ ଖରାପ ସ୍ବପ୍ନ ଦେଖିବା, ହଠାତ୍ ରାତିରେ ଉଠିକି ବସିବା ଭଳି ସମସ୍ୟା ହେବା ପଛର କାରଣ ଆପଣଙ୍କର ଅନେକ ଚିନ୍ତା ଏବଂ କିଛି ବାସ୍ତୁ ଦୋଷ ମଧ୍ୟ ହୋଇପାରେ। ଯାହାକୁ ଦୂର ନ କଲେ ଆପଣଙ୍କର ସମସ୍ୟା ଆହରୀ ଅଧିକ ବଢ଼ିଯିବ। ବାସ୍ତୁଦୋଷ ଅନେକ ରହିଛି, କିଛି ବାସ୍ତୁଦୋଷ ଘର ନିର୍ମାଣ କଲାବେଳେ ହୋଇଯାଏ ଏବଂ ଆଉ କିଛି ଏମିତି ବାସ୍ତୁଦୋଷ ରହିଛି ଯାହା ଆମ ଜଣା ଅଜଣାରେ ହୋଇଯାଇଥାଏ।

ଆସନ୍ତୁ କିଛି ଏମିତି ଅସ୍ଥାୟୀ ବାସ୍ତୁଦୋଷ ଜାଣିବା ଯାହା ଆପଣଙ୍କର ଶୋଇବା ସମୟର ଭୁଲ କାରଣରୁ ହୋଇଥାଏ। ଯେଉଁ କାରଣରୁ ଆପଣଙ୍କ ରାତିର ନିଦ ହଜି ଯାଉଛି। ଏହା ସହିତ ଆପଣଙ୍କ ଘର ସୌଭାଗ୍ୟ ହେବା ବଦଳରେ ଦୁର୍ଭାଗ୍ୟରେ ଭରିଯାଏ।

sleptଶୟନ କକ୍ଷରେ ଜଡିତ ଥିବା ବାସ୍ତୁଦୋଷକୁ ଦୂର କରିବା ପାଇଁ ଆପଣଙ୍କୁ କିଛି ଜିନିଷୁ ତ୍ୟାଗ କରିବାକୁ ପଡିବ। ଯାହାକୁ ଆପଣ ରାତିରେ ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ। ଆମର ଦୈନ୍ୟନ୍ଦିନ ଜୀବନରେ କିଛି ଏମିତି ବସ୍ତୁ ରହିଛି ଯାହାକୁ ସାଙ୍ଗରେ ନେଇ ଶୋଇବା ଆପଣଙ୍କ ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା ଆମକୁ କେଉଁ କେଉଁ ଜିନିଷକୁ ନିଜ ବିଛଣା ପାଖରେ ରଖି ଶୋଇବା ଉଚିତ ନୁହେଁ।

-ରାତିରେ ଶୋଇବା ସମୟରେ କେବେବି ଭୁଲରେ ମଧ୍ୟ ନିଜ ପର୍ସ ଏବଂ ଔେଷଧକୁ ତକିଆ ପାଖରେ କିମ୍ବା ବିଛଣା ତଳେ ରଖି ଶୋଇବା ଉଚିତ ନୂହେଁ।

-ରାତିରେ ଶୋଇବା ସମୟରେ କେବେବି ପାଣି ବୋତଲ ବା ପାତ୍ରକୁ ନିଜ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ଚନ୍ଦ୍ରମା ପ୍ରଭାବିତ ହୋଇଥାଏ ଏବଂ ମାନସିକ ରୋଗ ଉତ୍ପନ୍ନ ହୋଇଥାଏ।

shoes-ଶୋଇବା ପୂର୍ବରୁ କେବେବି ଜୋତା-ଚପଲ ବିଛଣା ତଳେ କିମ୍ବା ମୁଣ୍ଡ ଆଡକୁ ନ ଖୋଲନ୍ତୁ। ଏଭଳି କରିବା ଦ୍ବାରା ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

-ଯଦି ଆପଣ ନିଜର ଗାଡି, ଅଫିସ କିମ୍ବା ଘରର ଚାବିକୁ ସାଙ୍ଗରେ ନେଇ ଶୁଅନ୍ତି, ତେବେ ଏହା ଦ୍ବାରା ଚୋରୀ ହେବାର ଭୟ ବଢ଼ିଥାଏ।

-ରାହୁଙ୍କର ବସ୍ତୁ ଅର୍ଥାତ ମୋବାଇଲ, ଲାପଟପ୍ ଆଦିକୁ ବିଛଣା ପାଖରେ ରଖି ଶୋଇବା ଉଚିତ ନୂହେଁ।

sleept-କୌଣସି ପ୍ରକାରର ତେଲକୁ ପାଖରେ ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ଜୀବନରେ ବିଭିନ୍ନ ପ୍ରକାରର କଠିନତାକୁ ସାମ୍ନା କରିବାକୁ ପଡିଥାଏ।

– ଏହା ଧ୍ୟାନ ରଖନ୍ତୁ ଯେ ଯେପରି ବିଛଣାର ଠିକ ସାମ୍ନାରେ କୌଣସି ଆଇନା ନ ଲଗାଇବା। ଏହି ଦୋଷ କାରଣରୁ ରୋଗ ଉତ୍ପନ୍ନ ହୋଇଥାଏ। ଏହା ସହିତ ଏମିତି ହେବା ଦ୍ବାରା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିକି ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button