ମନୋରଞ୍ଜନ

Usashi Mishra କହିଲେ ‘ମୋ ବାହାଘର କ୍ଲିକ କଲାନି, ମତେ ଝିଅମାନେ ଆଦୌ ପସନ୍ଦ ନୁହନ୍ତି, ସେମାନଙ୍କୁ ଦେଖିଲେ ମତେ ଲାଗେ…’

ବନ୍ଧୁଗଣ, ଓଡିଆ ଅଭିନେତ୍ରୀ ଉଷଶୀ ମିଶ୍ର ନିଜ ବିବାହ କୁ ନେଇ କିଛି ଏଭଳି କହିଛନ୍ତି, ଯାହା ଆପଣ ମାନେ ଜାଣିନଥିବେ । ତେବେ ଅନେକ ଦର୍ଶକ ଜାଣିଛନ୍ତି ଯେ ଉଷଶୀ ମିଶ୍ର ବିବାହ କରି ନାହାଁନ୍ତି । କିନ୍ତୁ ସେ ବିବାହ କରିଛନ୍ତି ତାଙ୍କର ବିବାହ ବେସୀ ଦିନ ନଥିଲା । ଏ ନେଇ ସେ କହିଛନ୍ତି ଯେ ସେ ପିଲାଟି ଦିନୁ ଭାଇ ମାନଙ୍କ ସହିତ ବଡ ହୋଇଛନ୍ତି । ଏଣୁ ତାଙ୍କ ଭାବନା ମଧ୍ୟ ପୁଅ ଭଳି । ଏବଂ ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରିବା ବେଳେ ଅନେକ ଜଣ ତାଙ୍କୁ ପ୍ରୋପୋଜ ମାରିଥିଲେ ମାତ୍ର ଏ ନେଇ ସେ ଚିନ୍ତା କରିପାରୁନଥିଲେ ।

ଶେଷରେ ତାଙ୍କୁ ତାଙ୍କ ମନର ମଣିଷ ମିଳିଥିଲା ଏବଂ ୨ ବର୍ଷ ନିଜ ମନର ମଣିଷ ସହିତ ବନ୍ଧୁତା ରଖିବା ପରେ ସେ ଚିନ୍ତା କରିଲେ ବିବାହ ନିମନ୍ତେ । ଏହାପରେ ବିବାହ ମଧ୍ୟ କରିଥିଲେ, ମାତ୍ର ସେ ବିବାହ ବେସୀ ଦିନ ତିଷ୍ଠି ରହିଲା ନାହିଁ । କାରଣ ଉଭୟ ଥିଲେ କଳାକାର ଏବଂ ଉଭୟ ପରସ୍ପରକୁ ସମୟ ଦେଇ ପାରୁନଥିଲେ । ଯାହା କି ବୈବାହିକ ଜୀବନର ମୂଳଦୂଆ ଅଟେ ।

ତେବେ ଏହାକୁ ନେଇ ଉଷଶୀ କହିଥିଲେ ଯେ ଯଦି ତାଙ୍କର ବାପା ତାଙ୍କ ସହିତ ଜୀବିତ ଅବସ୍ଥାରେ ଥାନ୍ତେ ତେବେ ବୋଧ ହୁଏ ସେ ସଠିକ ମାର୍ଗ ପାଇପାରିଥାନ୍ତେ । ବିବାହ ପରେ ସ୍ଵାମୀ ସ୍ତ୍ରୀ ସମୟ ଦେଇନପାରିବାରୁ ଉଭୟଙ୍କ ମଧ୍ୟରେ ବହୁତ ଝଗଡା ଲାଗୁଥିଲା ଏବଂ ତାହା ଧୀରେ ଧୀରେ ବଢିବାକୁ ଲାଗିଥିଲା । ଏଣୁ ୩ ବର୍ଷ ସାଥିରେ ରହିବା ପରେ ନିଷ୍ପତ୍ତି ନେଲେ ଯେ ଅଲଗା ହୋଇଯିବେ ବୋଲି ।

ଉଷଶୀ ଚିନ୍ତା କରିଲେ ଯେ କିଛି ଦିନ ଅଲଗା ହୋଇ ରହିବେ ବୋଲି କିନ୍ତୁ ଏହି କିଛି ଦିନଟି ଚାହୁଁ ଚାହୁଁ ହୋଇଗଲା ୧୦ ବର୍ଷ ଏବଂ ସେ ଆଉ ପୂର୍ବଅବସ୍ଥା କୁ ଫେରି ପାରିଲେ ନାହିଁ । କୋଭିଡ ସମୟରେ ନିଜ ସ୍ଵାମୀ ଙ୍କ ଠାରୁ ଛାଡପତ୍ର ନେଲେ କହିଲେ ଯେ ତାଙ୍କ ବାହାଘର କ୍ଲିକ କରି ପାରିଲା ନାହିଁ ।

ବର୍ତ୍ତମାନ ଉଷଶୀ ଏକୁଟିଆ ଜୀବନ ଜାପନ କରୁଛନ୍ତି । ଏବଂ ଅଭିନୟ ଜଗତରେ ଭଲ କାମ କରି ଆଗକୁ ଏହିଭଳି ରହିବେ । ମାନଦୁଃଖ କରି କହିଛନ୍ତି ଯେ ବିବାହ ପୂର୍ବରୁ ଯେତେ ବୟଫ୍ରେଣ୍ଡ ବନାଇ ପାର, କିନ୍ତୁ ଥରେ ବିବାହ ହେବାପରେ ସବୁ ସେଥିରେ ସୀମିତ ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button