ସତ ହେଉଛି Malika Bachana ରାତିରେ ଅନିଦ୍ରା ହେଉଛନ୍ତି ବ୍ରହ୍ମାଣ୍ଡ ଠାକୁର ଦେଖନ୍ତୁ କଣ ରହିଛି ଏହାର କାରଣ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମାଳିକା କଥା ସତ ହେବାକୁ ଯାଉଛି। ରାତି ଅନିଦ୍ରା ହେଲେ ମହାପ୍ରଭୁ। ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ଭକ୍ତଙ୍କ ଭାବବେଗକୁ ଶକ୍ତ ଆଘାତ ଦେଇଛି। ବୃଷ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଛି ଏଭଳି ଗୁରୁତ୍ଵର ସମସ୍ୟା।
ଠାକୁରଙ୍କ ମହାପ୍ରସାଦ ଉଠିଲା ବେଳକୁ ସନ୍ଧ୍ୟା ହେଉଛି। ସନ୍ଧ୍ୟା ଧୂପ ଦେଲା ବେଳକୁ ରାତି ଅଧ। ତିନିଦିନ ହେଲାଣି ଶ୍ରୀମନ୍ଦିରରେ ଅହେତୁକ ନୀତି ବିଳମ୍ବ। ଫଳରେ ଜଗା ଦର୍ଶନ କରିବା ଆସୁଥିବା ଭକ୍ତ ଚରମ ଅସନ୍ତୋଷ ପ୍ରକାଶ କରୁଛନ୍ତି।
Promoted Content
ଏମିତିକି ରାତିରେ ଠାକୁରଙ୍କର ବଡସିଙ୍ଗାର ବେଶ ବିଳମ୍ବ ହେଉଥିବାରୁ ଡେରି ପହଡ଼ ପାଇଁ ଠାକୁର ରାତ୍ରି ଅନିଦ୍ରା ବି ହେଉଛନ୍ତି। ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସନ କହିଛନ୍ତି ଏହା ଜାଣିଶୁଣି ହେଉନାହିଁ।
ଯଦି ଏଥିପାଇଁ କୌଣସି ସେବାୟତଙ୍କ ତ୍ରୁଟି ନଜକୁ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୋମବାର ବୃଷ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଛି ଏଭଳି ଗୁରୁତ୍ଵର ସମସ୍ୟା।
ସ୍ଥିତି ଏମିତି ଯେ ଠାକୁରଙ୍କର ମହାପ୍ରସାଦ ଉଠିଲା ବେଳକୁ କେତେବେଳେ ସନ୍ଧ୍ୟା ହେଉଛି ତ କେତେବେଳେ ସନ୍ଧ୍ୟା ଦୂପ ଉଠିଲା ବେଳକୁ ଅଧରାତି। ବହୁ ସମୟରେ ନିତିକାନ୍ତି ବିଳମ୍ବ ଯୋଗୁଁ ଖରାରେ ବହୁ ସମୟ ଧରି ଭକ୍ତ ମାନେ ଧାଡ଼ିରେ ଠିଆ ହେବାକୁ ପଡୁଛି।
ସେପଟେ ଅଭଡ଼ା ବି ଠିକ ସମୟରେ ବାହାରୁ ନଥିବାରୁ ଖୁବ୍ ବ୍ୟଥିତ ହୋଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଜାଗା ଭକ୍ତ ମାନେ।
ସାବିତ୍ରୀ ଅମାବାସ୍ୟା ଆଗକୁ ରାଜେନ୍ଦ୍ର ଅଭିଷେକ, ରୁକ୍ମଣୀ ବିବାହ, ଚମ୍ପକ ଦ୍ଵାଦଶୀ ଓ ଜୁନ ୪ ତାରିଖ ଦିନ ସାନ୍ନ ଯାତ୍ରା ରହିଛି। ତେଣୁ ଏବେଠୁ ନୀତିକାନ୍ତି ଶୃଙ୍ଖଳିତ ନ ହେଲେ ଆଗକୁ ସ୍ଥିତି ବିଗିଡିବାର ଆଶଙ୍କା ଅଧିକ ରହିଛି।
ତେବେ ଶ୍ରୀମନ୍ଦିର ନୀତି ସବକମିଟିରେ ଏନେଇ ବିସ୍ତୃତ ଆଲୋଚନା କରାଯାଇଛି। ୨୦ ତାରିଖରେ ଛତିଆ ନିଯୋଗ ବୈଠକରେ ଏନେଇ ଆହୁରି ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ।



