ବିଚାର

ରକ୍ଷାବନ୍ଧନରେ ଭାଇର ମୁଁହ ମିଠା ପାଇଁ ଘରେ ବନାନ୍ତୁ ମଲାଇ ବର୍ଫି..

ରକ୍ଷାବନ୍ଧନର ପର୍ବ ଭାଇଭଉଣୀଙ୍କ ପ୍ରେମର ପ୍ରତୀକ ଅଟେ । ଏହି ଦିନ ଭଉଣୀ ଭାଇ ହାତରେ ରଖି ବାନ୍ଧିବା ସହିତ ଭାଇର ଦୀର୍ଘ ଜୀବନ କାମନା କରିଥାଏ । ପ୍ରତିବର୍ଷ ଏହି ଦିନରେ ଆପଣ ନିଶ୍ଚୟ ଭାଇଙ୍କୁ ବଜାରର ରଙ୍ଗ ବେରଙ୍ଗ ମିଠାଈ ଖାଇବାକୁ ଦେଉଥିବେ କିନ୍ତୁ ଏହିଥର ଘରେ ନିଜେ ପ୍ରସ୍ତୁତ କରି ଭାଇଙ୍କୁ ସରପ୍ରାଇଜ ଦିଅନ୍ତୁ ନା ! ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏତେ କଷ୍ଟ କଣ ପାଇଁ କରିବେ କିନ୍ତୁ ଏଥର ଆମେ ଆପଣଙ୍କ ପାଇଁ ଏକ ଏପରି ରେସିପି ଆଣିଦେଇଛୁ ଯାହାକୁ ଆପଣ ଘରେ ଅତି ସହଜରେ ଏବଂ ଖୁବ କମ ସମୟ ମଧ୍ୟରେ ବନାଇ ପାରିବେ । ଆସନ୍ତୁ ଜାଣିବା ଘରେ ମଲାଈ ବର୍ଫି ପ୍ରସ୍ତୁତ କରିବାର ସହଜ ଉପାୟ ।

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ

ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡିକ ହେଲା ୪କପ ଖୁଆ, ୨ବଡ ଚାମଚ ଘିଅ, ଅଧାକପ କ୍ଷୀର, ଏକ ଚତୁର୍ଥାଂଶ ଫିଟିକିରି ପାଉଡର, ଏକ କପ ଚିନି ଏବଂ ପେଷ୍ଟ ଓ କଟାବାଦାମ ।

କିପରି ପ୍ରସ୍ତୁତ କରିବେ

ମଲାଇ ବର୍ଫି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପ୍ୟାନରେ କ୍ଷୀର ଏବଂ ଖୁଆ ପକାଇ କମ ଆଞ୍ଚରେ ପାଞ୍ଚ ମିନିଟ ପର୍ଯ୍ୟନ୍ତ ବସାଇ ଦିଅନ୍ତୁ ଏବଂ କିଛି ସମୟ ବ୍ୟବଧାନରେ ଏହାକୁ ଗୋଳାଉଥାନ୍ତୁ । ବର୍ତ୍ତମାନ ଏଥିରେ ଫିଟିକିରି ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ତାପରେ ଏଥିରେ ଚିନି ମିଶାଇ କିଛି ସମୟ ପର୍ଯ୍ୟନ୍ତ ଗୋଳାନ୍ତୁ । ଏହାପରେ ଏକ ଆଲୁମିନିୟମ ପାତ୍ର ଆଣି ଏହାର ଚାରିପଟେ ଭଲଭାବରେ ଘିଅ ଲଗାଇ ଦିଅନ୍ତୁ । ତାପରେ ସେଥିରେ କଟା ବାଦାମ ଓ ପିସ୍ତା ପକାଇବାପରେ ଉପରେ ସେହି ମିଶ୍ରଣକୁ ଢାଳି ସେଟ ହେବାପାଇଁ ପୁରା ଦିନ ଛାଡ଼ିଦିଅନ୍ତୁ । ଭଲଭାବେ ସେଟ ହୋଇଗଲା ପରେ ଏହାକୁ ଛୁରୀ ସାହାଯ୍ୟରେ ଛୋଟ ଛୋଟ ପିସ କରି କାଟିଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଲାଇ ବର୍ଫି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button