ମନୋରଞ୍ଜନ

ସନ୍ଧ୍ୟାର ଟିଫିନ୍‌ କୁ କରନ୍ତୁ ଖାସ୍‌, ଆଜି ହିଁ ଟ୍ରାଏ କରନ୍ତୁ ଆଳୁ-ମଟର ପେଟିସ୍‌

ସନ୍ଧ୍ୟାରେ କିଛି ଚଟପଟା ଖାଇବାକୁ ଇଛା ହୋଇଥାଏ। ତେବେ ଆଜି ଆପଣ ସନ୍ଧ୍ୟା ସମୟରେ ଟିଫିନ୍‌ କୁ ଖାସ୍‌ କରିବା ପାଇଁ ପ୍ରସ୍ତୁତ କରନ୍ତୁ ଆଳୁ-ମଟର ପେଟିସ୍‌। ଏହା ଖାଇବାକୁ ଯେମିତି ଟେଷ୍ଟି ହୋଇଥାଏ ଏହାକୁ ପ୍ରସ୍ତୁତ କରିବା ମଧ୍ୟ ଖୁବ୍‌ ସହଜ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି କରିବେ ପ୍ରସ୍ତୁତ।

aloo-tkkiଆବଶ୍ୟକୀୟ ସାମଗ୍ରୀ:

ଗ୍ରୀନ ମଟର- ୨ କପ (ସିଝା ଯାଇଥିବା)

ଆଳୁ- ୪ଟି ସିଝା ଯାଇଥିବା ଆଳୁ

ଜୀରା ପାଉଡର- ୧ଚାମଚ

ଲୁଣ- ସ୍ୱାଦ ଅନୁଯାୟୀ

କଞ୍ଚା ଲଙ୍କା- ୩ଟି

ଅଦା- ୧ଖଣ୍ଡ

କର୍ଣ୍ଣଫ୍ଲୋର- ୧ ଚାମଚ

ବ୍ରେଡ କ୍ରମ୍ବସ- ୧/୪ କପ୍‌

ଆବଶ୍ୟକ ଅନୁଯାୟୀ ତେଲ

aloo peticପ୍ରସ୍ତୁତି ପ୍ରଣାଳୀ:

ସର୍ବପ୍ରଥମେ ଏକ ପାତ୍ରରେ ଗ୍ରୀନ ମଟର, ଆଳୁ, ଅଦା, କଞ୍ଚାଲଙ୍କା, ଜୀରା ପାଉଡର, ଲୁଣ, କର୍ଣ୍ଣଫ୍ଲୋର ଏବଂ ଅଧା ବ୍ରେଡ କ୍ରଂବ ପକାଇ ଭଲଭାବେ ମିଶ୍ରଣ କରନ୍ତୁ। ଏବେ ହାତରେ ଅଳ୍ପ ତେଲ ଲଗାଇ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଟିକ୍କିୟା ବନାନ୍ତୁ। ଏହା ପରେ ସମସ୍ତ ଟିକ୍କିୟା ଉପରେ ବଳକା ରହିଥିବା ବ୍ରେଡ କ୍ରଂବ ଦ୍ୱାରା କୋଟିଂ କରନ୍ତୁ। ବର୍ତ୍ତମାନ ପ୍ୟାନରେ ତେଲ ଗରମ କରି ସମସ୍ତ ଟିକ୍କିୟାକୁ ହାଲୁକା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଆଳୁ-ମଟର ପେଟିଜ୍‌। ଏହା ଉପରେ ଆପଣ କଞ୍ଚାଲଙ୍କା ଚଟଣୀ ଏବଂ ଟମାଟୋ ସସ୍‌ ପକାଇ ଖାଇବାକୁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button