ସ୍ୱାସ୍ଥ୍ୟ

ମନରୁ ଖରାପ ବିଚାରକୁ କେମିତି କଣ୍ଟ୍ରୋଲ କରିବେ ? ନେଗେଟିଭ ମାଇଣ୍ଡରୁ କିପରି ମୁକ୍ତି ପାଇବେ ?

ମନୁଷ୍ୟ ସମାଜର ସବୁଠୁ ବଡ ସମସ୍ୟା ହେଉଛି ନିଜ ମନକୁ ନିୟନ୍ତ୍ରଣ କରିବା । ଯଦି ମନୁଷ୍ୟ ନିଜ ମନକୁ ନିୟନ୍ତ୍ରଣ କରିଦିଏ ତେବେ ସେ ସବୁ ସମସ୍ୟାର ସମାଧାନ ଅତି ସହଯରେ କରିଥାଏ । ଏହା ଜାଣିବା କିଛି ଉଦାହରଣ ମାଧ୍ୟମରେ । ଗୋଟିଏ ଛୋଟ ସୁନ୍ଦର ପିଲାଟିଏ ତାର ଦାନ୍ତଗୁଡ଼ିକ ବହୁତ ଭଲ କିମତୁ ତାର ଗୋଟିଏ ଦାନ୍ତ ଭଙ୍ଗା ଦେଖିବେ ସେ ସବ୍ୟବେଳେ ସେହି ଭଙ୍ଗା ଥିବା ଦାନ୍ତକୁ ଜିଭ ମାରୁଥିବ ।

ଗୋଟିଏ ସୁନ୍ଦର ଝିଅ ତ୍ୟାର ଗଳାରେ ଗୋଟିଏ ଜାଗାରେ କଳା ଦାଗ ଅଛି ଦେଖିବେ ସେ ସୁନ୍ଦର ହୋଇଥିଲେ ବି ସବୁବେଳେ ସେହି କଳାଦାଗକୁ ଦେଖୁଥିବ ଓ ତା ବିଷୟରେ ଭାବୁଥିବ , ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା । ଏହାକୁ ଗୋଟିଏ କାହାଣୀ ମାଧ୍ୟମରେ ଜାଣିବା ।

ଗୋଟିଏ ବ୍ୟକ୍ତି ଥିଲେ ସେ ସବୁ ଶାସ୍ତ୍ର ଯୋଗ ଅଭ୍ୟାସ ଅକରୁଥିଲେ କିନ୍ତୁ ନ୍ତାଙ୍କ ମନରେ ପ୍ରଶ୍ନ ଥିଲାକି ସେ ଏହି ଦୁନିଆର ସବୁଠାରୁ ଚମତ୍କାରୀ ଶକ୍ତିକୁ କିପରି କାରାଗାତ କରିବେ । ସେ ବହୁତ ସାଧୁ ସନ୍ତାନଙ୍କ ପାଖକୁ ଗଲେ ସେମାନେ ଯାହା ଜାଣିଥିଲେ ତାଙ୍କୁ କହିଲେ କିନ୍ତୁ ଏହି ବ୍ୟକ୍ତି ସେମାନଙ୍କୁ କହିଲେ ଏହା କିଛି ଆବଶ୍ୟକ ନାହିଁ କେବଳ ଦୁନିଆର ସବୁଠୁ ଚମତ୍କାରୀ ଶକ୍ତି ଆବଶ୍ୟକ ।

କିନ୍ତୁ ଏହା ସେହି ସାଧୁ ମାନଙ୍କ ପାଖରୁ ପାଇଲେ ନାହିଁ । ଏହାପରେ ସେ ତିବତ୍ତର ଏକ ସାଧୁଙ୍କ ପାଖକୁ ଗଲେ ଏହି ଚମତ୍କାରୀ ଶକ୍ତିର ସନ୍ଧାନରେ । ସେ ତାଙ୍କର ଇଛାଶକ୍ତି ଦ୍ଵାରା ବହୁତ ପଥ ଅତିକ୍ରାନ୍ତ କରି ତିବତ୍ତର ସେହି ଗୁରୁଙ୍କ ପାଖରେ ପହଞ୍ଚିଲେ । ସେହି ସାଧୁଜଣଙ୍କ ଏହି ବ୍ୟକ୍ତିଙ୍କର ସବୁ କଥା ଶୁଣିବା ପରେ ଚୁପ ହୋଇରହିଲେ ।

କିଛି ଦିନ ପରେ ସେହି ଗୁରୁ ତାଙ୍କୁ ଡାକି କହିଲେ କି ମୁଁ ତୁମକୁ ସବୁ ପ୍ରକାରର ଶକ୍ତି ଦେବୀ ସେ ଗୁରୁ ତାଙ୍କୁ ସବୁ ଶାସ୍ତ୍ର ବିଷୟରେ ଜଣାଇବାକୁ ଲାଗିଲେ କିନ୍ତୁ ସେ ବ୍ୟକ୍ତି ତାଙ୍କୁ କହିଲେ ଏହା ମୋର ଆବସିକ ନାହିଁ । ସେ କହିଲେ ମୋତେ ଏପରି ଏକ ଶକ୍ତି ଦିଅନ୍ତୁ ଯାହାଦ୍ୱାରା କି ମୁଁ ମନକୁ ନିୟନ୍ତ୍ରଣ କରିବି ଓ ସବୁବେଳେ ସକାରାତ୍ମକ କଥା ଚିନ୍ତା କରିପାରିବି ।

ଗୁରୁ ତାଙ୍କୁ ପରାମର୍ଶ  ଦେଲେକି ପାଖରେ ଥିବା ଥଣ୍ଡା ପାଣିର  ପୋଖରୀକୁ ଯାଇ ତିନୋଟି ବୁଡ ମାରିବ ଓ ବୁଡ ମାରିବା ବେଳେ  ଭଗବାନଙ୍କୁ ପ୍ରାଥନ କରିବକି ହେ ଭଗବାନ ମୋ ମନ ନିୟନ୍ତ୍ରଣରେ ରହୁ , ଏହି ସଂସାରର ସବୁଠୁ ଚମତ୍କାରୀ ଶକ୍ତି ପ୍ରାପ୍ତ ହେଉ । କିନ୍ତୁ ବୁଡ ପକାଇବା ବେଲେ ମାଙ୍କଡ କଥା ଚିନ୍ତା କରିବ ନାହିଂ । କିନ୍ତୁ ବ୍ୟକ୍ତି ଜଣକ ବୁଡ ପକାଇଲା ବେଳେ ଚିନ୍ତା କାଲେ କି ଗୁରୁ କହିଥିଲେ ମାଙ୍କଡ କଥା ନ ଚିନ୍ତା କରିବା ପାଇଁ ।

ଏହି ତିନି ଥର ବୁଡ ପକାଇବା ବେଳେ ଗୁରୁଙ୍କ କଥା ମନେ ପକାଇଲେ କି ମାଙ୍କଡ କଥା ଚିନ୍ତା କରିବେ ନାହିଁ । ଏହାପରେ ମନ ଦୁଖରେ ଫେରି ଆସି ଧ୍ୟାନ କଲେ କିନ୍ତୁ ଧ୍ୟାନ କରିବା ବେଳେ ପୁଣି ତାଙ୍କର ମାଙ୍କଡ କଥା ମାନେ ପଡିଲା । ଶେଷରେ ସେ ଆସି ଗୁରୁଙ୍କୁ ସବୁ କଥା କହିଲେ । ଗୁରୁ ତାଙ୍କୁ କହିଲେ କି ତୁମେ ଯେତେ ପର୍ଯ୍ୟନ୍ତ ମନର ନିୟମ ବିଷୟରେ ନ ଜାଣିଛ ସେତେ ପର୍ଯ୍ୟନ୍ତ ବିଶ୍ଵର ସବୁ ଶକ୍ତିକୁ ପ୍ରାପ୍ତ କରି ପାରିବ ନାହିଁ ।

ମନ ଛୋଟ ପିଲା ପରି ତାକୁ ଯାହା ବାରଣ କରାଯାଏ  ସେ ତାହା ହିଁ କରିଥାଏ । ଠିକ ସେହି ପରି ମନକୁ ଯାହା ମନା କରାଯାଏ ସେହି କଥାକୁ ହିଁ ଭାବିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଯାହା ଚାହୁଁଛନ୍ତି ତା ଉପରେ ଦ୍ରୁଷ୍ଟି ଦିଅନ୍ତୁ । ହଁ ଉପରେ ଧ୍ୟାନ ଦିଅନ୍ତୁ ନା ଉପରେ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button